ବାରିପଦା, ୨୧.୦୧.୨୦୨୧(ସନ୍ଧାନ ନିଉଜ୍/ ଲିଙ୍ଗରାଜ ପଣ୍ଡା):-ଏଠାରୁ ସାତ କିଲୋମିଟର ଦୂର ବାରିପଦା ସଦର ଥାନା ଅଧୀନ ଶାମାଖୁଣ୍ଟା ବ୍ଲକ ତେଲବିଲା ଗ୍ରାମ ନିକଟରେ ଆଜି ସନ୍ଧ୍ୟା ସମୟରେ ଏକ ବାଇକ ଦୁର୍ଘଟଣାରେ ଚାଳକ ଗୁରୁତରଭାବେ ଆହତ ହୋଇଛନ୍ତି ଏବଂ ଖବର ପାଇ ୧୦୮ ଆମ୍ବୁଲାନ୍ସ ଘଟଣାସ୍ଥଳରେ ପହଞ୍ଚି ତାଙ୍କୁ ସ୍ଥାନୀୟ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ହସ୍ପିଟାଲରେ ଚିକିତ୍ସା ପାଇଁ ଆଣିଥିଲେ ସୁଦ୍ଧା ମୃତ ବୋଲି ଘୋଷଣା କରାଯାଇଥିବା ପ୍ରକାଶ । ମୃତକ ଜଣକ ସୁଶାନ୍ତ ମହାନ୍ତ ତାଙ୍କର ବାଇକ ଓଡି-୧୧ଏଫ-୧୩୯୦ ଯୋଗେ ଯାଉଥୁବା ବେଳେ ଏହି ଦୁର୍ଘଟଣା ଘଟିଥିବାର କୁହାଯାଉଛି ।



