ଦୁର୍ଘଟଣାଗ୍ରସ୍ତ କାରରୁ ଗଞ୍ଜେଇ ଜବତ

Spread the love

କଳାହାଣ୍ଡି, 01.02.2021,( ସନ୍ଧାନ ନିଉଜ୍ ):- ଗଞ୍ଜେଇ ଚାଲାଣ ଗାଡି ଦୁର୍ଘଟଣାଗ୍ରସ୍ତ। ଏହି ଦୁର୍ଘଟଣାରେ କାର ଡ୍ରାଇଭର ସହ ଅନ୍ୟ ଜଣେ ଗୁରୁତର। କେସିଙ୍ଗା ଥାନା ୨୬ ନମ୍ବର ଜାତୀୟ ପଥ କିନେରକେଲା ବ୍ରିଜ ଉପରେ ଏହି ଦୁର୍ଘଟଣା ଘଟିଛି। ଦୁର୍ଘଟଣାଗ୍ରସ୍ତ କାରରୁ ଗଞ୍ଜେଇ ବି ଜବତ ହୋଇଛି।  ମିଳିଥିବା ସୂଚନା ମୁତାବକ, କାରରେ ପଶ୍ଚିମବଙ୍ଗର ନମ୍ବର ରହିଛି। ଦୁର୍ଘଟଣାଗ୍ରସ୍ତ କାରରେ ଡ୍ରାଇଭର ଚାପି ହୋଇ ରହିଥିଲେ। ସେହିପରି କାରରେ ଥିବା ଅନ୍ୟ ଜଣେ ମଧ୍ୟ ଗୁରୁତର ହୋଇଛନ୍ତି। ଗୁରୁତର ୨ ଜଣଙ୍କୁ ଉଦ୍ଧାର କରି ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। କେସିଙ୍ଗା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି।

Related Posts

About The Author

Add Comment