ଦୁର୍ଗାଦେବୀଙ୍କ ପୀଠରେ ଶୁଭ ଖୁଣ୍ଟି ସ୍ଥାପନ : ସପ୍ତମୀ ଠାରୁ ପୂଜା ଆରମ୍ଭ ପାଇଁ ବ୍ୟାପକ ପ୍ରସ୍ତୁତି

Spread the love
ବାଲିଗୁଡା, ତା, ୧୭/୦୯/୨୫: (ସନ୍ଧାନ ନ୍ୟୁଜ/ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ନୁଆସାହି ସ୍ଥିତ ମା’ ଦୁର୍ଗା ଦେବୀ ଙ୍କ ପୀଠ ରେ ଶାରଦୀୟ ଦୁର୍ଗାପୂଜା ଖୁବ ଯାକ ଯାକମକ ରେ ପାଳନ କରିବା ନେଇ ନିଷ୍ପତ୍ତି ହେବା ପରେ ଏହି ଉପଲକ୍ଷେ ଶୁଭ ଖୁଣ୍ଟି ସ୍ଥାପନ କରାଯାଇଛି l ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଗ୍ରାମ୍ୟ କମିଟି ତରଫରୁ ପ୍ରସ୍ତୁତି ପର୍ବ ଆରମ୍ଭ ହୋଇଛି । ଆସନ୍ତା ୨୮ତାରିଖ ଦିନ ଅଧିବାସ ସହିତ କଳସ ଯାତ୍ରା ଅନୁଷ୍ଠିତ ହେବ ଏବଂ ମା ଙ୍କ ଠାରେ ରୀତି ନୀତି ଅନୁସାରେ ସପ୍ତମୀ ପୂଜା ଠାରୁ ଦଶମୀ ଦୁର୍ଗାପୂଜା ରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ ନିମନ୍ତେ ଗ୍ରାମ୍ୟ କମିଟି ତରଫରୁ ସ୍ଥିର କରାଯାଇଛି l ନୁଆସାହି ଗ୍ରାମ୍ୟ କମିଟି ଉପଦେଷ୍ଟା ବିଜୟ ଚନ୍ଦ୍ର ଖଣ୍ଡଗିରି, ବିରୁପାକ୍ଷ ଦାଶ, ସତ ଧନୁ ପ୍ରଧାନୀ, ସଭାପତି ଜଳେନ୍ଦ୍ର ପାତ୍ର, ସମ୍ପାଦକ ସୁବ୍ରତ ପ୍ରାଧନୀ . ମନ୍ଦିର ପୂଜାରୀ ବିଭୀଷଣ ପାତ୍ର, ସଂଜୟ ପାତ୍ର, ଜଗନ୍ନାଥ ପାତ୍ର ଙ୍କ ସମେତ  ସମସ୍ତ ସଦସ୍ୟ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ ।

Related Posts

About The Author

Add Comment