ଦୁର୍ଗମ ଅଞ୍ଚଳ ରେ ଲାଗିଛି ଜିଓ ଟାୱାର, ଚାଲୁନି ନେଟୱର୍କ ଅଫିସର ଓ ଜଣ ସାଧାରଣ ହନ୍ତସନ୍ତ l

Spread the love

ସୁନ୍ଦରଗଡ଼ ତା:0୮-0୮-୨0୨୫ରିଖ (ସନ୍ଧାନ ନ୍ୟୁଜ /ଦୁର୍ଯ୍ୟୋଧନ ଗରଡ଼ିଆ )ଆଜି ର ଦିନ ରେ ସବୁ ଅଫିସିଆଲି କାମ ଅନଲାଇନ ଦ୍ୱାରା ହେଉଛି l ସରକାର କମ୍ପାନୀ ଙ୍କ ସହଯୋଗ ରେ ଦୁର୍ଗମ ରୁ ଅତି ଦୁର୍ଗମ ଅଞ୍ଚଳ ରେ ନାନା କମ୍ପାନୀ ର ଟାୱାର ଗୁଡିକ ଲଗାଇଛନ୍ତି କିନ୍ତୁ ଟାୱାର ଲାଗିଲେ କଣ ହେବ ଅନଲାଇନ କରିବା ତଥା ମୋବାଇଲ ଫୋନ ଚଳାଇବା ପାଇଁ ନେଟୱାର୍କ ଚାଲୁନି l ବାଲିଶଙ୍କରା ବ୍ଲକ ଶାଗବାହାଲ ଗ୍ରାମ ପଞ୍ଚାୟତ କନହେଇ ଘରା ଗ୍ରାମ ରେ ଲାଗିଛି ଜିଓ ଟାୱାର କିନ୍ତୁ ଉକ୍ତ ଅଞ୍ଚଳ ରେ ଭଲ ନେଟୱର୍କ ଚାଲୁନି କି ମୋବାଇଲ ଫୋନ ଚାଲୁନି l ଏ ନେଇ ଅଞ୍ଚଳ ର ଜନ ସାଧାରଣ ଅସନ୍ତୋଷ ପ୍ରକାଶ କରିଥିବା ଜାଣିବାକୁ ମିଳିଛି l ଜନ ସାଧାରଣ ଙ୍କ କହିବା ଅନୁସାରେ ଜିଓ ଟାୱାର ଟି ଠିକ ହିସାବ ରେ ଲାଗି ନି, ଯେଉଁ ଦିଗରେ ନେଟୱର୍କ ଦରକାର ସେ ଦିଗରେ ଟାୱାର ଟି କୁ ମୁହଁ ନ କରି ଯେଉଁ ଜାଗା ରେ ଜଙ୍ଗଲ ରେ ଭରି ରହିଛି ସେ ଦିଗରେ ଟାୱାର ଟିର ମୁହଁ କରିଥିବା ଯୋଗୁଁ ଏପରି ହେଉଥିବା ଜନ ସାଧାରଣ ପ୍ରକାଶ କରିଛନ୍ତି l

Related Posts

About The Author

Add Comment