ଦୁନିଆରେ ପ୍ରଳୟ ଘଟିବାର ଅଛି ପ୍ରଳୟ ବିପଜ୍ଜନକ ଇସାରା

Spread the love

ବାରିପଦା, 01.02.2021 (ସନ୍ଧାନ ନିଉଜ୍):- ମାନବ ସାମ୍ନାରେ ପ୍ରଳୟ (Doomsday) ର ବିପଦ ଦେଖାଉଥିବା ଘଣ୍ଟା ଏକ ବିପଜ୍ଜନକ ଇସାରା କରୁଛି। ଏହି ଘଣ୍ଟା ମଧ୍ୟରାତ୍ରି ପ୍ରାୟ ୧୦୦ ସେକେଣ୍ଡ ଦୂରରେ ଅଛି। ଘଣ୍ଟା କଣ୍ଟା ମଧ୍ୟରାତ୍ରିରେ ପହଞ୍ଚିବା ଅର୍ଥାତ ଦୁନିଆରେ ପ୍ରଳୟ ଘଟିବାର ଅଛି। ଖାସ କଥା ହେଲା ଦୁନିଆ ବର୍ତ୍ତମାନ କରୋନା ମହାମାରୀ, ନ୍ୟୁକ୍ଲିୟର ଯୁଦ୍ଧ ଓ ଜଳବାୟୁ ପରିବର୍ତ୍ତନ ଦେଇ ଗତି କରୁଛି। ଏହି ଘଣ୍ଟା ୨୦୨୦ ମସିହାରେ ମଧ୍ୟ ଏହି ସମୟ ଦର୍ଶାଇଥିଲା। ବୁଲେଟିନ ଅଫ ଦ ଆତ୍ମିକ ସାଇଣ୍ଟିଷ୍ଟ (Bulletin of the atomic scientist) ଅଧ୍ୟକ୍ଷ ରେଚଲ ବ୍ରାନ୍ସନ କହିଛନ୍ତି ଯେ ପ୍ରଳୟ ଘଣ୍ଟାର କଣ୍ଟା ମଧ୍ୟରାତ୍ରିରୁ ୧୦୦ ସେକେଣ୍ଡ ଦୂରରେ ଅଛି। କଣ୍ଟା ମଧ୍ୟରାତ୍ରି ପୂର୍ବରୁ ଅଧିକ ନିକଟତର। ଗତ ବର୍ଷ ଘଣ୍ଟା ମଧ୍ୟରାତ୍ରିରୁ ୨ ମିନିଟ ଦୂରରେ ଥିଲା ଯାହା ପରେ ଖସି ୧୦୦ ସେକେଣ୍ଡକୁ ଆସିଯାଇଥିଲା। ସେ କହିଛନ୍ତି ଭୟ ଓ ଆତଙ୍କରେ ପ୍ରେରିତ କୋଭିଡ-୧୯ ମହାମାରୀ ଏକ ଐତିହାସିକ ବ୍ୟାକଅପ କଲ ଭଳି କାମ କରିଥାଏ। ଏହା ଦର୍ଶାଇଥାଏ ଯେ ରାଷ୍ଟ୍ରୀୟ ସରକାର ଓ ଅନ୍ତରାଷ୍ଟ୍ରୀୟ ସଂସ୍ଥା ନ୍ୟୁକ୍ଲିଅର ଅସ୍ତ୍ର ଓ ଜଳବାୟୁ ପରିବର୍ତ୍ତନର ସଙ୍କଟ ସାମ୍ନା କରିବାକୁ ପ୍ରସ୍ତୁତ ନଥିଲା ତେବେ ଏଠାରେ ପ୍ରଶ୍ନ ଉଠୁଛି ପ୍ରଳୟ ଘଣ୍ଟା କଣ ଏବଂ ଏହା ମଧ୍ୟରାତ୍ରିରେ ପହଞ୍ଚିଲେ କଣ ଘଟିଥାଏ ? ୧୯୪୭ ମସିହାରେ ବୁଲେଟିନ ଅଫ ଦ ଆତ୍ମିକ ସାଇଣ୍ଟିଷ୍ଟ ଏହି ଘଣ୍ଟା ନିର୍ମାଣ କରିଥିଲେ। ଏହା ଏକ ନନ ପରଫିଟା ଗ୍ରୁପ। ଏହାକୁ ବୈଜ୍ଞାନିକ ଆଲବର୍ଟ ଆଇନଷ୍ଟାଇନ ଓ ଚିକାଗୋ ୟୁନିଭର୍ସିଟି ଛାତ୍ର ୧୯୪୫ ମସିହାରେ ଗଠନ କରିଥିଲେ। ଏହି ଗ୍ରୁପର ବୋର୍ଡ ସଦସ୍ୟଙ୍କ ମଧ୍ୟରେ ୧୩ଜଣ ନୋବେଲ ବିଜେତା ଅଛନ୍ତି। ପୃଥିବୀ ପ୍ରଳୟରୁ ଆଉ କେତେ ଦୂର ଅଛି ତାହା ଏହି ପ୍ରଳୟ ଘଣ୍ଟା ଦର୍ଶାଇଥାଏ। ଏହି ଘଣ୍ଟା ଦ୍ୱାରା ଜଣାପଡ଼ିଥାଏ ଯେ ନ୍ୟୁକ୍ଲିୟର ଘଟଣା ଓ ଜଳବାୟୁ ପରିବର୍ତ୍ତନର ବିପଦ ବା ପ୍ରଭାବ ଦୁନିଆରେ ପଡ଼ିବାକୁ କେତେ ସମୟ ବାକି ଅଛି। ବାବା ବେଙ୍ଗା ୨୦୨୧କୁ ନେଇ ଅନେକ ଭବିଷ୍ୟବାଣୀ କରିଛନ୍ତି। ତାଙ୍କ ଭବିଷ୍ୟବାଣୀ ହିସାବରେ ମାନବ ଜାତି ପାଇଁ ୨୦୨୧ ବିପଦଜନକ ପ୍ରମାଣିତ ହେବ।

Related Posts

About The Author

Add Comment