ଚଣ୍ଡିଖୋଲ, ୨୬/୦୫/୨୦ (ସନ୍ଧାନ ନିଉଜ) : ବଡଚଣା ବ୍ଳକ ଅନ୍ତର୍ଗତ ସୁଙ୍ଗୁଡା ପଂଚାୟତର ସମିତିସଭ୍ୟ ତଥା ଯୁବ ସମାଜସେବୀ ପ୍ରିତମ ନାୟକ ଏହି କରୋନା ମହାମାରୀରେ ଦୁଖୀଙ୍କ ଦରଦୀ ବନ୍ଧୁ ପାଲଟିଛନ୍ତି । ପ୍ରତ୍ୟେକ ଦିନ ବଡଚଣା ବ୍ଳକ ଅନ୍ତର୍ଗତ ବିଭିନ୍ନ ପଂଚାୟତରେ ନିରାଶ୍ରିତ, ଗରିବ ଶ୍ରେଣୀୟ ଲୋକଙ୍କ ପାଖରେ ପହଂଚିବା ସହ ସେମାନଙ୍କୁ ଖାଦ୍ୟ ସାମଗ୍ରୀ ଓ ଆବଶ୍ୟକୀୟ ସାମଗ୍ରୀ ପହାଂଚାଇ ଆାସୁଛନ୍ତି । ଏହି କ୍ରମରେ ଶାଲପଡା ପଂଚାୟତର ତିଳପଦା ଗ୍ରାମରେ ରହୁଥିବା ଏକ ଗରିବ ପରିବାର ଅନୀତା ନାୟକ ହୃଦଘାତରେ ରୋଗରେ ପିଡିତ ହୋଇ ଜୀବନ ଅତିବାହିତ କରୁଥିବା ଖବର ପାଇ ସେଠାରେ ପହଂଚିଥିଲେ । ଅର୍ଥ ଅଭାବରୁ ଚିକିସôା ପାଇଁ ଡାକ୍ତରଖାନାକୁ ଯାଇ ନପାରି ଜୀବନ ସହ ସଂଗ୍ରାମ କରୁଥିଲା ବେଳେ ସରକାରଙ୍କ କୌଣସି ସହାୟତା ତାଙ୍କ ପାଖରେ ପହଂଚି ପାରୁ ନାହିଁ । ନୁଆଣିଆ ଭଙ୍ଗା ଚାଳଘରେ ରହୁଥିଲେ ବି ସରକାରଙ୍କ ଆବାସ ଯୋଜନା ଓ ଖାଦ୍ୟ ସୁରକ୍ଷା ଆଇନ ଯୋଜନାରେ ଅର୍ନ୍ତଭୁକ୍ତ ହୋଇ ନଥିବା ଦେଖିବାକୁ ମିଳିଛି । ଏହି ସମୟରେ ପ୍ରିତମ ତାଙ୍କ ସହ ଯୋଗୀଙ୍କ ଅନିତାଙ୍କ ଘରେ ପହଂଚି ୧୫ଦିନର ଖାଦ୍ୟ ସାମଗ୍ରୀ ଓ ଏକ ବିଦୁ୍ୟତା ଚାଳିତ ପଙ୍ଖା ପ୍ରଦାନ କରିଅଛନ୍ତି । ତାଙ୍କର ଏହି ମହନୀୟତା କାର୍ଯ୍ୟ ପାଇଁ ବହୁ ସଚେତନ ନାଗରିକ ଭୁୟସୀ ପ୍ରଶଂସା କରିଅଛନ୍ତି । ଏବଂ ଅନିତାଙ୍କ ପରିବାରକୁ ସରକାରଙ୍କ ସହାୟତା ପ୍ରଦାନ କରିବା ପାଇଁ ସେ ଦାବୀ କରିଛନ୍ତି ।
ଦୁଖୀଙ୍କ ଦରଦୀ ବନ୍ଧୁ : ପ୍ର୍ିତମ
|
May 26, 2020 |
