ଦୁଇ ସାମ୍ବାଦିକ ପରିବାରକୁ କଲ୍ୟାଣ ପାଣ୍ଠିରୁ ଆର୍ଥôକ ସହାୟତା ଦିଆଗଲା

Spread the love

ଯାଜପୁର, ୦୮/୦୯/୨୦୨୧ (ସନ୍ଧାନ ନିଉଜ) : ଯାଜପୁର ଜିଲ୍ଲାରେ କାର୍ଯ୍ୟରତ ଚତୁର୍ଥ ସ୍ତମ୍ବର ଦୁଇ ବରିଷ୍ଠ ସାମ୍ବାଦିକଙ୍କ ପରିବାରକୁ ରାଜ୍ୟ ସରକାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ୮ ଲକ୍ଷ ଟଙ୍କା ଲେଖାଏଁ ଆର୍ଥôକ ସହାୟତା ସାମ୍ବାଦିକ କଲ୍ୟାଣ ପାଣ୍ଠିରୁ ତାଙ୍କ ପରିବାରକୁ ଦେଇଥିବାରୁ ଯାଜପୁର ଜିଲ୍ଲା ସାମ୍ବାଦିକ ୟୁ୍ୟନିୟନ ଜେୟୁଜେର ସାମ୍ବାଦିକ ମାନେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇବା ସହିତ ସାମ୍ବାଦିମାନଙ୍କ ପାଇଁ ଲଢ଼େଇ କରୁଥିବା ବରିଷ୍ଠ ସାମ୍ବାଦିକ ପ୍ରଶନ୍ନ ମହାନ୍ତୀଙ୍କୁ ଯାଜପୁର ଜିଲ୍ଲା ସାମ୍ବାଦିକ ମାନେ କୃତଜ୍ଞତା ଜଣାଇଛନ୍ତି ଏହି ଅବସରରେ ରସୁଲପୁର ପ୍ରେସ୍ଫୋରମର ସଭାପତି ଅଞ୍ଜନ କୁମାର ପତି, ସାଧାରଣ ସଂପାଦକ ଜଗମୋହନ ରାଉତ, କୋଷାଦକ୍ଷ ବାପୁଜୀ ଜେନା ଓ ପ୍ରେସ୍ଫୋରମର ସଭ୍ୟମାନେ ରାଜ୍ୟ ସଭାପତି ପ୍ରଶନ୍ନ କୁମାର ମହାନ୍ତୀଙ୍କୁ କୃତଜ୍ଞତା ଜଣାଇବା ସହିତ ସାମ୍ବାଦିକ ସୁରକ୍ଷା ଆଇନ୍ ଆଣିବା ପାଇଁ ଶ୍ରୀ ମହାନ୍ତୀଙ୍କ ନିକଟରେ ଯାଜପୁର ଜିଲ୍ଲା ସାମ୍ବାଦିକ ମାନେ ଦାବି କରିଛନ୍ତି । ଏଠାରେ ସୂଚନା ଯୋଗ୍ୟ ଯେ, ଏମ୍ବିସି ଟିଭିର ଜିଲ୍ଲା ପ୍ରତିନିଧି ଅନିରୁଦ୍ଧ ସାମନ୍ତରାୟ ହୃଦଘାତରେ ମୃତୁ୍ୟ ବରଣ କରିଥିବା ବେଳେ, ତାଙ୍କ ଅସହାୟ ପରିବାର ତାଙ୍କ ବିଧବା ପତ୍ନୀ ଭାରତୀ ତି୍ରପାଠୀଙ୍କୁ ଯାଜପୁର ଜିଲ୍ଲାପାଳ ଚକ୍ରବତ୍ତି୍ର ସିଂରାଠୋର ଙ୍କ ନିଦେ୍ର୍ଦଷ କ୍ରମେ ସୂଚନା ଲୋକ ସମ୍ପର୍କ ଅଧିକାରୀ ସନ୍ତୋଷ ସେଠୀ ତାଙ୍କ ବିଧବା ପତ୍ନୀ ଭାରତୀ ତ୍ରିପାଠୀଙ୍କୁ ୪ ଲକ୍ଷ ଟଙାକ ଚେକ୍ ପ୍ରଦାନ କରିଥିଲେ । ସେହିପରି ଯାଜପୁର ଜିଲ୍ଲାର ଦୈନିକ ସମ୍ବାଦପତ୍ର ସଂଚାରରେ କାର୍ଯ୍ୟ କରୁଥିବା ସାମ୍ବାଦିକ ଉକ୍ରଳ କୁମାର ଜେନାଙ୍କର ସଡ଼କ ଦୃଘଟଣାରେ ଗୁରୁତର ହେବାରୁ ତାଙ୍କୁ କଟକ ମେଡିକାଲରେ ଚିକିତ୍ସିତ ହେଉଥିବା ବେଳେ, ଶ୍ରୀ ଜେନାଙ୍କର ମୃତୁ୍ୟ ଘଟିବାରୁ ଏହି ଅସହାୟ ପରିବାର ଏବଂ ତାଙ୍କ ବିଧବା ପତ୍ନୀ ହରପ୍ରିୟା ମିତ୍ରଙ୍କୁ ୪ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯାଇଥିଲା । ଦୁଇ ସାମ୍ବାଦିକ ପରିବାରକୁ ଗୋପବନ୍ଧୁ ସ୍ୱାସ୍ଥ୍ୟବିମା ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇଥିବା ୨ଲକ୍ଷ ଟଙ୍କା ଲେଖାଏଁ ଆର୍ଥôକ ସହାୟତା ମିଳିଥିଲା । ସେହିପରି କୋଭିଡ଼ରେ ମୃତୁ୍ର ବରଣ କରିଥିବା ଅଶୋକ କୁମାର ସାହୁଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀ ୧୫ଲକ୍ଷ ଟଙ୍କା ଆର୍ଥôକ ସହାୟତା ଦେଇଥିବା ବେଳେ, ମୃତୁ୍ୟବରଣ କରିଥିବା କୋଭିଡ଼ରେ ଯାଜପୁର ଜିଲ୍ଲାର ବରିଷ୍ଠ ସାମ୍ବାଦିକ ସ୍ୱର୍ଗତ ପ୍ରଭାତ କୁମାର ରାଉତରାୟ ପରିବାରକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଘୋଷଣା କରିଥିବା ୧୫ ଲକ୍ଷ ଟଙ୍କା ଆର୍ଥôକ ସହାୟତା ତାଙ୍କ ବିଧବା ପତ୍ନୀଙ୍କୁ ଦିଆଯାଇଥିଲା । ଏଠାରେ ସୂଚନା ଯୋଗ୍ୟ ଯେ, ବଡ଼ଚଣା ବ୍ଲକ୍ ଅନ୍ତର୍ଗତ ବାଲିଚନ୍ଦ୍ରପୁର ସାମ୍ବାଦିକ ରତିକାନ୍ତ ବଳଙ୍କର କୋଭିଡ଼ରେ ମୃତୁ୍ୟ ଘଟିଥିବା ବେଳେ, ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ଅସହାୟ ପରିବାରକୁ ତାଙ୍କ ବିଧବା ପତ୍ନୀଙ୍କୁ ୧୫ଲକ୍ଷ ଟଙ୍କା ଆର୍ଥିକ ଅନୁଦାନ ଦିଆଯିବ ବୋଲି ସୂଚନା ଲୋକସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ ସୂଚନା ଦେଇଛନ୍ତି । ସାମ୍ବାଦିକ ମାନଙ୍କ ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟାନାୟକ ଆର୍ଥôକ ସହାୟତା ଯୋଗାଇ ଦେଇଥିବାରୁ ଯାଜପୁର ଜିଲ୍ଲାରେ କାର୍ଯ୍ୟରତ ସାମ୍ବାଦିକ ମାନେ ମାନ୍ୟବର ମୁଖ୍ୟମନ୍ତ୍ରୀ ଏବଂ ସୂଚନା ଲୋକସମ୍ପର୍କ ମନ୍ତ୍ରୀ ରଘୁନନ୍ଦନ ଦାସଙ୍କୁ କୃତଜ୍ଞତା ଜଣାଇଛନ୍ତି । ମାନ୍ୟବର ମୁଖ୍ୟମନ୍ତ୍ରୀ ସାମ୍ବାଦିକ ମାନଙ୍କ ପାଇଁ ଗୃହଋଣ ଯୋଗାଇ ଦେବାଲାଗି ଲାଗି ସାମ୍ବାଦିକ ମାନେ ଦାବି କରିଛନ୍ତି ।

Related Posts

About The Author

Add Comment