ବାଲେଶ୍ୱର,05/11/21 (ସନ୍ଧାନ ନିଉଜ) ବାଲେଶ୍ୱର ନୀଳଗିରି ବଣଭୂଇଁ ଛକରେ ମର୍ମନ୍ତୁଦ ସଡ଼କ ଦୂର୍ଘଟଣା । ବୀପରିତ ଦିଗରୁ ଆସୁଥିବା ଦୁଇଟି ବାଇକ୍ ମୁହାଁମୁହିଁ ଧକ୍କା ହୋଇଛି। ଏହି ଦୂର୍ଘଟଣାରେ ଦୁଇ ବାଇକ୍ ଆରୋହୀ ଗୁରୁତର ଭାବରେ ଆହାତ ହୋଇଥିବା ବେଳେ ଜଣଙ୍କର ମୃତୁ୍ୟ ହୋଇଛି । ସୂଚନା ଅନୂସାରେ ଜଣେ ଫରେଷ୍ଟ ଗାର୍ଡ ଡୁ୍ୟଟି ସାରି ଫେରୁଥିବା ବେଳେ ବୀପରିତ ଦିଗରୁ ଆସୁଥିବା ଆଉ ଏକ ବାଇକ୍ ତାଙ୍କୁ ଧକ୍କା ଦେଇଥିଲା । ଦୂର୍ଘଟଣା ଫଳରେ ଘଟଣାସ୍ଥଳରେ ହିଁ ଫରେଷ୍ଟ ଗାର୍ଡଙ୍କ ମୃତୁ୍ୟ ହୋଇଥିବା ଜଣାପଡିଛି।ଅନ୍ୟପଟେ ଅନ୍ୟ ଦୁଇ ବାଇକ୍ ଆରୋହୀ ଅତି ଗୁରୁତର ଅବସ୍ଥାରେ ଉଦ୍ଧାର ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଦୁଇ ଆହାତଙ୍କ ପରିଚୟ ସ୍ପଷ୍ଟ ହୋଇନଥିବା ବେଳେ ମୃତ ଫରେଷ୍ଟ ଗାର୍ଡଙ୍କ ନାମ ଭଜମନ ସିଂ ବୋଲି ସୂଚନା ମିଳିଛି ।
ଦୁଇ ବାଇକ୍ ମୁହାଁମୁହିଁ ଧକ୍କା, ଦୂର୍ଘଟଣାରେ ଫରେଷ୍ଟ ଗାର୍ଡ ମୃତ
|
November 5, 2021 |
