କଳାହାଣ୍ଡି, 01.02.2021( ସନ୍ଧାନ ନିଉଜ୍):- କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ବଙ୍ଗୋମୁଣ୍ଡାରୁ ଟେମରା ରାସ୍ତାର ବୁଲାଣି ନିକଟରେ ରବିବାର ମଧ୍ୟାହ୍ନରେ ଦୁଇ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା। ଏହି ଦୁର୍ଘଟଣାରେ ୪ ଜଣ ଯୁବକ ଗୁରୁତର। ସ୍ଥାନୀୟ ଲୋକେ ୧୦୮ ଆମ୍ବୁଲାନ୍ସ ଯୋଗେ ଗୁରୁତରଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ଯୁବକଙ୍କ ମଧ୍ୟରୁ କୋକସରା ବ୍ଲକ ମଙ୍ଗଳପୁର ଗ୍ରାମର ଗୌତମ ପୂଜାରୀଙ୍କ ମୃତ୍ୟୁ ହୋଇଛି। ଅନ୍ୟ ଦୁଇ ଜଣ ଯୁବକଙ୍କ ସ୍ବାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ଥିବାରୁ ସେମାନଙ୍କୁ ଜିଲ୍ଲା ମୁଖ୍ୟାଳୟ ଭବାନୀପାଟଣା ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଛି। ଦୁଇ ଯୁବକ ହେଲେ କରଲାଗୁଡା ଗ୍ରାମର ପିଣ୍ଟୁ ଚଳାନ ଓ ଆମପାଣି ଗ୍ରାମାର ଖୁସିରାମ ପୁଝାରି। ଅନ୍ୟ ଜଣେ ଆହତ ନାବାଳକ ଚନ୍ଦନ ଧରୁଆ, ତାଙ୍କ ବୟସ ୧୩ ବର୍ଷ।
ଦୁଇ ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ୪ ଜଣ ଗୁରୁତର
|
February 1, 2021 |



