ଦୁଇ ବର୍ଷ ଭିତରେ ରାଜ୍ୟରେ ଦୂର ହେବ ଡାକ୍ତର ସମସ୍ୟା: ସ୍ବାସ୍ଥ୍ୟ ମନ୍ତ୍ରୀ
|
June 14, 2019 |


ସଚିବାଳୟଠାରେ ଦପ୍ତର ପ୍ରବେଶ ସମୟରେ ମନ୍ତ୍ରୀ କହିଥିଲେ, ମେଡିକାଲ କଲେଜଗୁଡ଼ିକରୁ ଅଧିକ ସଂଖ୍ୟାରେ ଡାକ୍ତର ଉତ୍ତୀର୍ଣ୍ଣ ହେବାକୁ ଯାଉଛନ୍ତି। ତେଣୁ ଆଗାମୀ ଦିନରେ ରାଜ୍ୟର କୌଣସି ଚିକିତ୍ସାଳୟରେ ଆଉ ଡାକ୍ତରଙ୍କ ଅଭାବ ରହିବ ନାହିଁ। ସ୍ବାସ୍ଥ୍ୟସେବା ସବୁବେଳେ ଏକ ବଡ଼ ଆହ୍ବାନ। ସମସ୍ତ ପ୍ରକାର ପରିସ୍ଥିତିରେ ରାଜ୍ୟବାସୀଙ୍କୁ ଗୁଣାତ୍ମକ ସ୍ବାସ୍ଥ୍ୟସେବା ଯୋଗାଇ ଦେବା ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ। ସଚିବାଳୟ ମନ୍ତ୍ରୀ କରିଡରର ଦ୍ୱିତୀୟ ମହଲାରେ ସ୍ବାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କୁ ପ୍ରକୋଷ୍ଠ ମିଳିଥିବା ବେଳେ ବୁଧବାର ପୂର୍ବାହ୍ନରେ ସେ ବିଧିବଦ୍ଧ ଭାବେ କାର୍ଯ୍ୟ ଆରମ୍ଭ କରିଛନ୍ତି। ଦପ୍ତର କାର୍ଯ୍ୟ ଆରମ୍ଭ ପୂର୍ବରୁ ସେଠାରେ ଛୋଟିଆ ପୂଜାପାଠର ଆୟୋଜନ ହୋଇଥିଲା।