ଦୁଇ ପୁଅଙ୍କ ଦେହରେ ନିଆଁ ଲଗାଇ ମା’ର ଆତ୍ମହତ୍ୟା ଉଦ୍ୟମ

Spread the love
କେନ୍ଦ୍ରାପଡା ୧୬/୦୫ (ସନ୍ଧାନ ନିଉଜ) : କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ଅଞ୍ଚଳରେ ପାରିବାରିକ କଳହରୁ ଅଭାବନୀୟ ଘଟଣା ଘଟିଛି। ଲାଂଜୁଡ଼ା ପଞ୍ଚାୟତ ଅନ୍ତର୍ଗତ ଭୋପାଳ ଗାଁ’ରେ ଜଣେ ମହିଳା ନିଜ ଦୁଇ ପୁଅଙ୍କ ଦେହରେ ନିଆଁ ଲଗାଇ ନିଜେ ଆତ୍ମହତ୍ୟା ଉଦ୍ୟମ କରିଥିବା ଜଣାପଡିଛି। ଖବର ଅନୁଯାୟୀ ଭୋପାଳ ଗାଁ’ର ସଚିତ୍ର ସ୍ଵାଇଁଙ୍କ ସ୍ତ୍ରୀ ଲୋଭାବତୀ ଶନିବାର ସକାଳେ ଘର ଭିତର ପଟୁ କବାଟ କିଳି ଦୁଇପୁଅ ଓ ନିଜ ଦେହରେ କିରାସିନି ଢାଳି ନିଆଁ ଲଗାଇ ଆତ୍ମଦାହ ଉଦ୍ୟମ କରିଥିଲେ। ପିଲାମାନଙ୍କ ଚିତ୍କାର ଶୁଣି ପଡ଼ୋଶୀମାନେ ଧାଇଁ ଆସି ଉଦ୍ଧାର କରିଥିଲେ। ଲୋଭାବତୀ ଓ ତାଙ୍କ ସାନପୁଅ ଶରୀର ୮୦ ଭାଗ ପୋଡ଼ିଯାଇଛି। ବଡ଼ ପୁଅର ବୟସ ୮ ବର୍ଷ ଓ ସାନ ପୁଅର ବୟସ ୬ ବର୍ଷ ବୋଲି ଜଣାଯାଇଛି।

Related Posts

About The Author

Add Comment