ଯାଜପୁର ସଦର, ୧୮/୦୧/୨୦୧୨ (ସନ୍ଧାନ ନିଉଜ) : ଯାଜପୁର ଜିଲ୍ଲାର ଜଣେ ଦକ୍ଷ ପୋଲିସ ଅଫିସର ଦୁଇ ନିରାଶ୍ରୟ ବାଳକକୁ ସହାତରାର ହାତ ବଢ଼ାଇବା ସହିତ କରୋନା ସମୟରେ ସଚେତନ କରାଇବା ପାଇଁ ଏହି ଦକ୍ଷ ଆଇଆଇସି କୋରେଇ ଥାନାର ଥାନା ଅଧିକାରୀ ରଂଜିତ ମହାନ୍ତି ଚର୍ଚ୍ଚାକୁ ଆସିଥିବା ଦେଖିବାକୁ ମିଳିଚ । ଦୁଇ ନିରାଶ୍ରୟ ବାଳକକୁ ସହାୟତାର ହାତ ବଢ଼ାଇଥିବା ଶ୍ରୀ ମହାନ୍ତି ପୋଲିସ ବିଭାଗର ଯାଜପୁର ଜିଲ୍ଲାର ଗର୍ବ ଏବଂ ଗୌରବ । ଏଠାରେ ସୂଚନା ଯୋଗ୍ୟ ଯେ, ୨୦୧୯ ମସିହାରେ କୋରେଇ ବ୍ଲକ ଅନ୍ତର୍ଗତ ରଣପୁର ଗ୍ରାମରେ ଏକ ଅଗ୍ନିକାଣ୍ଡ ଘଟିବାରୁ ନିରଂଜନ ମହାରଣା ଏବଂ ତାଙ୍କ ସ୍ତ୍ରୀ ଉର୍ମିଳା ମହାରଣାଙ୍କର ମୃତ୍ୟୁ ଘଟିଥିଲା । ନିରଂଜନ ମହାରଣାଙ୍କର ଗୋଟିଏ ପୁଅ ସନ୍ଦିପ(୬), ଝୀଅ ବୈଶାଖୀ(୮) ଜେଜେ ମା ପାଖରେ ରହୁôତବା ବେଲେ, ଜେଜେ ମା ଦୁଃଖି ମହାରଣା ବୃଦ୍ଧାବସ୍ତା ହୋଇଥିବାରୁ କାମ ଦାମ କରି ନପାରିବାରୁ ଏହି ପରିବାରରେ ଦୁଃଖ ମାଡ଼ି ଆସିଲା । ଏହି ଭାଇ ଭଉଣୀଙ୍କୁ ପାଠ ପଢ଼ାଇବା ସହିତ ସେମାନଙ୍କର ପ୍ରତିପୋଶଣ କରିବା ଦୁଃଖି ପକ୍ଷରେ କଷ୍ଟକର ହୋଇ ପଡ଼ିଲା । ଏହି ଗ୍ରାମର କିଛି ଭଦ୍ର ବ୍ୟକ୍ତି ଯୁବକ ଏହି ପରିବାରକୁ ସହାୟତା କରିବା ପାଇଁ ସାମାଜିକ ଗଣମାଧ୍ୟରେ ଏହି ଘଟଣା ପ୍ରକାଶ ପାଇଥିଲା । ସାମାଜିକ ଗଣମାଧ୍ୟମରୁ ଥାନା ଅଧିକାରୀ ରଂଜିତ ମହାନ୍ତି ସମସ୍ତ ଘଟଣା ଜାଣିବାକୁ ପାଇଥିଲେ । ଶ୍ରୀ ମହାନ୍ତ ରଣପୁର ଗ୍ରାମର ଦୁଇ ଅସହାୟ ଶିଶୁକୁ ସାହାଯ୍ୟ କରିବା ପାଇଁ ରାସନ ସାମଗ୍ରୀ ସହିତ ଶ୍ରୀ ମହାନ୍ତି ଜିଲ୍ଲା ଶିଶୁ ସୁରକ୍ଷା ବିଭାଗକୁ ଯୋଗାଯୋଗ କରିବା ପରେ ଜିଲ୍ଲା ଶିଶୁ ବିଭାଗର କର୍ମଚାରୀ କାର୍ତ୍ତିକେଶ୍ୱର ଜେନା, ଏନଏମ ରୁଙ୍କୁ ଲତା ଜେନା ଉଭୟ ଶିଶୁଙ୍କ ସ୍ୱାସ୍ଥ୍ୟଗତ ପରୀକ୍ଷା କରିବା ସହିତ ହେଫାଜତରେ ନେଇ ସାବାଳକ ହେବା ପର୍ଯ୍ୟନ୍ତ ପାଠ ପଢ଼ାଇବାକୁ ପ୍ରଶାସନ ଅଧିକାରୀ କହିଥିଲେ । ବୃଦ୍ଧ ଜେଜେମାଙ୍କୁ ନାତି ନାତୁଣୀ ନଛାଡ଼ି ଯିବା ପାଇଁ କହିବା ସହିତ କୋରେଇ ଥାନା ଅଧିକାରୀ ରଂଜିତ ମହାନ୍ତି ପିଲା ମାନଙ୍କ ପାଠ ପଢ଼ାଇବା ପାଇଁ ସହାୟତାର ହାତ ବଢ଼ାଇଥିବା ସନ୍ଦୀପ ଏବଂ ବୈଶାଖିର ସମସ୍ତ ଖର୍ଚ୍ଚ ବହନ କରିବା ପାଇଁ ଶ୍ରୀ ମହାନ୍ତି ପ୍ରତିଶୃତି ଦେଇଥିବାରୁ ଜଣେ କର୍ତ୍ତବ୍ୟନିଷ୍ଠ ପୋଲିସ ଅଧିକାରୀ ଭାବରେ ଶ୍ରୀ ମହାନ୍ତି ଯାଜପୁର ଜିଲ୍ଲାରେ ବେଶ ଚର୍ଚ୍ଚାକୁ ଆସିଥିବା ଦେଖିବାକୁ ମିଳିଚି ।
ଦୁଇ ନିରାଶ୍ରୟ ବାଳକକୁ ସହାୟତାର ହାତ ବଢ଼ାଇଲେ ଥାନା ଅଧିକାରୀ
|
January 18, 2022 |



