ନୂଆଦିଲ୍ଲୀ, ୩୦/୧ (ସନ୍ଧାନ ନିୟୁଜ): ହରିୟାଣାରେ ଭଣ୍ଡବାବାଙ୍କ ନାମରେ ଦୁଷ୍କର୍ମ ଅଭିଯୋଗ। ଦୁଇ ଜଣ ନାବାଳିକାଙ୍କୁ ଏହି ଆତ୍ମଘୋଷିତ ବାବା ଦୁଷ୍କର୍ମ କରିଥିବା ମାମଲା ରୁଜୁ ହେବା ପରେ ବାବା ଫେରାର ହୋଇଯାଇଛି।
ଖବର ଅନୁଯାୟୀ ପଞ୍ଚକୁଲା ସହର ନିକଟରେ ରାୟପୁରରାନୀରେ ରହିଛି ଆତ୍ମଘୋଷିତ ବାବା ଲକ୍ଷ୍ମାନନ୍ଦ ଆଶ୍ରମ। ସେଟଠାକୁ ଯାଉଥିବା ଦୁଇ ନାବାଳିକାଙ୍କୁ ବାବା ଜଣଙ୍କ ଦୁଷ୍କର୍ମ କରିଥିଲେ। ଏ କଥା କାହାରିକୁ ନକହିବାକୁ ଦେଇଥିଲେ ଧମକ। ମାତ୍ର କଥା ଜଣାପଡିବା ପରେ ଉଭୟ ନାବାଳିକା ପରିବାରଲୋକଙ୍କ ସହ ଥାନାକୁ ଯାଇ ଅଭିଯୋଗ କରିଛନ୍ତି।