ବାରିପଦା ୦୩/୦୬ (ସନ୍ଧାନ ନିଉଜ) ବେନତଟୀ ଥାନା ଅଧୀନ ଆମ୍ୱଯୋଡାର ପ୍ରଶନ୍ନ ବେହାରାଙ୍କ ଝିଅ ପୂଜା(୧୧) ଫାଶୀ ଲଗାଇ ଆତ୍ମହତ୍ୟା କରିଥିଲା, ତେବେ ଏତେ କମ୍ ବୟସରେ ଝିଅଟି କାହିଁକି ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ନେଲା ସେ ନେଇ କାଲି ସନ୍ଧାନ ଖବର କାଗଜରେ ପ୍ରକାଶ ପାଇଥିଲା, ଆଜି ପୁଲିସ୍ର ପ୍ରାଥମିକ ତଦନ୍ତ ପରେ ଯାହା ଜଣା ପଡିଛି ପୂଜାର ବାପା ପ୍ରସନ୍ନ ଦୀର୍ଘଦିନ ଧରି ରୋଗାଗ୍ରସ୍ଥ ଥାଇ ବିଛଣାରେ ପଡି ରହିଛନ୍ତି । ମା ଶ୍ରମିକ ଭାବରେ କାମ କରନ୍ତି ସେଥିରୁ ଯାହା ମିଳେ ସେଥିରେ ପରିବାର ଚଳେ । ଏଥିପାଇଁ କମ୍ ବୟସରୁ ଘର କାମରେ ଅଧିକାଂଶ ସମୟ ଦେଉଥିଲା ପୂଜା । ଗତ କାଲି ମା’କାମକୁ ଯାଇଥିଲା ବେଳେ ସଂନ୍ଧ୍ୟା ହେବାରୁ ଝିଅକୁ ଘରେ ଥିବା ଛେଳି ଗୁଡିକୁ ବାନ୍ଧି ଦେବାକୁ କହିଥିଲେ ବାପା ପ୍ରସନ୍ନ, ତେବେ ସାଙ୍ଗମାନଙ୍କ ସହ ଖେଳୁଥିବା ପୂଜା ନିଜ ଖେଳ ଛାଡି ଆସିବାକୁ ରାଜି ନଥିଲା ଓ ଏହି ସାମାନ୍ୟ କଥାକୁ ନେଇ ଗୁହାଳ ଭିତରକୁ ଯାଇ କବାଟ ବନ୍ଦ କରି ଫାଶୀ ଲଗାଇ ଦେଇଥିଲା । ତେବେ କୋମଳମତି ପିଲାମାନେ ଛୋଟ ଛୋଟ କଥାରେ ଏମିତି ଚରମ ପଦକ୍ଷେପ ନେବା ଅଭିଭାବକ ମାନଙ୍କୁ ଚିନ୍ତାରେ ପକାଇଛି । ମୟୂରଭଞ୍ଜ ଜିଲ୍ଲାରେ ବଢୁଥିବା ଆତ୍ମହତ୍ୟା ହାର ଏବେ ଚିନ୍ତାଜନକ ହେଲାଣି । ପାରିବାରିକ କଳହ ମାନସିକ ଅବସାଦ ଆଦି ଆତ୍ମହତ୍ୟାର ମୁଖ୍ୟ କାରଣ ହୋଇଥାଏ । ତେବେ ଶୈଶବରେ ଏ ସବୁର ପ୍ରଭାବ ଏତେଟା ନଥାଏ । ପରିବାରର ଭରଣପୋଷଣ ଭାର କିମ୍ବା ବାହ୍ୟଚାମ୍ପୁ ଏମାନେ ଦୂରରେ ଥାଆନ୍ତି । ହେଲେ ଗତକାଲି ଓ ଆଜିକୁ ମିଶାଇ ଦୁଇଟି ଆତ୍ମହତ୍ୟା ଘଟଣା ଏ ଧାରଣାକୁ ଭୁଲ୍ ପ୍ରମାଣିତ କରିଛି । ଗତକାଲି ବେତନଟୀ ଥାନା ଅଂଚଳରେ ଜଣେ ୧୦ ଭର୍ଷର ନାଆବାଳିକା ପୂାଜ ଫଅଶୀ ଲଗାଇ ଆତ୍ମହତ୍ୟା କରିଥିବା ଖବର ସମସ୍ତଙ୍କୁ ଚକିତ କରିଥିଲା । ଆଜି ଆଉ ବାଙ୍ଗିରିପୋଷି ଥାନା ଚନ୍ଦନପୁର ଗ୍ରାମରେ ଜଣେ ନାବାଳିକାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି । ଅଭିଯୋଗ ଅନୁଯାୟୀ ଏହି ଗ୍ରାମର ପ୍ରଦ୍ୟୁମ୍ନ ବେହେରାଙ୍କ ୧୩ ବର୍ଷର ନାବାଳକ ପୁଅ ଘରେ କେହି ନଥିବା ବେଳେ ଗାମୁଛାରେ ଫାସୀ ଲଗାଇ ଝୁଲିପଡିଥିଲା । ପରିବାର ଲୋକ ଫେରିବା ପରେ ପୁଅକୁ ଉଦ୍ଧାର କରି ଗ୍ରାମବାସୀଙ୍କ ସହାୟତାରେ ସଙ୍ଗେ ସଙ୍ଗେ ବାଙ୍ଗିରିପୋଷି ଡାକ୍ତରଖାନାକୁ ଆଣିଥିଲେ । ତେବେ ସେତେବେଳକୁ ସେ ପିଲାଟିର ମୃତ୍ୟୁ ହୋଇ ଯାଇଥିଲା । ଖବର ପାଇ ବାଙ୍ଗିରିପୋଷି ପୋଲିସ୍ କେସ ନଂ ୨୩/୨୦ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି । ଆତ୍ମହତ୍ୟାର ପ୍ରକୃତ କାରଣ ଜଣାପଡିନାହିଁ । ପୋଲିସ୍ ଘଟଣାର ତଦନ୍ତ ଚଳାଇଛି ।
ଲିଙ୍ଗରାଜ ପଣ୍ଡା, ବାରିପଦା
ଦୁଇ ଦିନରେ ୨ ବାଳକଙ୍କ ଝୁଲନ୍ତା ଶବ ଉଦ୍ଧାର
|
July 3, 2020 |