ଜେନାପୁର/୨୪/୦୯(ସନ୍ଧାନ ନିୟୁଜ୍/(ପ୍ରଶାନ୍ତ ସାମଲ )
ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ଅନ୍ତର୍ଗତ ଜେନାପୁର ଥାନା ଅଧିନ ରେଖିଦେଇପୁର ପଞ୍ଚାୟତ ପାଇକରାପୁର ଗ୍ରାମର ଘନଶ୍ୟାମ ସାହୁ(୬୨) ଗତକାଲି ବ୍ରାହ୍ମଣୀ ନଦୀ ରେ ଗାଧୋଇବାକୁ ଯାଇଥିବା ବେଳେ ହଟାତ୍ ଗୋଡ଼ ଖସି ଯିବାରୁ ବ୍ରାହ୍ମଣୀର ପ୍ରଖର ସ୍ରୋତରେ ଭାସିଯାଇ ଥିଲେ । ଘନଶ୍ୟାମ ଘରକୁ ଫେରିବାର ବିଳମ୍ବ ହେବାରୁ ତାଙ୍କ ପୁଅ ଅନାଦି ନଦୀ କୂଳକୁ ଦେଖିବାକୁ ଯାଇଥିଲେ ସେଠାରେ ଯାଇ ଦେଖିଲେ କେବଳ ବାପାଙ୍କ ଚପଲ ନଦୀକୂଳରେ ଥିଲା । ନଦୀର ଆଖ ପାଖ ବହୁ ଖୋଜା ଖୋଜି କରିବା ପରେ ଘନଶ୍ୟାମ ଙ୍କର କୌଣସି ସନ୍ଧାନ ପାଇନଥିଲେ । ସେଠାରୁ ଫେରି ଆସି ଗ୍ରାମ ବାସୀଙ୍କୁ ଜଣାଇବା ସହ ଚେଡେଇ ଧରା ସ୍ଥିତ ଅଗ୍ନିଶମ ବାହୀନିକୁ ଫୋନ କରିଥିଲେ । ଦୀର୍ଘ ୩ ଘଣ୍ଟା ପରେ ସେ କୁଆଖିଆ ଓଡ୍ରାଫ ଟିମ୍ କୁ ସାଙ୍ଗରେ ଆଣି ବହୁ ସମୟ ଧରି ଗ୍ରାମ ବାସୀଙ୍କ ସହିତ ଦୀର୍ଘ ସମୟ ଖୋଜିବା ପରେ ମଧ୍ୟ ଘନଶ୍ୟାମ ଙ୍କର କୌଣସି ସୁଫଳ ମିଳିନଥିଲା।ପରିବାର ପକ୍ଷରୁ ପୁଅ ଅନାନ୍ଦି ବନ୍ଧୁ ବାନ୍ଧବ ଓ ସାଙ୍ଗ ସାଥି ଙ୍କୁ ଧରି ୨୦ ଘଣ୍ଟା ବ୍ରାହ୍ମଣୀ ନଦୀ ର ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିଥିଲେ ମଧ୍ୟ କୌଣସି ଖବର ପାଇ ନଥିଲେ। ଆଜି ସକାଳୁ କୈବର୍ତ୍ତ ମାନେ ମାଛ ଧରିବା ପାଇଁ ନଦୀ କୁ ଆସିଥିବା ବେଳେ ମର୍ଜିତାପୁର ପଞ୍ଚାୟତ ଅଧିନ ଚଉଷଠିପଡା ବାଲି ଘାଟ ନିକଟରେ ହଠାତ ନଦୀ ଭିତରେ ଏକ ଶବ ପଡିଥିବାର ଦେଖିବାକୁ ପାଇଥିଲେ।ପରବର୍ତ୍ତୀ ସମୟରେ ପରସ୍ପର ରେ ଏ କଥା ପ୍ରଚାରିତ ହେବା ପରେ ଘନଶ୍ୟାମ ଙ୍କ ପରିବାର ଏ ସମ୍ପର୍କରେ ସୂଚନା ପାଇଥିଲେ।ପରେ ପରିବାର ପକ୍ଷରୁ ଜେନାପୁର ପୋଲିସ କୁ ସୂଚନା ଦେବା ପରେ ଘନଶ୍ୟାମ ଙ୍କ ମୃତ ଶରୀର କୁ ନଦୀରୁ ଉଦ୍ଧାର କରିଥିଲେ।ଜେନାପୁର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ସବ ଜବତ କରି କେସ୍ ନମ୍ବର ୧୦/୨୧ ରେ ଏକ ଅପମୃତ୍ୟୁ ମାମଲା ରଜୁକରି ଶବ ବ୍ୟବଚ୍ଛେଦ ନିମନ୍ତେ ଦାନଗଦି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର କୁ ପଠାଇବାର ପୋଲିସ ପକ୍ଷରୁ ସୂଚନ ମିଳିଛି ।ଏପଟେ ଗ୍ରାମ ଓ ଆଖପାଖ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ଘନଶ୍ୟାମ ପରିବାରର ମୁଖ୍ୟ ରୋଜଗାରିଆ ଥିବାବେଳେ ପରିବାର ଏବେ କିପରି ଚଳିବ ସେଥି ନେଇ ଚିନ୍ତାର କାରଣ ହୋଇ ପଡ଼ିଛ ।ସରକାର ଓ ଯାଜପୁର ଜିଲ୍ଲାପାଳ ଏହି ପରିବାର ପ୍ରତି ଦୃଷ୍ଟି ଦେବାକୁ ଜନସାଧାରଣରେ ଦାବି ହେଉଛି ।।


