୨୨ ଦିନ ପୁରିଲା: ଆଗେଇ ପାରୁନି ଦୀପକ ହତ୍ୟାର ତଦନ୍ତ , ୩ ଅଟକ ବ୍ୟକ୍ତିଙ୍କୁ ପୋଲିସ୍ ଛାଡ଼ିଦେଲା

Spread the love

ଯାଜପୁର, ୨୫/୧୦(ସନ୍ଧାନ ନିୟୁଜ/ମାନସ ରାଉତ): ଯାଜପୁର ଜିଲ୍ଲା ଜେନାପୁର ଥାନା ଅନ୍ତର୍ଗତ ସୋରେଇ ଗ୍ରାମର ପ୍ରଫୁଲ ଦଳାଇଙ୍କ ପୁଅ ଦିପକ ଦଳେଇ (୨୭)ଙ୍କର ହତ୍ୟାକାଣ୍ଡ ଘଟଣାକୁ ଇତି ମଧ୍ୟରେ ୧୮ ଦିନ ପୁରିଯାଇଛି । ହେଲେ ଏହି ହତ୍ୟାକାଣ୍ଡରେ ସମ୍ପୁକ୍ତ ଅଭିଯୁକ୍ତମାନଙ୍କୁ ଗିରଫ କରିବାରେ ପୋଲିସ ସଫଳ ହୋଇନାହିଁ । ଦୀପକର ହତ୍ୟା ଘଟଣାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇବା ସାଙ୍ଗକୁ ପରିବାର ଲୋକଙ୍କ ସହ ଅଞ୍ଚଳବାସୀଙ୍କ ପକ୍ଷରୁ ୫୩ ନଂ ଜାତୀୟ ରାଜପଥକୁ ୬ ଘଣ୍ଟା ଅବରୋଧ କରାଯାଇ ଅଭିଯୁକ୍ତମାନଙ୍କୁ ଗିରଫ ପାଇଁ ଦାବୀ କରାଯାଇଥିଲା । ଏହି ଉତ୍ୟେଜନା ପରେ ଜେନାପୁର ପୋଲିସ ସୋରେଇ ଗ୍ରାମର ସମର ପଣ୍ଡା ଓ ଲିପୁନା ସ୍ୱାଇର୍ଙ୍କ ସହ ମୋଟ ୩ଜଣଙ୍କୁ ଥାନାକୁ ନେଇ ଅଟକ ରଖିଥିଲା । ତେବେ ଦୀପକକୁ ହତ୍ୟା କରାଯିବା ନେଇ ଠୋସ ପ୍ରମାଣ ମିଳୁନଥିବା କହି ପୋଲିସ ଅଟକର ୩ଦିନ ପରେ ସମ୍ପୁକ୍ତ ୩ଜଣଙ୍କୁ ଛାଡ଼ିଦେଇଥିବା ଜଣାପଡ଼ିଛି । ଯାହାକୁ ନେଇ ପୋଲିସର କାର୍ଯ୍ୟାକଳାପରେ ଦୀପକଙ୍କ ପରିବାର ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି । ତେବେ ଜେନାପୁର ଥାନା ଅଧିକାରୀ ଏହି ଘଟଣାରେ ସଫେଇ ଦେଇ ଏହା ପ୍ରକୃତରେ ଏକ ହତ୍ୟାକାଣ୍ଡ ନୁହେଁ ବୋଲି କହିବା ସହ ପୋଲିସ ଉପଯୁକ୍ତ ପ୍ରମାଣ ଖୋଜୁଥିବା କହିଛନ୍ତି । ଏଠାରେ ପ୍ରକାଶ ଥାଉ କି ଅକ୍ଟୋବର ୩ ତାରିଖ ରାତିରେ ଦୀପକକୁ ସୋରେଇ ଗ୍ରାମର ସମର ପଣ୍ଡା ଓ ଲିପୁନା ସ୍ୱାଇଁ ଘରୁ ଡ଼ାକିନେଇଥିଲେ । ୪ ତାରିଖ ଭୋରୁ ପାଣି କୋଇଲି ନିକଟ ଜାତୀୟ ରାଜପଥ କଡ଼ ଏକ ଢାବା ନିକଟରେ ଦୀପକର ରକ୍ତ ଜୁଡ଼ୁ ବୁଡ଼ୁ ମୃତ ଦେହ ପାଣି କୋଇଲି ପୋଲିସ ଉଦ୍ଧାର କରିବା ସହ ଏକ ଦୁର୍ଘଟଣା ମାମଲା ଦାଏର କରିଥିଲା । ପରେ ଦୀପକର ପରିବାର ଘଟଣା ସମ୍ପର୍କରେ ଜାଣିବା ପରେ ଏହା ପ୍ରକୃତରେ ଦୁର୍ଘଟଣା ଜନୀତ ମୃତୁ ନୁହେଁ ବରଂ ଦୀପକକୁ ହତ୍ୟା କରାଯାଇଥିବା ଅଭିଯୋଗ କରି ଜେନାପୁର ଥାନାରେ ୫ ତାରିଖ ଦିନ ଲିଖିତ ଅଭିଯୋଗ କରିଥିଲେ । ସେତେବେଳେ ଜେନାପୁର ଥାନା ପୋଲିସ ଏତଲା ନରଖିବାରୁ ୬ ତାରିଖ ଦିନ ସ୍ଥାନୀୟ ଅଞ୍ଚଳବାବସୀ ଦୀପକର ଶବ ରଖି ୫୩ ନଂ ଜାତୀୟ ରାଜପଥକୁ ଦଳଗାଁ ନିକଟରେ ଦୀର୍ଘ ୬ ଘଣ୍ଟା ଧରି ଅବରୋଧ କରିଥିଲେ । ଘଟଣା ସ୍ଥଳରେ ପୋଳିସ ଉଚ୍ଚ କର୍ତ୍ତୁପକ୍ଷ ପହଞ୍ଚି ଯଥାସିଗ୍ର ସମ୍ପୁକ୍ତ ହତ୍ୟାକାରୀମାନଙ୍କୁ ଗିରଫ କରାଯିବା ନେଇ ପ୍ରତିଶୃତି ଦେବା ସାଙ୍ଗକୁ ଏତେଲାରେ ନାମ ଥିବା ଅଭିଯୁକ୍ତ ସମର ପଣ୍ଡା ଓ ଲିପୁନା ସ୍ୱାଇଁଙ୍କୁ ଧରି ନେଇଥିଲେ । ପର ଦିନ ଅନ୍ୟ ଜଣେ ଯୁବକଙ୍କୁ ମଧ୍ୟ ଏହି ଘଟରାରେ ଥାନାରେ ଅଟକ ରଖିଥିଲେ । ହେଲେ ସେମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିବା ପରିବର୍ତ୍ତେ ଛାଡ଼ିଦିଆଯାଇଥିବା ଦୀପକର ପରିବାର ଅଭିଯୋଗ କରିଛନ୍ତି । ଯଥା ସିଗ୍ର ପୋଲିସ ହତ୍ୟାକାରୀଙ୍କୁ ଗିରଫ ନକଲେ ଜେନାପୁର ଥାନା ଆଗରେ ଧାରଣା ଦେବେ ବୋଲି ତାଙ୍କ ପରିବାର ଜଣାଇଛନ୍ତି ।

Related Posts

About The Author

Add Comment