ଦିଲ୍ଲୀ ସାଇବର ଠକେଇରେ ଭଦ୍ରକରୁ ଦୁଇ ଯୁବକ ଗିରଫ

Spread the love

ଭଦ୍ରକ :୧୫/ ୧୨ /୨୫ (ସନ୍ଧାନ ନ୍ୟୁଜ) ସାଇବର ଠକେଇ ମାମଲାରେ ଭଦ୍ରକ ଜିଲ୍ଲାରୁ ଦୁଇ ଜଣ ଗିରଫ। ଦିଲ୍ଲୀ ପୋଲିସ ଦୁଇ ଯୁବକଙ୍କୁ ଗିରଫ ଘଟଣାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଭଦ୍ରକ ଏସପି ମନୋଜ ରାଉତ ।ଏସପି କହିଛନ୍ତି ଯେ ଦିଲ୍ଲୀ କାର ବ୍ଲାଷ୍ଟ କେସ ସହ ଦୁଇ ଯୁବକ ଙ୍କର କୌଣସି ସମ୍ପର୍କ ନାହିଁ । ସନ୍ତୋଷ ଖଣ୍ଡେଇଙ୍କ ଦୋକାନରୁ ବିନା କାଗଜପତ୍ରରେ କଟକ ଅଞ୍ଚଳର ଜନୈକ ବ୍ୟକ୍ତି ସିମ୍ କିଣି ଥିଲେ । ଏହି ସୀମ୍ ବ୍ୟବହାର କରି ଦିଲ୍ଲୀ ସାହିନ୍ ବାଗ ଅଞ୍ଚଳ ର ଜନୈକ ବ୍ୟକ୍ତିଙ୍କୁ ଡିଜିଟାଲ ଆରେଷ୍ଟ୍ କରାଯାଇଥିଲା । ଏହି ଅନଲାଇନ୍ ଠକେଇ ମାମଲାରେ ଦୁଇ ଜଣ ଗିରଫ ହୋଇଥିବା ବେଳେ ପରେ ଜଣକୁ ଜାମିନରେ ଛଡା ଯାଇଛି । ଡିଜିଟାଲ ଆରେଷ୍ଟ କେସରେ ବ୍ୟବହାର ମୋବାଇଲ୍ ନମ୍ୱର୍ ଏହି ଠାରୁ ଯାଇଥିଲା । ଦିଲ୍ଲୀ ବ୍ଲାଷ୍ଟ୍ କେସ ସହ କୌଣସି ସଂପୃକ୍ତି ନାହିଁ ବୋଲି ଦିଲ୍ଲୀ ପୋଲିସ ଭଦ୍ରକ ପୋଲିସ କୁ ସ୍ପଷ୍ଟ ତଥ୍ୟ ଦେଇଛି ବୋଲି ଭଦ୍ରକ ଏସପି କହିଛନ୍ତି ।

Related Posts

About The Author

Add Comment