ତିହିଡ଼ି ବ୍ଲକ ୧୨/୨/୨୬ (ସନ୍ଧାନ ନ୍ୟୁଜ) ତିହିଡ଼ି ବ୍ଲକ ଅନ୍ତର୍ଗତ ଦୋଳ ସାହି ପଞ୍ଚାୟତ ରେ ଥିବା ଭଗବତୀ ବାଳିକା ଶିକ୍ଷାୟତନ ତାର ଦ୍ଵାଦଶ ବାର୍ଷିକ ଉତ୍ସବ ମହା ଆଡ଼ମ୍ବରରେ ପାଳନ କରିଛି। ଉକ୍ତ ଉତ୍ସବ ରେ ମୂଖ୍ୟ ଅତିଥି ଭାବରେ ଯୋଗଦେଇ ଥିଲେ ଶିକ୍ଷାବିତ୍ ଶ୍ରୀଯୁକ୍ତ ଅମର ଶତପଥୀ। ମୂଖ୍ୟ ବକ୍ତା ଭାବେ ଯୋଗଦେଇ ଥିଲେ ଦୈନିକ ସମାଜ ର ପ୍ରତିନିଧି ବରିଷ୍ଠ ସାମ୍ବାଦିକ ଶ୍ରୀଯୁକ୍ତ ରାମ ନାରାୟଣ ନାୟକ। ପ୍ରଯୋଜକ ଶ୍ରୀଯୁକ୍ତ ରଘୁ ନାଥ ପଶୁପାଳକ ଅନ୍ୟତମ ଅତିଥି ଭାବରେ ଯୋଗଦେଇ ଥିଲେ। ସଭାପତିତ୍ବ କରିଥିଲେ ପରିଚାଳନା କମିଟି ସଦସ୍ୟ ଶ୍ରୀଯୁକ୍ତ ଅମର ନାୟକ। ଅତିଥି ପରିଚୟ ପ୍ରଦାନ କରି ଥିଲେ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ନିରୁପମା ନାୟକ। ମଞ୍ଚ ପରିଚାଳନା କରିଥିଲେ ଶିକ୍ଷୟିତ୍ରୀ ମନୋରମା ଦାସ, ଧନ୍ୟବାଦ୍ ଦେଇ ଥିଲେ ଶିକ୍ଷୟତ୍ରୀ ଜୟନ୍ତୀ ଖୁଣ୍ଟିଆ। ସମସ୍ତ ଅତିଥି ଛାତ୍ର ଛାତ୍ରୀ ମାନଙ୍କୁ ଶୃଙ୍ଖଳିତ ହେବା ପାଇଁ ଆହ୍ବାନ ଦେଇ ଥିଲେ। ମୂଖ୍ୟ ବକ୍ତା ରାମ ନାରାୟଣ ନାୟକ ନୂତନ ଶିକ୍ଷା ନୀତି ସମ୍ପର୍କ ରେ ଆଲୋକ ପାତ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ବୀଣାପାଣି ବିଶ୍ୱାଳ, ରାଜଶ୍ରୀ ଆଚାର୍ଯ୍ୟ, ବିମଳା ବେହେରା, ଅନ୍ନପୂର୍ଣ୍ଣା ନାୟକ, ଜ୍ୟୋସ୍ନା ରାଣୀ ପାତ୍ର, ଅମିତା ନାୟକ, ଚଞ୍ଚଳା ରାଉଳ,ରଶ୍ମି ମାଡ଼ାମ୍ ଯୋଗ ଦେଇ ଉତ୍ସଵ କୁ ସଫଳ କରିଥଲେ।ବିଦ୍ୟାଳୟ ଛାତ୍ରୀ ଅଲିଶା ନାୟକ,ନେହା ବେଗମ, ତପସ୍ଵିନୀ ନାୟକ ସାସୋରିତା ନାୟକ ପୁରସ୍କୃତ ହୋଇଥିଲେ। ଭଦ୍ରକ ରୁ ସତ୍ୟବ୍ରତ ନାୟକ ଙ୍କ ରିପୋର୍ଟ।
ଦିବାକର ପଶୁପାଳକ ସ୍ମାରକୀ ମେଧା ପୁରସ୍କାର ବିତରଣ ଉତ୍ସବ
|
February 12, 2026 |



