ଦିନ ଦ୍ୱିପ୍ରହର ରେ  ଲୁଟ,ଲୋକେ ଆତଙ୍କିତ

Spread the love
ଯୋଡା, ୧୪/୨/୨୬ (ସନ୍ଧାନ ନ୍ୟୁଜ) : କେନ୍ଦୁଝର ଜିଲ୍ଲା ଯୋଡା ଠାରେ  ଦିନ ଦ୍ୱିପ୍ରହର ରେ ଅଜଣା ବ୍ୟକ୍ତିଙ୍କୁ ମାଡ଼ ମାରି ଲୁଟ ଘଟଣା ସହରରେ ଚାନ୍ଚଲ୍ୟ ସୃଷ୍ଟି କରିଛି ।ଖବର ନେବାରୁ ଜଣାପଡିଛି ଯେ,ଯୋଡା ପୌର ପ।ଳିକ। ଅଧ୍ୟକ୍ଷ ଙ୍କ ଘରକୁ ଭୁବନେଶ୍ୱର ରୁ ଏମ ଡି ସଲମାନ୍ ନାମକ ଜଣେ ବ୍ୟକ୍ତି ଘର କାମ କରି ବାକୁ ଆସିଥିଲା ।ତାଙ୍କ ଘର କାମ ସାରି ଶୁକ୍ରବାର ସକାଳ ୧୦ ଘଟିକା ସମୟରେ ବଂ।ଶପ।ଣି ଷ୍ଟେସନ କୁ  ଯାଉ ଥିବା  ବେଳେ ଯୋଡା ଟିସ୍କୋଗେଟ୍ ନିକଟରେ ପହଂଚି ସେଠାରେ ଥିବା ୪/୫ ଜଣ ଯୁବକ ଙ୍କୁ  ବଂ।ଶ ପାଣି ରେଳ ଷ୍ଟେସନ ର ଠିକଣା ପଚାରିଥିଲେ ।ଉକ୍ତ ଯୁବକ ମାନେ ତାଙ୍କୁ ଷ୍ଟେସନ କୁ ନେଇଯିବେ କହି ଗେଟ୍ ଠାରୁ ନିକଟ ରେ  ଥିବା ମାଉସୀ ମା ମନ୍ଦିର ଆଡ଼କୁ ନେଇ ଯାଇଥିଲେ ।କିଛି ବାଟ ଗଲା ପରେ ଏମ ଡି ସଲମାନ୍ ଙ୍କୁ ଉକ୍ତ ଯୁବକ ମାନେ ଟାଣି ନେଇ ତାଙ୍କୁ ପ୍ରବଳ ମାଡ଼ ମାରି ତଳେ ପକାଇ ସେ ଧରିଥିବା ମୋବାଇଲ ଫୋନ,ବ୍ୟଗ ଓ ମୋନୀ ପର୍ସ ଛଡ଼ାଇ ନେଇ ଦୌଡ଼ି ପଳାଇ ଥିଲେ ।ଏହି ଘଟଣା ଦୂର ରୁ କିଛି ଲୋକ ଦେଖି ପାରି ଗେଟ୍ ନିକଟରେ ଥିବା ସୁରକ୍ଷା କର୍ମୀ ଙ୍କୁ ଜଣାଇବା ପରେ ସୁରକ୍ଷା କର୍ମୀ ମାନେ ଯାଇ ତାଙ୍କୁ ଉଦ୍ଧାର କରି ଟାଟା ଷ୍ଟିଲ ଡାକ୍ତରଖାନ। କୁ ନେଇ ଥିଲେ ।ତାଙ୍କର ମୁଣ୍ଡ ଫାଟି ଯାଇଥିବାରୁ ଡାକ୍ତରଖାନ।ରେ ଚିକିତ୍ସ। କରାଯାଇଥିଲା ।ଖବର ପାଇ ଯୋଡା ପୋଲିସ ଡାକ୍ତରଖାନ।ରେ ପହଞ୍ଚି ଏମ ଡି ସଲମାନ୍ ଙ୍କ ଠାରୁ ବୟାନ ନେବା ପରେ  ଘଟଣାର ତଦନ୍ତ ଆରମ୍ଭ କରି ଥିବା ପୋଲିସ ସୂଚନା ଦେଇଛି

Related Posts

About The Author

Add Comment