ଦିନ ଦିପହରେ ରାୟଗଡ ବସଷ୍ଟାଣ୍ତରେ ଚାଲିଛି ପକେଟ ମାରଙ୍କ ଲୁଟପାଟ

Spread the love

ରାୟଗଡ : ୧୧/୧ (ସନ୍ଧାନ ନିଉଜ) ଦିନ ଦିପହରେ ରାୟଗଡ ବସ ଷ୍ଟାଣ୍ତ ରେ ଚାଲିଛି ପକେଟ ମାର ମାନଙ୍କ ସକ୍ରୀୟ ଲୁଟପାଟ ବ୍ୟପାର । ଏଥି ପାଇଁ କାହାର ନିଘା ନାହିଁ ନା ପୋଲିସ ର ନା ପ୍ରଶାସନର । ଭୁବନେଶ୍ବର,କଟକ, ପାରଲାଖେମୁଣ୍ତି,ବ୍ରହ୍ମପୁର ଆଦି ହାଇ ଟେକ୍ ବସ ମାନେ ରାୟଗଡ ବସ ଷ୍ଟାଣ୍ତ କୁ ପହଞ୍ଚିଗଲେ ଓହ୍ଳାଇବା ଓ ଚଢିବା ସମୟରେ ଲୁଟେରା ମାନେ ବସ ରେ ପସି ପକେଟ ମାର କାମ କରି ଆସୁଛନ୍ତି । ଟିକିରିରୁ ବ୍ରହ୍ନପୁର ଚାଲିଥିବା ତୋଫାନ ବସରେ ଆଜି ଜଣେ ଯାତ୍ରୀ ଠାରୁ ୫୦୦ ଶହ କ୍ୟାସ୍ ,ଏଟିଏମ୍ ଥିବା ପରସ୍ କୁ ଲୁଟି ନେଇଛନ୍ତି । ଆଉ ଜଣେ ଯାତ୍ରୀର ପରସ୍ କୁ ହାତେଇ ପାରି ଲେନି । ବସରେ ଥିବା କଣ୍ତକ୍ଟର ର ସାମନାସାମନି ଏ ସବୁ ଘଟଣା ଘଟିଲା । କିନ୍ତୁ ବସ୍ ରେ ଥିବା ଷ୍ଟାପ୍ ମାନଙ୍କ ତରଫରୁ କୌଣସି ପ୍ତିକ୍ରୀୟା ଦେଖିବାକୁ ମିଲୁନାହିଁ । ଏଥିରୁ ଅନୁମାନ କରା ଯାଉଛି ଯେ ଲୁଟେରା ମାନଙ୍କ ସହ ବସ ଷ୍ଟାପ୍ ମାନଙ୍କ ର ମଧ୍ୟ ହାତ ଥିବାର ସନ୍ଦେହ ହେଉଛି। ଏ ଭଲି ଅସାମାଜିକ କାର୍ଯ୍ୟ କୁ ପୋଲିସ ତଥା ପ୍ରଶାସନ ଅଧିକାରୀ ମାନଙ୍କୁ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଜନ ସାଧାରଣ ତରଫରୁ ଦାବି କରା ଯାଉଛି ।
ରିପୋର୍ଟ – ପୀତାମ୍ବର ଧିଣ୍ତା 

Related Posts

About The Author

Add Comment