ଦିନରେ ବନ୍ଧୁକ ଦେଖାଇ ତିନି ଲକ୍ଷ ଲୁଟ

Spread the love

ବାରିପଦା, 07/01.(ସନ୍ଧାନ ନ୍ୟୁଜ) ଦିନ ଦ୍ୱିପ୍ରହରରେ ବନ୍ଧୁକମୁନରେ ଲୁଟିନେଲେ ଦୁର୍ବୃତ୍ତ। ପଶ୍ଚିମବଙ୍ଗ ନମ୍ବର ବିଶିଷ୍ଟ ୨ବାଇକରେ ଆସିଲେ ୪ଦୁର୍ବୃତ୍ତ। ବାରିପଦା-ଚିତ୍ରଡା ମୁଖ୍ୟରାସ୍ତାର ବାଘୁଆଶୋଳ ନିକଟରେ କାର ଅଟକାଇ ବନ୍ଧୁକମୁନରେ ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନାଅଳଙ୍କାର ଏବଂ ପାଖରେ ଥିବା ଟଙ୍କାପଇସା। ତେବେ ଦିନକୁଦିନ ରାସ୍ତାଘାଟରେ ଲୁଟପାଟ ଘଟଣା ବୃଦ୍ଧି ପାଉଥିବା ବେଳେ ଆଜିର ଘଟଣାଟି ମୟୁରଭଞ୍ଜ ଜିଲ୍ଲାରେ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ପରିସ୍ଥିତି ପ୍ରତି ଆଙ୍ଗୁଠି ନିର୍ଦ୍ଦେଶ କରୁଛି। ଯାହା ମୟୁରଭଞ୍ଜ ପୋଲିସକୁ ପଶ୍ଚିମବଙ୍ଗରୁ ଆସୁଥିବା ଲୁଟେରା ଦୁର୍ବୃତ୍ତଙ୍କ ଚ୍ୟାଲେଞ୍ଜ ବୋଲି କୁହାଯାଇ ପାରିବ। ଆଜି ଦ୍ବିପ୍ରହରରେ ମୟୁରଭଞ୍ଜ ଜିଲ୍ଲାର ଅନ୍ୟଏକ ପ୍ରମୁଖ ବ୍ୟସ୍ତବହୁଳ ବାରିପଦା-ଚିତ୍ରଡା ରାସ୍ତାର ବାଘୁଆଶୋଳ ଛକ ନିକଟରେ ରାସ୍ତା ଉପରେ ବାଇକ ରଖି ଆସୁଥିବା କାରକୁ ଅଟକାଇ ଥିଲେ। ପରେ ଚାରିଜଣ ଦୁର୍ବୃତ୍ତ ବାଇକରୁ ଅହ୍ଲାଇ କାର ନିକଟକୁ ଯାଇ ବନ୍ଧୁକ ଦେଖାଇ ଲୁଟିନେଇଛନ୍ତି ସୁନାଗହଣା ସହିତ ପାଖରେ ଥିବା ନଗଦ ଟଙ୍କା। ସୂଚନା ଅନୁଯାୟୀ ବାରିପଦା ନିକଟ ଭାରବାଡ଼ି ଅଞ୍ଚଳରୁ ନିଜ ଶଢୁ ଘର ବାଲେଶ୍ଵର ଜିଲ୍ଲା ବାଲିଆପାଳ ଅଭିମୁଖେ ଦୀନକୃଷ୍ଣ ମାହାନା ତାଙ୍କ ପରିବାର ସହ କାରରେ ଯାଉଥିଲେ। ତେବେ ବାଘୁଆଶୋଳ ନିକଟରେ ଦୁଇଟି ବାଇକରେ ଚାରିଜଣ ଦୁର୍ବୃତ୍ତ ବନ୍ଧୁକ ଦେଖାଇ ସୁନାଗହଣା ସବୁ ଲୁଟି ନେଇଛନ୍ତି। ପ୍ରତିବାଦ କରିବାରୁ ଦୁର୍ବୁର୍ତ୍ତ ମାନେ ଦୀନକୃଷ୍ଣ ମାହାନାଙ୍କୁ ବନ୍ଧୁକ ମୁନରେ ଆକ୍ରମଣ କରି ରକ୍ତାକ୍ତ କରିଥିଲେ। ତେବେ ଦୁର୍ବୃତ୍ତ ମାନେ ଉଭୟ ହିନ୍ଦୀ ଏବଂ ବଙ୍ଗଳା ଭାଷାରେ କଥାବାର୍ତ୍ତା ହେଉଥିବା ବେଳେ ବାଇକ ଗୁଡିକ ମଧ୍ୟ ପଶ୍ଚିମବଙ୍ଗ ରାଜ୍ୟର ନମ୍ବର ପ୍ଲେଟ ଲାଗିଥିବା ପ୍ରତ୍ୟକ୍ଷଦର୍ଶୀଙ୍କ ସୂତ୍ରରୁ ଜଣାପଡ଼ିଛି। ଏନେଇ ଖବରପାଇ ବାରିପଦା ସଦର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ଗୁରୁତରଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ବାରିପଦା ପଣ୍ଡିତ ରଘୁନାଥ ମୁର୍ମୁ ମେଡ଼ିକାଲ କଲେଜ ଏଣ୍ଡ ହସ୍ପିଟାଲକୁ ସ୍ଥାନାନ୍ତର କରିଛି। ତେବେ ଦୁର୍ବୃତ୍ତମାନେ ପ୍ରାୟ ସାଢେ଼ ତିନି ଲକ୍ଷ ଟଙ୍କାର ସୁନା ଗହଣା ଲୁଟି ନେଇଛନ୍ତି ବୋଲି ପିଡିତା ମହିଳାଙ୍କ ସୂତ୍ରରୁ ଜଣାପଡ଼ିଛି। ତେବେ ଆଜିର ଘଟଣା ମୟୁରଭଞ୍ଜ ପୋଲିସ ପାଇଁ ପଶ୍ଚିମବଙ୍ଗ ଲୁଟେରାଙ୍କ ଚ୍ୟାଲେଞ୍ଜ ହୋଇଥିଲା ବେଳେ ଏହାର ମୁକାବିଲା କରିବାରେ କେତେ ସଫଳ ହେଉଛି ସମୟ କହିବ। ଅନ୍ୟପଟେ ନିକଟରେ ସଦରଥାନା ଅଧିନ ଏକ ଦୋକାନରୁ ବନ୍ଧୁକ ମୁନରେ ଲୁଟ ହୋଇଥିଲା ବେଳେ ଆଜି ପୁଣି ଦିନ ଦ୍ବିପ୍ରହରରେ ଦୁର୍ବୃତ୍ତମାନେ ଲୁଟ କରିଥିବା ଘଟଣା ପୋଲିସ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଛି।

Related Posts

About The Author

Add Comment