ଦିନକର ଶିଶୁକନ୍ୟା ଉଦ୍ଧାର ଡାକ୍ତରଖାନାରେ ଚିକିତ୍ସାରତ

Spread the love

କେନ୍ଦ୍ରାପଡା, ୨୫/୦୬/୨୦ (ସନ୍ଧାନ ନିଉଜ) : ଗତ ବୁଧବାର ରାତି ପ୍ରାୟ ୧୦ଟା ୩୭ମିନିଟ ସମୟରେ ସହରର ପଶୁସମ୍ପଦ କାର୍ଯ୍ୟାଳୟ ସମ୍ମୁଖରେ ଏକ ଶିଶୁକନ୍ୟା ପଡିଥିବାର ଜୟୀପୁରା ଗ୍ରାମର ଜଗନ୍ନାଥ ସେଠୀ ନାମକ ବ୍ୟକ୍ତି ଦେଖିବାକୁ ପାଇଥିଲେ। ସେ ଏସମ୍ପର୍କରେ ଟାଉନ ଥାନାରେ ଜଣାଇବା ସହ ଶିଶୁକନ୍ୟାଟିକୁ ସେଠାରୁ ଉଠାଇ ଆଣି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ଏସମ୍ପର୍କରେ ଖବର ପାଇ ଶିଶୁ ମଙ୍ଗଳ ସମିତି ଅଧକ୍ଷ୍ୟ ଭଗବତୀ ପ୍ରସାଦ ଦାସ ତୁରନ୍ତ ଘଟଣାସ୍ଥଳକୁ ଯିବା ପାଇଁ ପରାମର୍ଶ ଦେବା ପରେ ସଦସ୍ୟ କିଶୋର କୁମାର ସ୍ୱାଇଁ ଓ ଲଳିତାଞ୍ଜଳି ଦାସ ଡାକ୍ତରଖାନାରେ ପହଁଚି ସମସ୍ତ ଘଟଣା ବୁଝି ଉଦ୍ଧାର କରିଥିବା ବ୍ୟକ୍ତିଙ୍କୁ ପଚରାଉଚୁରା କରିଥିଲେ। ଡାକ୍ତରଖାନାରୁ ଶିଶୁର ସ୍ୱାସ୍ଥ୍ୟବସ୍ଥା ସମ୍ପର୍କରେ ଚିକିତ୍ସା ଦାୟୀତ୍ୱରେ ଥିବା ଡାକ୍ତରଙ୍କ ଠାରୁ ସମସ୍ତ ବୀବରଣୀ ସଂଗ୍ରହ କରି ଶିଶୁ ମଙ୍ଗଳ ସମିତି ଅଧକ୍ଷ୍ୟ ଶ୍ରୀ ଦାସଙ୍କୁ ରିପୋର୍ଟ ପ୍ରଦାନ କରିଥିଲେ। ଶିଶୁ ମଙ୍ଗଳ ସମିତି ପକ୍ଷରୁ ଲୁଥେରାନ ମହିଳା ସମିତିକୁ ନିର୍ଦେଶ ପ୍ରଦାନ କରାଯାଇ ସେଠାରୁ ଏକ ଧାଇକୁ ଡାକ୍ତରଖାନା ପଠାଯାଇ ଉଦ୍ଧାର ଶିଶୁକନ୍ୟାଟିର ଦେଖାରଖା କରାଯିବାକୁ ରଖାଯାଇଛି। ଉଦ୍ଧାର ଶିସୁକନ୍ୟାଟି ଗୋଟିଏ ଦିନର ବୋଲି ଡାକ୍ତରଖାନା ପକ୍ଷରୁ ସୂଚନା ମିଳିଛି। ଡାକ୍ତରଖାନାର ଏସ-ଏନ-ସି-ୟୁ- ୱାର୍ଡରେ ଶିଶୁକନ୍ୟାଟି ଚିକିତ୍ସିତ ଥିବା ବେଳେ ତାର ସ୍ୱାସ୍ଥ୍ୟବସ୍ଥା ଭଲଥିବା ସୂଚନା ଦିଆଯାଇଛି। ଡାକ୍ତରଖାନାରୁ ଡିସଚାର୍ଜ ହେବା ପରେ ପରବର୍ତ୍ତି ପଦକ୍ଷେପ ନିଆଯିବ ବୋଲି ଶିଶୁ ମଙ୍ଗଳ ସମିତି ପକ୍ଷରୁ କୁହାଯାଇଛି।

Related Posts

About The Author

Add Comment