ଭଦ୍ରକ, ୮/୯ (ସନ୍ଧାନ ନିୟୁଜ) ଆଜି ଚର୍ଚ୍ଚାରେ ରହିଛି ଭଦ୍ରକ। ଆଜି ଜଣେ ଅଟୋ ଚାଳକର କିଛି କାଗଜପତ୍ର ନଥିବାରୁ ପୁଲିସ ୨୭,୫୦୦ ଟଙ୍କା ଫାଇନ୍ କରିଥିଲା। ସନ୍ଧ୍ୟା ବେଳେ ସ୍କୁଲ ଦିଦିଙ୍କ ସ୍କୁଟିର କିଛି କାଗଜପତ୍ର ନଥିବାରୁ ପୁଲିସ ଫାଇନ୍ କରିଛି ୧୩ ହଜାର ଟଙ୍କା।ଭଦ୍ରକ ଟାଉନ୍ ସର୍କାରନଗର ଅଞ୍ଚଳର ନାହିଦ ଅକତର ଏକ ପ୍ରାଇଭେଟ୍ ସ୍କୁଲରେ ଶିକ୍ଷୟିତ୍ରୀ ଅଛନ୍ତି। ଆଜି ସେ ସ୍କୁଲରୁ ସ୍କୁଟିରେ ଘରକୁ ଫେରୁଥିଲେ। ତେବେ ୟୁନାନୀ ହସ୍ପିଟାଲ୍ ନିକଟରେ ପୁଲିସ ତାଙ୍କ ଗାଡ଼ିର କାଗଜପତ୍ର ଯାଞ୍ଚ କରିଥିଲା। ତେବେ ଗାଡ଼ିଟି ନାହିଦଙ୍କ ବାପାଙ୍କ ନାଁରେ ଥାଇ ସେ ଚଲାଉଥିବାରୁ ୫୦୦୦ ଟଙ୍କା ଜୋରିମାନା କରାଯାଇଛି। ଏହାଛଡ଼ା ନାହିଦଙ୍କର ଡ୍ରାଇଭିଂ ଲାଇସେନ୍ସ ନଥିବାରୁ ୫୦୦୦, ଗାଡ଼ିର ବୀମା ନଥିବାରୁ ୨୦୦୦ ଓ ହେଲମେଟ୍ ପିନ୍ଧି ନଥିବାରୁ ୧୦୦୦ ଟଙ୍କା ଫାଇନ ହୋଇଛି। ଜୋରିମାନା ଅର୍ଥ ପୈଠ କରିବା ପରିବର୍ତ୍ତେ ସେ ଗାଡ଼ି ନେଇ ଚାଲି ଯାଇଥିବା ଜଣାପଡ଼ିଛି।
Report- Ramesh Nayak