ଦାରିଙ୍ଗବାଡି ସେବାଶ୍ରମ ବିଦ୍ୟାଳୟ ର ଷଷ୍ଠ ଶ୍ରେଣୀ ଛାତ୍ରୀ ଦୁଇ ମାସର ଗର୍ଭବତୀ

Spread the love
ବାଲିଗୁଡା, ୦୩/୧୨/୨୧(ସନ୍ଧାନ ନ୍ୟୁଜ/ସଞ୍ଜୟ କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ବ୍ଲକ ର ଏକ ସେବାଶ୍ରମ ବିଦ୍ୟାଳୟ ର  ଷଷ୍ଠ ଶ୍ରେଣୀ ଛାତ୍ରୀ ଦୁଇ ମାସର ଗର୍ଭବତୀ। ସେବାଶ୍ରମ ସ୍କୁଲରେ ରୁଟିନ୍‌ ଚେକ୍‌ଅପ୍‌ ସମୟରେ ଜଣାପଡ଼ିବା ପରେ ଦାରିଙ୍ଗବାଡ଼ି ଥାନାରେ ଅଭିଯୋଗ ହୋଇଛି। ପୁଲିସ ଅଭଯୋଗକୁ ଭିତ୍ତି କରି ମାମଲା ରୁଜୁ କରି ଛାତ୍ରୀଙ୍କ ପ୍ରେମିକକୁ ଅଟକ ରଖି ପଚରାଉଚରା କରୁଛି। ଉଭୟ ସମ୍ପର୍କରେ ସମ୍ପର୍କୀୟ ଭାଇ ଓ ଭଉଣୀ ବୋଲି ଜଣାପଡ଼ିଛି। ମହାମାରୀ କରୋନା ପାଇଁ ବହୁ ଦିନ ଧରି ବନ୍ଦ ରହିଥିଲା ସେବାଶ୍ରମ। କରୋନାର କୋପ ସାମାନ୍ୟ କମିବା ପରେ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶରେ ଖୋଲିଛି ସେବାଶ୍ରମ। ସେଠାରେ ଷଷ୍ଠ ଓ ସପ୍ତମ ଶ୍ରେଣୀ ପିଲାମାନେ କୋଭିଡ୍‌ ଗାଇଡ୍‌ଲାଇନ୍‌ ରହୁଛନ୍ତି। ଗତ ୩୦ ତାରିଖରେ ଛାତ୍ରୀଙ୍କ ରୁଟିନ୍‌ ଚେକଅପ୍‌ ଚାଲିଥିଲା। ଠିକ୍‌ ସେତିକି ବେଳେ ଜଣେ ଛାତ୍ରୀ ଦୁଇ ମାସର ଗର୍ଭବତୀ ଥିବା ଜଣାପଡ଼ିଥିଲା। ଏହା ପରେ ସେବାଶ୍ରମ କର୍ତ୍ତୃପକ୍ଷ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୁଲିସ ମାମଲା ରୁଜୁ କରିବା ସହ ନାବାଳିକାଙ୍କ ଡାକ୍ତରୀମାଇନା କରିଛି। ନାବାଳିକାକୁ ପଚରାଉଚରା ପରେ ପୂରା ଘଟଣା ଉପରୁ ପର୍ଦ୍ଦା ହଟିଛି। ଅଭିଯୋଗରୁ ପ୍ରକାଶ, କରୋନା ପାଇଁ ବନ୍ଦ ଥିଲା ସେବାଶ୍ରମ। ସେହି ସମୟରେ ଘରେ ଥିଲେ ପୀଡିତା ଛାତ୍ରୀ। ସେତିକି ବେଳେ ତାଙ୍କର ଜଣେ ସମ୍ପର୍କୀୟ ଭାଇଙ୍କ ସହିତ ତାଙ୍କର ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ବିବାହର ପ୍ରତିଶ୍ରୁତି ଦେଇ ତାଙ୍କ ସହିତ ସମ୍ପର୍କୀୟ ଭାଇ ଶାରୀରିକ ସମ୍ପର୍କ ରଖିଥିଲେ। ଯାହା ଫଳରେ ଛାତ୍ରୀ ଜଣକ ଗର୍ଭବତୀ ହୋଇଥିବା ଜଣାପଡ଼ିଛି। ମାତ୍ର ଏ ସମ୍ପର୍କରେ ପରିବାର ଲୋକେ ଜାଣିନାହାନ୍ତି। ଶେଷରେ ଛାତ୍ରୀଙ୍କ ସହିତ ଶାରୀରିକ ସମ୍ପର୍କ ରଖିବା ଘଟଣାକୁ ସ୍ୱୀକାର କରିଛି ପୁଲିସ୍‌ ପଞ୍ଝାରେ ଥିବା ଅଭିଯୁକ୍ତ ଯୁବକ।

Related Posts

About The Author

Add Comment