ବାରିପଦା,୧୩/୦୭ (ସନ୍ଧାନ ନିଉଜ/ଲିଙ୍ଗରାଜ ପଣ୍ଡା);- ଆଦିବାସୀ ଅଧ୍ୟୁଷିତ ମୟୁରଭଞ୍ଜ ଜିଲ୍ଲାର ଅଣରାଜନୈତିକ ଯୁବଛାତ୍ର ସଂଗଠନ ଭଞ୍ଜସେନା ପକ୍ଷରୁ ଗତ ଫେବୃଆରୀ ୨୫ ତାରିଖରେ ଦୁଇ ଦଫା ସମ୍ବଳିତ ଦାବି ପତ୍ର ସ୍ଥାନୀୟଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ ଜରିଆରେ ଓଡିଶା ମୁଖୂମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିକଟକୁ ପଠାଯାଇଥିବା ସହ ଏକ ମାସ ମଧ୍ୟରେ ପଦକ୍ଷେପ ନେବାକୁ ମଧ୍ୟ ଅନୁରୋଧ କରାଯାଇଥିଲା । କିନ୍ତୁ ଚାରି ମାସ ବିତିଥରବା ସତ୍ୱେର୍ ଏହି ଉପରୋକ୍ତ ଦାବି ସଂପର୍କରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ କୈଣସି ସୂଚନା ମିଳିନଥିବାରୁ ପଦକ୍ଷେପ ନିଆଯାଇ ନଥିବାର ଭଞ୍ଜସେନାର ଏକ ପ୍ରତିନିଧି ମଣ୍ଡଳୀ ଆଜି ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ସାକ୍ଷାତ କରିବା ପରେ ଜାଣିବାକୁ ପାଇଥିବାର ଉଲ୍ଲେଖ କରିଛନ୍ତି । ଏପରିକି ବର୍ତ୍ତମାନ କୋରନା ସମୟରେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ସ୍ୱାସ୍ଥ୍ୟ କ୍ଷେତ୍ରରେ ଅଧିକ ଯତ୍ନବାନ ସ୍ୱରୂପ ପଦକ୍ଷେପ ଗ୍ରହଣ କରୁଥିବା ବେଳେ ମୟୁରଭଞ୍ଜ ଜିଲ୍ଲାକୁ ମଧ୍ୟ ଏବେବି ଅଣଦେଖା କରାଯାଉଥିବାର ଅଭିଯୋଗ କରାଯାଇଛି ।
ଉଲ୍ଲେଖ ଯୋଗ୍ୟ ଯେ ଭଞ୍ଜସେନା ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଗତ ଫେବୃଆରୀରେ ଦିଆଯ।।ଇଥିବାଉ ୨ଟି ଦାବି ମଧ୍ୟରୁ ପ୍ରତିଷ୍ଠିତ ପଣ୍ଡିତ ରଘୁନାଥ ମୁର୍ମୁ ମେଦିକାଲ କଲେଜ ହସ୍ପିଟାଲରେ ଏପର୍ଯ୍ୟନ୍ତ ଜିଲ୍ଲାବାସୀ ଉନ୍ନତ ସ୍ୱାସ୍ଥ୍ୟ ସେବା ପାଇବାରୁ ବଂଚିତ ହେଉଥିବା ଏବଂ ଜିଲ୍ଲାର ୨୬ଟି ଯାକ ବ୍ଲକରେ ଥିବା ଛୋଟବଡ ସ୍ୱାସ୍ଥ୍ୟ କେନ୍ଦ୍ର ସମେତ ୪ଟି ଯାକ ଉପଖଣ୍ଡସ୍ତରୀୟ ଡାକ୍ତରଖାନାଗୁଡିକରେ ଅଭାବୀ ଡାକ୍ତର,କର୍ମଚାରୀ ତଥା ଆନିସଙ୍ଗିକ ସୁବିଧା ନଥରବା ଯୋଗୁଁ ଜନସାଧାରଣ ନାହିଁ ନଥିବା ଅସୁବିଧା ସମ୍ମୁଖୀନ ହେଉଥିବାର ଅଭିଯୋଗ କରାଯିବା ସହ କାର୍ଯ୍ୟାନୁଷ୍ଠାନ ପାଇଁ ଦୃଷ୍ଟି ଆକର୍ଷଣ କରାଯାଇଥିଲା । ଏଣୁ ଜିଲ୍ଲାର ବୃହତର ସ୍ୱାର୍ଥକୁ ଦୃଷ୍ଟିରେ ଦେଇ ଆଗାମୀ ୨୯ ତାରିଖ ଦିନ ଏଥିନେଇ ଭଞ୍ଜସେନା ପକ୍ଷରୁ ସାମାଜିକ ଦୂରତା ରକ୍ଷା ସହ ମାସ୍କ ଓ ସାନିଟାଇଜର ବୟବହାର କରାଯାଇ ମୟୁରଭଞ୍ଜ ଜିଲ୍ଲପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣବିକ୍ଷୋଭ ପ୍ରଦର୍ଶନ କରାଯିବ ବୋଲି ଭଞ୍ଜସେନାର ଜିଲ୍ଲା ସଭାପତି ପିଣ୍ଟୁ ମାଇତିଙ୍କ ନେତୃତ୍ୱରେ ରାଜେଶ ବେହେରା , ରାକେଶ ମହାନ୍ତି,ଜ୍ୟୋତିରଞ୍ଜନ ପୃଷ୍ଟି, ସୈମ୍ୟରଞ୍ଜନ ମିଶ୍ର, ଏସକେ ରାଜା ଖାନ ପ୍ରମୁଖଙ୍କ ପକ୍ଷରୁ ଘୋଷଣା କରାଯାଇଛି ।
ଦାବି ଜଣାଇବାର ୪ମାସ ବିତିଲାଣି,ମୟୁରଭଞ୍ଜର ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ସେବା ସୁଧୁରୁ ନହିଁ; ପ୍ରତିବାଦରେ ୨୯ରେ ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ଭଞ୍ଜସେନା କରିବ ଗଣବିକ୍ଷୋଭ
|
July 13, 2020 |
![](https://sandhannews.com/wp-content/uploads/2019/04/BREAKING-NEWS-SANDHAN.png)