ଉଦଳା, ୨୦/୧୨/୨୦୨୦ (ସନ୍ଧାନ ନିଉଜ୍/ଲିଙ୍ଗରାଜ ପଣ୍ଡା)- କରୋନା ମହାମାରୀ ଯୋଗୁଁ ଘରମୁହାଁ ହୋଇ ଥିବା ପ୍ରବାସୀ ଓଡ଼ିଆ ଏବେ କର୍ମସ୍ଥଳୀ ବାହୁଡିବା ଆରମ୍ଭ କରିଛନ୍ତି ୧୦ ମାସ ଧରି ଘରେବସି ଥିବା କୁଶଳୀ,ଅଣ କୁଶଳୀ ଶ୍ରମିକଙ୍କୁ କାମରେ ଯୋଗ ଦେବା ପାଇଁ ଡାକରା ଆସିଲାଣି ପ୍ରାପ୍ତ ବିବରଣୀ ରୁ ଜଣାଯାଇଛି ଯେ ଲକଡାଉନ ସମୟରେରାଜ୍ୟ କୁ ଯେତେ ସଂଖ୍ୟାରେ ପ୍ରବାସୀ ଓଡ଼ିଆ ଆସିଥିଲେ, ସେମାନଙ୍କ ମଧ୍ୟରୁ ୪୦ ପ୍ରତିଶତ ନିଜ ନିଜ କାର୍ଯ୍ୟକ୍ଷେତ୍ର କୁ ଫେରି ଗଲେଣି । ସେମାନେ ଯେଉଁ ସମୟରେ ଘରକୁ ଚାଲିଆସିଥିଲେ, ସେ ସମୟରେ କାମ କରୁଥିବା ରାଜ୍ୟ ରେ ସଂକ୍ରମଣ କମ ଥିଲା । ଏବେ ସେଠାରେ ସଂକ୍ରମଣ ଓ ମୃତ୍ୟୁ ସଂଖ୍ୟା ବଢୁଥିବା ବେଳେ ସର୍ବେ ପ୍ରବାସୀ ଓଡିଆ ଫେରିବାକୁବାଧ୍ୟ ହେଉଛନ୍ତି କାରଣ ପେଟ ପାଇଁ ଥାନା ଯୋଗାଡ କରିବା ସଂଘର୍ଷ ଜୀବନ ଆଗରେ ତୁଛି ହୋଇ ଯାଇଛି । ଅପରପକ୍ଷରେ ଗ୍ରାମାଞ୍ଚଳରେ ବେକାରୀ ସମସ୍ୟା ଉତ୍କଟ ହେବାରେ ଲାଗିଛି ନା ଅଛି କାମ, ନା ଅଛି କର୍ମଯୋଗାଣ ଆଉ ଏମିତି ରେ ଚାଷ ବାଷ କରି ଜୀବିକା ନିର୍ବାହ କରି ଭାବୁଥିବା ଯୁବପିଢି ଙ୍କୁ ନିରାଶ କରୁଛି ରୋଗ ପୋକ, ଅଦିନିଆ ବର୍ଷା ଓ ଆଧୁନିକ ଯନ୍ତ୍ରପାତି ଓ ବିଶେଷ କରି ଦୈବିଦୁର୍ବିପାକ । ଯାହାଫଳରେ ଯୁବପିଢି କାମ ନପାଇ ହାତ ବାନ୍ଧି ବସୁଛନ୍ତି । ଏପରି କି ଏମଜିଏନ ଆରଜିଏସ ଭଳି ଯୋଜନା ମଧ୍ୟ ବାଟ ହୁଡ଼ୁଛି । ବିଶେଷ କରି ଧାନ କଟା ସମୟରେ ଶ୍ରମିକ ଧାନ କାଟି କିଛି ରୋଜଗାର ଆଶାରେ ରଖୁଥିବା ବେଳେ, ଏଥ ସହ ଦାଉ ସାଧୁଛି ଚାଷ କମିରେ ବ୍ୟବହୃତ ହେଉଥିବା ଆଧୁନିକ ଯନ୍ତ୍ରପାତି । ଗୋଟିଏ ଗୋଟିଏ ଦିନରେ ଏକର ଏକର ଜମି ମେସିନ କାଟି ସଫା କରିଦେଉଛି । ଯାହାଫଳରେ ଧାନ କାଟି କିଛି ଦିନ ଚଳିଯାଉଥିବା ଲୋକେ ଜୀବିକା ହରାଉଛନ୍ତି । ଜୀବିକା ଉପାର୍ଜନ ର କୌଣସି ମାଧ୍ୟମନପାଇ ଶେଷରେ ଦାଦନ ଜାଲ ରେ ଫସିଯାଉଛନ୍ତି ଯୁବପିଢି । ଉଦଳା ବ୍ଲକ ର ବିଭିନ୍ନ ପଞ୍ଚାୟତ ରୁ ଯୁବକ ଯୁବତୀ ଦାଦନ ଖଟିବାକୁ ଯାଉଥିବାର ଦେଖୁବାକୁମିଳୁଛି । ପଞ୍ଚାୟତ ର କିଛି ଗ୍ରାମ ର ବୃଦ୍ଧ, ବୃଦ୍ଧା ଛାଡ଼ି ଦେଲେ ଯୁବକ ଯୁବତୀ ଦେଖବାକୁ ମିଳୁନାହାନ୍ତି । ଏମାନଙ୍କ ମଧ୍ୟରେ ନାବାଳକ ଓ ନାବାଳିକା ମଧ୍ୟ ରହୁଥିବା ଜଣାଯାଇଛି ।ଏଇ କିଛି ମାସ ମଧ୍ୟ ରେ ଶହଶହ ଯୁବଗୋଷ୍ଠୀ ବାହାର ରାଜ୍ୟକୁ ଖଟିବାକୁଯାଉଥିବା ପରୋକ୍ଷରେ ଶ୍ରମବିଭାଗ ଓ ପ୍ରଶାସନ ର ସ୍ଵଚ୍ଛତା କୁ ପଦାରେ ପକାଇଛି ।ଏଣୁ ସହିତ କାମ ପାଇଁ ଗ୍ରାମ ଛାଡୁ ଥୁବା ଲୋକେ କେଉଁ ପରିବେଶରେ ସେଠାରେ କାମ କରୁଛନ୍ତି ତାହା ମଧ୍ୟ ଶ୍ରମ ବିଭାଗ ପାଖରେ ରିପୋର୍ଟ ନାହିଁ । ଯାହା ଫଳରେ ଦାଦନ ଖଟିବାକୁ ଯାଉଥିବା ଯୁବପିଢି ବିଭିନ୍ନ ସଂସ୍ଥା ମାଧ୍ୟମରେ ଦଲାଲ ମାନଙ୍କ ଦ୍ଵାରା ଶୋଷଣ ର ଶିକାରହେଉଛନ୍ତି ଏ ବାବଦରେ ଜିଲ୍ଲା ପ୍ରଶାସନ ତଥା ଶ୍ରମ ବିଭାଗ ଦୃଷ୍ଟି ଦେଇ ରୋଜଗାର ପାଇଁ ବିଭିନ୍ନ ପ୍ରକାରର କ୍ଷୁଦ୍ର କୁଟୀର ଶିଳ୍ପ ଓ କୃଷି କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ଆଣିଲେ ଯୁବପିଢି ନିଜ ରାଜ୍ୟ ରେ ରୋଜଗାର କ୍ଷମ ହେବା ସହିତ ଦାଦନ ଖଟିବାକୁ ପଡୋଶୀ ରାଜ୍ୟ କୁ ପାଦ ବଢାନ୍ତେ ନାହିଁ ।
ଦାଦନ ମୁହାଁ ଯୁବପିଢି
|
December 20, 2020 |


