ବଡ଼ସାହି ୯/୯(ସନ୍ଧାନ ନ୍ୟୁଜ୍,/ଲିଙ୍ଗରାଜ ପଣ୍ଡା)-ନାମ ରମେଶ ସିଂ । ମୟୂରଭଞ୍ଜ ଜିଲା, ବଡ଼ସାହି ବ୍ଲକ ଭୀମିଦା ପଞ୍ଚାୟତର ଚେଙ୍ଗୁଆ ଗ୍ରାମରେ ପଲିଥିନ ତଳେ ଏକ କୁଡ଼ିଆ ହେଉଛି ତାଙ୍କ ଘର ୬ପ୍ରାଣୀ କୁଟୁମ୍ଭ ମଧ୍ୟରେ ପତ୍ନୀ ମୀନା, ୨ ଝିଅ ବର୍ଷା (୧୫) ଓ ନନ୍ଦିନୀ (୧୨) ଏବଂ ୨ପୁଅ ଚନ୍ଦନ (୧୦) ଓ ନରୋତ୍ତମ(୪) । ଭାଙ୍ଗିଯାଇଥିବା ଘରକୁ ସଜାଡ଼ି ପଲିଥିନ ଟାଣି ୬ପ୍ରାଣୀ କୁଟୁମ୍ବ, ରହିବା ଅସମ୍ଭବ ହେତୁ ଗାଁ ଲୋକେ ପିଲାଙ୍କୁ ନିଜ ଘରେ ଆଶ୍ରୟ ଦେଇଛନ୍ତି । ଦୀର୍ଘ ୫ବର୍ଷ ଧରି ଏମାନେ ଜଗତସିଂହପୁର ଜିଲ୍ଲା, ନାଉଗାଁ ବ୍ଲକ ଶିଖର ପଞ୍ଚାୟତର ଶାଳିଜଙ୍ଗା ଗ୍ରାମରେ ରହୁଥିଲେ । ସ୍ୱାମୀ-ସ୍ତ୍ରୀ ମଜୁରୀ ଲାଗି ୪ ପିଲାଙ୍କୁ ସେଠାରେ ପାଠ ମଧ୍ୟ ପଢ଼ାଉଥିଲେ। ତେବେ ତାଲାବନ୍ଦ ପାଇଁ ସେମାନେ ୫ବର୍ଷ ପରେ ଭିଟାମାଟିକୁ ଫେରିଥିଲେ। ସଞ୍ଚିତ ଅର୍ଥ ଘରକୁ ଫେରିବା ଓ ତାଲାବନ୍ଦ ସମୟରେ ସରିଯିବା ପରେ ଭୋକ ଉପାସରେ ରହିବାରୁ ଗ୍ରାମବାସୀ ଚାଉଳ ଉଠାଇ ତାଙ୍କ ଘରେ ଦେଉଛନ୍ତି । ପିଲାଙ୍କ ପାଠ ପଢ଼ା ବୁଲିକୁ ଗଲାଣି । ଦାରିଦ୍ରର ତାଡ଼ନା ଓ ଭୋକର ଭୂଗୋଳ ସେମାନଙ୍କ ଅତୀତ ଜୀବନକୁ ଇତିହାସ ସଜାଇଲାଣି। ଆଜି ଆ ପିଣ୍ଡା ତ କାଲି ତା ପିଣ୍ଡାରେ ବିତୁଛି ଜୀବନ। ଜଗତସିଂହପୁରରେ ଥିବା ବେଳେ ମିଳୁଥିବା ସ୍କୁଲ ମଧ୍ୟାହ୍ନ ଭୋଜନ ସ୍ଥାନ ପରିବର୍ତ୍ତନ ପାଇଁ ଏଠି ସ୍ଵପ୍ନ । ସେହିପରି ପରିବାରର ରାସନକାର୍ଡ଼ଟି ଜଗତସିଂହପୁର ଠିକଣାରେ ଥିବାରୁ ସରକାରୀ ରିହାତି ସାମଗ୍ରୀ ପାଇବାରୁ ମଧ୍ୟ ବଞ୍ଚିତ ରମେଶଙ୍କ ପରିବାର । ପଞ୍ଚାୟତରୁ ବ୍ଲକ ପର୍ଯ୍ୟନ୍ତ ସେ ଗୁହାରି ଜଣାଇଥିଲେ ହେଁ ସୁଫଳ ମିଳିନାହିଁ ବୋଲି କାନ୍ଦି କାନ୍ଦି କହନ୍ତି ମୀନା । ଅପରପକ୍ଷରେ ଏଠାରେ ୫ବର୍ଷ ଧରି ସେମାନେ ରହୁ ନଥିବାରୁ ଆବାସ ଯୋଜନାରୁ ମଧ୍ୟ ସେ ବଞ୍ଚିତ । ପରିବାର ଗୁଜୁରାଣ ମେଣ୍ଟାଇବା ରମେଶଙ୍କ ପାଇଁ ବର୍ତ୍ତମାନ ସମୟରେ କଷ୍ଟକର ଥିବା ବେଳେ ଗୃହ ନିର୍ମାଣ ଦିବା ସ୍ବପ୍ନ ପାଲଟିଛି । ଘରକୁ ଫେରିଥିବା ଦାଦନଙ୍କ ସମସ୍ତ ବ୍ୟବସ୍ଥା ସରକାର କରିଥିବା ଡିଣ୍ଡିମ ପିଟୁଥିବା ବେଳେ ଏହି ପରିବାରର ଗ୍ରାଉଣ୍ଡ ଜିରୋରୁ ଘୋଷଣାର ବାସ୍ତବ ସ୍ଥିତିକୁ ପରିହାସ କରୁଛି । ଲଘୁଚାପ ଜନିତ ବର୍ଷା ଓ ବନ୍ୟାରେ ଶାସକ ଠାରୁ ବିରୋଧ ଦଳର ନେତୃବୃନ୍ଦ ପ୍ରତିଯୋଗିତା ମୂଳକ ସାହାଯ୍ୟ କରୁଥିବା ନେଇ ସାମାଜିକ ଗଣମାଧ୍ୟମରେ ବ୍ୟସ୍ତ ଥିବା ବେଳେ ଏଭଳି ଦାଦନ ପରିବାର ସେମାନଙ୍କ ପାରିବା ପଣିଆ ଉପରେ ପ୍ରଶ୍ନ ଆଣିଛି । ପ୍ରଶାସନ ଯଥାଶୀଘ୍ର ରମେଶଙ୍କ ପରିବାରକୁ ଗୃହ ଓ ରାସନ ଯୋଗାଇବାକୁ ଗ୍ରାମବାସୀ ମୁହଁ ଖୋଲିଛନ୍ତି ।
ତାଜା ଖବର
- ସବଡେଗାରେ ଅବକାରି ବିଭାଗର ଚଢ଼ାଉ ,୨୩୪ ଲିଟର ବିଦେଶୀମଦ ଜବତ
- ନାରୀ ନିର୍ଯାତନା ପ୍ରତିବାଦରେ ଜିଲ୍ଲାପାଳ କାର୍ଯ୍ୟାଳୟ ଘେରିଲା କନ୍ଧମାଳ ଜିଲ୍ଲା କଂଗ୍ରେସ
- ଶ୍ରୀରାମ ବାଟିକାରେ ୨୪ ପ୍ରହରୀ ନାମଯଜ୍ଞ, ସାଧୁ ସନ୍ଥଙ୍କ ସମାଗମ
- ମାର୍ଚ୍ଚ ୧୯ରୁ ନୂଆ ନିୟମ ଲାଗୁ କରିବ ୟୁଟ୍ୟୁବ
- ଆଇସିସି ଚାମ୍ପିଅନ୍ସ ଟ୍ରଫି; ୩ୟ ଥର ପାଇଁ ଟାଇଟଲ ହାତେଇଲା ଭାରତ
- ଆମ ସଂସ୍କୃତି ଓ ଆମ ଖେଳନା କାର୍ଯ୍ୟକ୍ରମ ଆୟୋଜିତ
- ଆମ ସଂସ୍କୃତି ଓ ଆମ ଖେଳନା କାର୍ଯ୍ୟକ୍ରମ ଆୟୋଜିତ
- ଗର୍ଜନୀ ନଦୀରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର
- କ୍ଲଷ୍ଟର ସ୍ତରୀୟ ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତି କର୍ମଶାଳା ଆୟୋଜିତ
- ଓ୍ବାର୍ଲ୍ଡ ବୁକ୍ ଅଫ୍ ରେକର୍ଡ ଅଧିକାରୀ ଚାରି ବର୍ଷର ଆଦଭିକ୍