ଦାଉଦ୍‌ ଇବ୍ରାହିମ୍‌ ଓ ସୟଦ ସଲ୍ଲାଉଦ୍ଦିନ୍‌କୁ ତୁରନ୍ତ ହସ୍ତାନ୍ତର କରିବା ପାଇଁ ପାକିସ୍ତାନକୁ କହିଲେ ଭାରତ ସରକାର

Spread the love

ନୂଆଦିଲ୍ଲୀ,୧୬/୩ (ସନ୍ଧାନ ନିୟୁଜ) : ଭାରତର ମୋଷ୍ଟ ଓ୍ଵାଣ୍ଟେଡ୍‌ ଦାଉଦ୍‌ ଇବ୍ରାହିମ୍‌ ଓ ସୟଦ ସଲ୍ଲାଉଦ୍ଦିନ୍‌ ସଂପର୍କରେ ଭାରତ ସରକାର ଆଜି ଅନେକ ତଥ୍ୟଭିତ୍ତିକ ନିର୍ଦ୍ଦିଷ୍ଟ ପ୍ରମାଣ ପାକିସ୍ତାନକୁ ହସ୍ତାନ୍ତର କରିବା ସହ ତୁରନ୍ତ ଏହି ଦୁଇ କୁଖ୍ୟାତ ଅପରାଧୀଙ୍କୁ ଭାରତକୁ ହସ୍ତାନ୍ତର କରିବା ପାଇଁ ଦୃଢ଼ ଦାବି କରିଛନ୍ତି। ଏହି ପ୍ରମାଣ ଓ ତଥ୍ୟ ଆଧାରରେ ସଂପ୍ରତି ପାକିସ୍ତାନରେ ଆତ୍ମଗୋପନ କରି ରହିଥିବା ଏବଂ ଅନ୍ତର୍ଜାତିକ କୁଖ୍ୟାତ ଅପରାଧୀ ଓ ଆତଙ୍କବାଦୀ ତାଲିକାରେ ରହିଥିବା ଭାରତୀୟ ନାଗରିକ ଦାଉଦ୍‌ ଇବ୍ରାହିମ୍‌ ଓ ସୟଦ ସଲ୍ଲାଉଦ୍ଦିନ୍‌କୁ ଅବିଳମ୍ବେ ଭାରତକୁ ହସ୍ତାନ୍ତର କରିବା ପାଇଁ ପାକିସ୍ତାନ ନିକଟରେ ଆଜି ଦୃଢ଼ ଦାବି ଜଣାଇଛି ଭାରତ।

ଭାରତ କହିଛି ଯେ ଭାରତର ଅନେକ କୁକ୍ୟାତ ଅପରାଧୀ ଏବେ ପାକିସ୍ତାନରେ ଆତ୍ମଗୋପନ କରିଛନ୍ତି। ଏ ସଂପର୍କରେ ଭାରତ ଅବଗତ ଅଛି। ତେବେ, ପ୍ରଥମେ ଭାରତ ପାକିସ୍ତାନରେ ଆତ୍ମଗୋପନ କରି ରହିଥିବା ଏବଂ ଅନ୍ତର୍ଜାତିକ କୁଖ୍ୟାତ ଅପରାଧୀ ଓ ଆତଙ୍କବାଦୀ ତାଲିକାରେ ରହିଥିବା ଭାରତୀୟ ନାଗରିକ ଦାଉଦ୍‌ ଇବ୍ରାହିମ୍‌ ଓ ସୟଦ ସଲ୍ଲାଉଦ୍ଦିନ୍‌ ବାବଦରେ ସମସ୍ତ ତଥ୍ୟ ପ୍ରମାଣ ଦେଇଥିବାରୁ ଆଉ ଅଧିକ ବିଳମ୍ବ ନକରି ସେମାନଙ୍କୁ ଭାରତକୁ ହସ୍ତାନ୍ତର କରିବାକୁ ଦାବି କରିଛି ଭାରତ। ନଚେତ୍‌ ଭାରତ ଏନେଇ ପାକିସ୍ତାନ ଉପରେ ଅନ୍ତର୍ଜାତିକ ସ୍ତରରୁ ଚାପ ପକାଇବା ପାଇଁ ବାଧ୍ୟ ହେବ ବୋଲି ଚେତାଇ ଦେଇଛି।

Related Posts

About The Author

Add Comment