ରସୁଲପୁର,୨୨/୦୨(ସନ୍ଧାନ ନୟୁଜ/ଜଗମୋହନ ରାଉତ) ରସୁଲପୁର ବ୍ଲକ ଅନ୍ତର୍ଗତ ବାହାଦଲାପରୁ ପଂଚାୟତ ମହମ୍ମଦପୁର ଗ୍ରାମର ଜନୈକ ଦଶମ ଶ୍ରେଣୀ ଛାତ୍ରୀକୁ ଅସଦାଚରଣ ପ୍ରଦର୍ଶନ କରି ବାହାଦଲାପରୁ ଗ୍ରାମର ରବିନ୍ଦ୍ର ଦଳେଇଙ୍କ ପୁଅ ପ୍ରଶାନ୍ତ(୨୨)କୁ ଆଜି କୁଆଖିଆ ପୋଲିସ କୋର୍ଟ ଚାଲାଣ କରିଛି ।
ଘଟଣାରୁ ପ୍ରକାଶ ଯେ ପ୍ରଶାନ୍ତ ଛାତ୍ରୀକୁ ଏକତରଫା ପ୍ରେମ କରୁଥିଲେ । ମଙ୍ଗଳବାର ଦିନ ନବାଳିକା ଜଣକ ବିଦ୍ୟାଳୟକୁ ଆସୁଥିବା ସମୟରେ ଅଭିଯୁକ୍ତ ଯୁବକ ତାକୁ ବାଟରେ ଅଟକାଇ ପ୍ରେମ ନିବେଦନ କରିଥିଲେ । ଯୁବତୀ ଜଣକ ଏହାକୁ ବାରଣ କରିଥିଲେ । ଏ ଦିଗରେ ସେ ଘରକୁ ଫେରିଯାଇ ତା ମାକୁ ଜଣାଇଥିଲା । ମା ଘଟଣା ସ୍ଥଳରେ ପହଁଚି ଯୁବକକୁ ପଚରାଉଚୁରା କରିଥିଲା । ଏଥିରେ ରାଗି ଯାଇ ଅଭିଯୁକ୍ତ ଝିଅର ମାକୁ ଟଣାଓଟରା କରିଥିଲା । ଏ ସଂପର୍କରେ ଊଭୟ ମା ଓ ଝିଅ କୁଆଖିଆ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତ୍ତିକରି ପୋଲିସ ଥାନାରେ କେସ୍ ନଂ-୧୩୦/୧୯ରେ ଏକ ମାମଲା ରୁଜୁ କରି ଦଫା ୩୪୧, ୩୨୩, ୩୫(ଏ),୩୫୪(ବି),୩୫୪(ଡି), ୫୦୬/୧୨ ପୋସ୍କୋ ଆକ୍ଟ ଲଗାଯାଇଛି । ଏସ.ଆଇ ଅନିତା ପ୍ରଧାନ ମାମଲା ତଦନ୍ତ କରୁଛନ୍ତି ।