ଦଳ ବିରୋଧୀ କାର୍ଯ୍ୟ ପାଇଁ ବିଜେଡିର ପୂର୍ବତନ ବ୍ଳକ ଅଧ୍ୟକ୍ଷଙ୍କ ସମେତ ଚାରି ନିଲମ୍ବିତ

Spread the love
କନ୍ଧମାଳ,୧୨/୦୫/୨୨(ସନ୍ଧାନ ନ୍ୟୁଜ/ସଞ୍ଜୟ କୁମାର ପାଣିଗ୍ରାହୀ): ଦଳ ବିରୋଧୀ କାର୍ଯ୍ୟ ଓ ଦଳରେ ବିଶୃଙ୍ଖଳା ପାଇଁ ବିଳମ୍ବରେ ହେଲେ ବି ବୁଧବାର ଜ଼ିଲ୍ଲା ବିଜେଡି ସଭାପତି ସରୋଜ କର୍ଣ୍ଣ  କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ବ୍ଳକର ପୂର୍ବତନ ଅଧ୍ୟକ୍ଷ ପ୍ରକାଶଚନ୍ଦ୍ର ପାତ୍ର, ପୂର୍ବତନ ବ୍ଳକ ଉପ ସଭାପତି ସୁବାସ ଚନ୍ଦ୍ର ପୃଷ୍ଟି, ବିଜେଡି ନେତା ସୁଧାଂଶୁ ପରା ସେଠ, ବିଶ୍ୱମ୍ବର ନାୟକ ପ୍ରମୁଖ ଚାରି ଜଣଙ୍କୁ ଦଳ ସଭାପତି ସରୋଜ କର୍ଣ୍ଣ ପଂଚାୟତ ନିର୍ବାଚନ ସମୟରେ ଦଳ ବିରୋଧୀ କାର୍ଯ୍ୟ ପାଇଁ ନିଲମ୍ବିତ କରିଛନ୍ତି l ଏ ନେଇ ବୁଧବାର ସଭାପତି ଶ୍ରୀକର୍ଣ୍ଣ ଏକ ପ୍ରେସ ବିବୃତିରେ ଜଣାଇଛନ୍ତି l ଏମାନେ ଦଳୀୟ ପ୍ରାର୍ଥୀଙ୍କୁ ବିରୋଧ କରି ଅନ୍ୟ ପ୍ରାର୍ଥୀଙ୍କ ସପକ୍ଷରେ କୁଆଡେ ଭୋଟ ଦେବାଲାଗି ଭୋଟରଙ୍କୁ କହୁଥିଲେ l ଫଳରେ ଏ ନେଇ ଅଭିଯୋଗ ହେବାପରେ ଦଳ ପକ୍ଷରୁ ସେମାନଙ୍କୁ ନିଲମ୍ବିତ କରାଯାଇଥିବା ଜଣାପଡିଛି l

Related Posts

About The Author

Add Comment