ଦଳିତ ପ୍ରେମିକ ସାଥିରେ ଲୁଚି ଚାଲିଗଲା ବୋଲି ପ୍ରେମିକା ଧରି ର୍ନିଧୁମ ମାଡ ମାରିଲେ ପରିବାର

Spread the love

ମଧ୍ୟପ୍ରଦେଶ ୩୦/ ୬ (ସନ୍ଧାନ ନିୟୁଜ) : ମଧ୍ୟପ୍ରଦେଶର ଧାର ଜିଲ୍ଲାର ବାଗ ଥାନାଅନ୍ତର୍ଗତ ଏକ ଗ୍ରାମରେ ଜଣେ ଝିଅକୁ ମାରୁଥିବାର ଭିଡ଼ିଓ ଭାଇରାଲ ହୋଇଛି। ପୁଲିସ ମୁତାବକ ସେହି ଝିଅକୁ ତା’ ପରିଜନମାନେ ହିଁ ମାରିଛନ୍ତି। କୁହାଯାଉଛିଯେ, କି ପୀଡ଼ିତା ହେଉଛନ୍ତି ଆଦିବାସୀ। ସେ ସେହି ଗ୍ରାମର ଏକ ଦଳିତ ଯୁବକ ସହିତ ପ୍ରେମ ସମ୍ପର୍କ ରଖି ଘରୁ ଚାଲିଯାଇଥିଲା। ତା’ ପରିଜନମାନଙ୍କୁ ଏହା ଠିକ୍ ଲାଗିଲା ନାହିଁ। ସେମାନେ କହିଲେ ତା’ର ବିବାହ ଭିଲାଲା ସମାଜର ଯୁବକ ସହିତ ସ୍ଥିର କରାଯାଇଛି କିନ୍ତୁ ସେ ମନା କରିବା ପରେ ତା’ ଏପରି ଅମାନୁଷିକ ଅତ୍ୟାଚାର କରାଯାଇଛି। ମାମଲାର ଭିଡ଼ିଓ ଭାଇରାଲ ହେବାପରେ ପୁଲିସ ଘଟଣାସ୍ଥଳରେ ପହଁଚି ପିକଅପ ବାହନ ନମ୍ବରରୁ ଅଭିଯୁକ୍ତମାନଙ୍କ ପର୍ଯ୍ୟନ୍ତ ପହଁଚି ପାରିଛି। ଏହି ସମ୍ବନ୍ଧରେ ପୁଲିସ ଚାରିଜଣଙ୍କୁ କୁ ଗିରଫ କରିଛି। କୁହାଯାଉଛି କି ଝିଅର ଭାଇ ମହେଶ, ସରଦାର, ଡୋଙ୍ଗର ସିଂହ, ଇଲା, ଦିଲୀପ ଏବଂ ଗଣପତ ସମେତ ସର୍ବମୋଟ ସାତଜଣ ଲୋକ ଥିଲେ।

ଏମାନେ କହିଛନ୍ତି କି ହରିଜନ ସମାଜର ପୁଅ ସହିତ ପଳାଇଯାଇଥିବାରୁ ତା’ର ବିବାହ ଭିଲାଲା ସମାଜ କରାଯିବାକୁ କୁହାଗଲା କିନ୍ତୁ ଝିଅଟି ବିବାହକୁ ମନା କରିଦେବାରୁ ଏହିପରି ପିଟିଥିଲେ। ପୋଲିସ୍ ରିପୋର୍ଟରେ ୭ଜଣଙ୍କ ବିରୁଦ୍ଧରେ ମାମଲା ରୁଜୁ କରାଯାଇଛି।

 

Related Posts

About The Author

Add Comment