ଯାଜପୁର, ୨୫/୦୯/୨୦ (ସନ୍ଧାନ ନିଉଜ) : ଯାଜପୁର ଜିଲ୍ଲାରେ ଏପରି ଘଟଣା ଦେଖିବାକୁ ମିଳିଚି ଏକ ଦଳିତ ପରିବାରକୁ ଏକ ଦଳିତ ଯୁବକ ବିଶ୍ୱଜିତ ମଲିକ ବାଇକ୍ରେ ଯାଉଥିବା ବେଳେ ଯାଜପୁର ସଦର ଥାନା ନିଟସ୍ଥ ଟି୍ରପଲପୁର ଗ୍ରାମର କେତେକ ଯୁବକ ବିଶ୍ୱଜିତଙ୍କୁ ଅଟକାଇ କାହିଁକି ବାଟରେ ପାଣଟୋକା ଗଲୁବୋଲି କହିବା ସହିତ ବିଶ୍ୱଜିତର ମୋବାଇଲ ଏବଂ ମନିପର୍ସ ଛଡ଼ାଇନେଇଥିଲେ । ଏହି ସଦରଥାନା ଅନ୍ତର୍ଗତ ନିଛନ୍ଦାଗ୍ରାମର ବିଷ୍ଣୁ ମଲିକଙ୍କ ପୁଅ ବିଶ୍ୱଜିତ ମଲିକ ବାଇକ୍ରେ ଏକ କାର୍ଯ୍ୟରେ ଯାଉଥିବା ବେଳେ ତାକୁ ଅଟକାଇ ସବର୍ଣ୍ଣ ଯୁବକ ଟ୍ରିପଲପୁର ଗ୍ରାମର ଏହି ଯୁବକ ମାନେ ଧମକ ଦେବା ସହିତ ଛେପ ଚଟାଇଥିଲେ । ଏହି ଘଟଣାକୁ ନେଇ ବିଶ୍ୱଜିତଙ୍କ ପରିବାର ପକ୍ଷରୁ ଯାଜପୁର ସଦର ଥାନାରେ ଏତଲା ଦିଆଯାଇ ଥିଲା । ଦିର୍ଘ ୧୪ଦିନ ବିତିଯାଇଥିଲେ ମଧ୍ୟ ସଦରଥାନା ପକ୍ଷରୁ କାର୍ଯ୍ୟନୁଷ୍ଠାନ ନହେବାରୁ ଯାଜପୁର ଡିଏସ୍ପିଙ୍କ ଦୃଷ୍ଟି ଗୋଚର କରାଯାଇଥିଲା । ଏହି ଘଟଣାକୁ ନେଇ ଏହି ଦଳିତ ପରିବାରକୁ ନ୍ୟାୟ ନମିଳିବାରୁ ଯାଜପୁର ବରୁଅାଁ ରାଜପଥକୁ ଅବରୋଧ କରିଥିଲେ । ୨ଟି ଏତଲା ସଦର ଥାନାରେ କରାଯାଇଥିଲେ ମଧ୍ୟ ଥାନା ଅଧିକାରୀ ବଂଶିଧର ବେହେରା କୌଣସି କାର୍ଯ୍ୟାନୁଷ୍ଟାନ ନନେବାରୁ ୩ଶହରୁ ଉର୍ଦ୍ଧଲୋକ ବରୁଅାଁ ଯାଜପୁର ରାସ୍ତାକୁ ଅବରୋଧ କରିଥିଲେ । ଘଟଣା ସ୍ଥଳରେ ଯାଜପୁର ଡିଏସ୍ପି ପହଁଞ୍ଚô ଆନେ୍ଦାଳନକାରୀଙ୍କ ସହିତ ଆଲୋଚନା କରିବାପରେ ରାସ୍ତାରୋକ ହଟିଥିଲା ।
ଦଳିତ ପରିବାରକୁ ପ୍ରଶାସନ ପକ୍ଷରୁ ନ୍ୟାୟ ମିଳିବ କେବେ
|
September 25, 2020 |


