ଯାଜପୁର ୧୯/୧୨ (ସନ୍ଧାନ ନିୟୁଜ) କେନ୍ଦ୍ର ସରକାର ଚାଷୀଙ୍କ ହିତରେ ଚଳିତ ବର୍ଷଠାରୁ ଧାନର ସର୍ବନିମ୍ନ ସହାୟକ ମୁଲ୍ୟ କ୍ୱିଣ୍ଟାଲ ପିଛା ୧୭ଶହ ୫୦ଟଙ୍କା ବୃଦ୍ଧି ନେଇ ଯେଉଁ ବଡ଼ ପଦକ୍ଷେପ ଗ୍ରହଣ କରଥିଲେ ରାଜ୍ୟ ସରକାରଙ୍କ ଅପାରଗତା କାରଣରୁ ତାହା କିନ୍ତୁ ଚାଷୀମାନଙ୍କ ସ୍ୱାର୍ଥରେ ଲାଗିପାରୁ ନାହିଁ ! ଯାହାର ନଗ୍ନ ନମୁନା ଏବେ ବଡ଼ଚଣା ବ୍ଲକରେ ହିଁ ଦେଖିବାକୁ ମିଳିଛି ! ପଶ୍ଚିମ ବଡ଼ଚଣାର କୌଣସି ଗୋଟିଏ ବି ସ୍ଥାନରେ ଏଯାଏଁ ଖୋଲି ପାରିଲାନି ଧାନ ମଣ୍ଡି ! କିନ୍ତୁ ସେପଟେ ଅମଳ ଆରମ୍ଭରୁ ହିଁ ଜାରି ରହିଛି ଅଭାବୀ ଧାନ ବିକ୍ରି ! ଦଲାଲମାନେ ବଡ଼ଚଣା ବ୍ଳକ ଅନ୍ତର୍ଗତ ସିହା ପଞ୍ଚାୟତର ଚାଷୀଙ୍କଠାରୁ କ୍ୱିଣ୍ଟାଲ ପିଛା ମାତ୍ର ୧୨ଶହ ଟଙ୍କାରେ ଧାନ କିଣି ଇତିମଧ୍ୟରେ ଆନ୍ଧ୍ର ପ୍ରଦେଶକୁ ବଡ଼ ବଡ଼ ଟ୍ରକ୍ ଯୋଗେ ଚାଲାଣ କରି ସାରିଲେଣି ପ୍ରାୟ ୩ଶହ ମେଟ୍ରିକ ଟନରୁ ଉର୍ଦ୍ଧ୍ବ ଧାନ ! କେବଳ ଏଠାରେ ନୁହଁ ବିଭିନ୍ନ ସ୍ଥାନରେ ଦଲାଲମାନଙ୍କ ଦ୍ଵାରା ଏଭଳି ଶାଗମାଛ ଦରରେ ଚାଷୀଙ୍କଠାରୁ ଧାନ କିଣାଯାଇ ବାହାର ରାଜ୍ୟକୁ ଚାଲାଣ ହେଉଥିବା ଜଣାପଡ଼ିଛି ! ବିଜୁ ଜନତା ଦଳ ଦାବୀ କରୁଛି ଏବଂ ନବ ନିର୍ମାଣ କୃଷକ ସଙ୍ଗଠନ ମଧ୍ୟ ଦାବି କରୁଛି ଯେ ଧାନର ସର୍ବନିମ୍ନ ସହାୟକ ମୁଲ୍ୟ କ୍ୱିଣ୍ଟାଲ ପିଛା ପାଖାପାଖି ୩ହଜାର ଟଙ୍କାକୁ ବୃଦ୍ଧି ହେଉ ! ଏହା ହେଲେ ଫାଇଦା କ’ଣ ଚାଷୀଙ୍କୁ ମିଳିପାରିବ ନା ଏହିଭଳି ଦଲାଲମାନଙ୍କ ପୋଷଣରେ ତାହା ଲାଗିବ ତାହା ଏହି ଘଟଣାରୁ ହିଁ ସ୍ପଷ୍ଟ ବୁଝାପଡୁଛି ! ପ୍ରଶାସନିକ କଳ ତ ଏଥିନେଇ ସମ୍ପୂର୍ଣ୍ଣ ଭାବେ ବେଫିକର ରହିଛି ! କିନ୍ତୁ ପ୍ରାୟ ସବୁ ଗାଁ’ରେ ରହୁଥିବା ନବ ନିର୍ମାଣ କୃଷକ ସଙ୍ଗଠନର ସଭ୍ଯମାନେ ଦଲାଲମାନଙ୍କ ଏଭଳି କାର୍ଯ୍ୟକୁ ପ୍ରତିହତ କରିବା ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ଉଚିତ୍ ନୂହେଁ କି ? ଆଗାମୀ ଦିନରେ ସର୍ବନିମ୍ନ ସହାୟକ ମୁଲ୍ୟ ବୃଦ୍ଧି ହେବ ନ ହେବ ବା କେବେ ବୃଦ୍ଧି ହେବ ତାହାର କୌଣସି ନିଶ୍ଚିତତା ହିଁ ନାହିଁ ! କିନ୍ତୁ ବର୍ତ୍ତମାନ ସର୍ବନିମ୍ନ ସହାୟକ ମୁଲ୍ୟ ଯାହା ରହିଛି-ସେତିକି ତ କମ୍ ସେ କମ୍ ସେହି ଚାଷୀମାନେ କେମିତି ପାଇପାରିବେ- ଏବେ ବିଭିନ୍ନ ସ୍ତରରେ ଏଥିପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ଜରୁରୀ ହୋଇପଡିଛି !
ଦଲାଲଙ୍କ ସ୍ୱାର୍ଥରେ ଧାନର ମୂଲ୍ୟ , ମଣ୍ଡି ଖୋଲିବାକୁ ଦାବି
|
December 19, 2018 |