ସୁନ୍ଦରଗଡ ତା:୨/୮/୨୦୨୧( ସନ୍ଧାନ ନିଉଜ/ରାଜୁ ପଟେଲ ) ଲେଫ୍ରିପଡା ବ୍ଲକ ଅନ୍ତର୍ଗତ ଦରଳିପାଲି ରେ ୮୦୦ ମେଘାୱାଟ ର ପ୍ରକଳ୍ପ ଆରମ୍ଭ ହୋଇସରିଥିବା ବେଳେ ପ୍ରକଳ୍ପ ପାଇଁ ଜମି ଅଧିକରଣ କରାଯାଇ ତାର ଆବଶ୍ୟକ କ୍ଷତି ପୂରଣ ଦିଆଯାଉଛି । ବିଗତ ୨୦୧୨ ମସିହାରୁ ଏହି ଜମି ଅଧିକରଣ ହୋଇଥିବା ବେଳେ ଦରଲିପାଳିର ୧୧୦୯୮ ଏକର ଜମି ଅଧିକରଣ କରାଯାଇଥିଲା ।ସେହିପରି ଅଂଚଳର ଆଉ କେତେକ ଗ୍ରାମର ପ୍ରାୟ୨୫୦ ଏକରରୁ ଉର୍ଦ୍ଧ ଜମି ଅଧିକରଣ କରାଯାଇଥିଲା । ଜମି ନେବାର ଆଜକୁ ନଅ ବର୍ଷରୁ ଉର୍ଦ୍ଧ ହେଉଥିବାବେଳେ ଆଜି ପର୍ଯ୍ୟନ୍ତ ତାହା ଜମିହରା ପରିବାରଙ୍କ ପରିବାରଙ୍କ ପଟାରୁ କାଟି ନ ଥିବା ସହିତ ନିୟମିତ ଖଜଣା ଦେଉଥିବା ଅଭିଯୋଗ ଆସିଛି । କମ୍ପାନୀ ତରଫରୁ ଏ ବିଷୟରେ ସରକାରଙ୍କୁ ଅବଗତ କଲାପରେ ମଧ୍ୟ ପ୍ରଶାସନ ଅଣଦେଖା କରୁଥିବା ଅଭିଯୋଗ ହୋଇଛି । ଲୋକେ ଅତ୍ୟାବଶ୍ୟକ ରାଜସ୍ୱ ଦେଇ ଗ୍ରସିତ ହେବାରେ ଲାଗିଛନ୍ତି । ପ୍ରଶାସନ କେବେ ଏହାର ସମାଧାନ କରିବ ତାହା ବୁଦ୍ଧିଜୀବୀ ମହଲରେ ଚିନ୍ତାର ବିଷୟ ପାଲଟିଛି ।
ଦରଲୀପାଲି ବିସ୍ଥାପିତ ଲୋକେ ଏବେ ପର୍ଯ୍ୟନ୍ତ ଦେଉଛନ୍ତି ଜମି କର
|
August 2, 2021 |



