ଅସ୍ତରଙ୍ଗ (ସନ୍ଧାନ ନ୍ୟୁଜ୍)୧୦/୦୭-: ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ୍ ପକ୍ଷରୁ ପ୍ରଦେଶ କଂଗ୍ରେସ କମିଟି ତରଫରୁ ଆହ୍ଵାନ ଦିଆଯାଇଥିବା ବିଭିନ୍ନ ନିତ୍ୟ ବ୍ୟବହାର୍ଯ ଜିନିଷ ସହିତ ତୈଳଦର ବୃଦ୍ଧିର ନେଇ ବ୍ଲକ ସମ୍ମୁଖରେ ଗଣ ଧାରଣା ଅସ୍ତରଙ୍ଗ ବ୍ଲକ କଂଗ୍ରେସ କମିଟି ତରଫରୁ ଅନୁଷ୍ଠିତ ହୋଇ ଜାଇ ଅଛି । ପ୍ରଥମେ କଂଗ୍ରେସ କର୍ମୀମାନେ ଗଣଧାରଣାରେ ବସିବା ପୂର୍ବରୁ ଅସ୍ତରଙ୍ଗ ବ୍ଲକ୍ ସମ୍ମୁଖରେ ଘଣ୍ଟ ଶଂଖ ଓ ଥାଳି ବଜାଇ ଦରଦାମ ବୃଦ୍ଦିର ପ୍ରତିବାଦ ଜଣାଇବା ପରେ ଏକ ପ୍ରତିବାଦ ସଭା ବ୍ଲକ୍ ସମ୍ମୁଖରେ ଅସ୍ତରଙ୍ଗ ବ୍ଲକ୍ କଂଗ୍ରେସ କମିଟି ସଭା ପତି ସୁକାନ୍ତ କୁମାର ମହାନ୍ତିଙ୍କ ଅଧ୍ୟକ୍ଷତାରେଅନୁଷ୍ଠିତ ହୋଇଥିଲା । ଏହି ପ୍ରତିବାଦ ବୈଠକରେ ଏହି ଅସ୍ତରଙ୍ଗ ଅଞ୍ଚଳର ବରିଷ୍ଠ କଂଗ୍ରେସ ନେତା ତଥା ରାଜ୍ୟ କୃଷକ କଂଗ୍ରେସର ଅଧ୍ୟକ୍ଷ ଅମୀୟ କୁମାର ପଟନାୟକ ପ୍ରମୁଖ ଯୋଗ ଦେଇ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷର ଦରଦାମ ହୁ ହୁ ହୋଇ ବଢିବା: ଡିଜେଲ ଓ ପେଟ୍ରୋଲ ଦର ଆକାଶ ଛୁଆଁ ତଥା ଲିଟର ପ୍ରତି ୧୦୦ ରୁ ଉର୍ଦ୍ଦ ହେବା ଶହ ଅସ୍ତରଙ୍ଗ ବ୍ଳକର ଖାଉଟି ସାମଗ୍ରୀ ବଣ୍ଠନ, ଆବାସ ଜୋ ଜନା, ମନେ ରେ ଗାରେ ଦୁର୍ନିତି ଆଦି ଶହ ସ୍ୱାସ୍ଥ୍ୟ ସେବା ଆଦି କ୍ଷେତ୍ରରେ ଅସ୍ତରଙ୍ଗ ବ୍ଲକ ବହୁ ପଛରେ ବୋଲି ମତବ୍ୟକ୍ତ କରିବା ସହ ବ୍ଲକ୍ ପ୍ରସାସନିକ ଅଧିକାରୀ ଙ୍କର ଦୃଷ୍ଠି ଆକର୍ଷଣ କରିଥିଲେ । ଆଗାମି ଦିନରେ ବ୍ଲକ କତୃପକ୍ଷ ଯଦି ସଜାଗ ନ ହୁଅନ୍ତି କଂଗ୍ରେସ ଦଳ ରାଜରାସ୍ତାକୁ ଓହ୍ଲାଇବ ବୋଲି ଚେତାବନି ଦେଇଥିଲେ। ଏଥିରେ ଅନ୍ୟମାନଙ୍କ ମଧ୍ୟରେ ବିକାଶ ବାରିକ, ଜିତେନ୍ଦ୍ର ନାୟକ , ଶିଖର ବାରିକ : ପ୍ରଶାନ୍ତ ନାୟକ, ପବି ବସ୍ଥିଆ ପ୍ରତାପ ଖୁଣ୍ଟିଆ ପ୍ରମୁଖ ଭାଷାଣ ଦେଇ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ଦରବୃଦ୍ଧି ନେଇ କଟୁ ସମାଲୋଚନା ଥିଲେ ।
ଦରଦାମ ଶହ ତୈଳଦର ବୃଦ୍ଧି ପ୍ରତିବାଦରେ କଂଗ୍ରେସର ବିକ୍ଷୋଭ ସହ ବ୍ଲକ୍ ସମ୍ମୁଖରେ ଧାରଣା ।
|
July 10, 2021 |