ଦନ୍ତ ଓ ମୁଖ ଗହ୍ୱର ଚିକିତ୍ସା ଶିବିର ଅନୁଷ୍ଟିତ

Spread the love

ଯାଜପୁର ସଦର (ସନ୍ଧାନ ନିୟୁଜ): ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ୍ ଅନ୍ତର୍ଗତ ବ୍ରହ୍ମବରଦା ପଂଚାୟତରେ ଦନ୍ତ ଓ ମୁଖ ଗହ୍ୱର ଚିକିତ୍ସା ଶିବିର ଅନୁଷ୍ଟିତ କରାଯାଇଥିଲା । ବ୍ରହ୍ମବରଦା ଅବସରପ୍ରାପ୍ତ କର୍ମଚାରୀ ସଂଘ ପକ୍ଷରୁ ଏବଂ ଭୁମିକା ହସ୍ପିଟାଲ ଆନୁକୁଲ୍ୟରେ ଏହା ଆୟୋଜନ ହୋଇଥିଲା । ସଂଘ କାର୍ଯ୍ୟାଳୟ ପରିଶରରେ ଏକ ମାଗଣା ଦନ୍ତ ଓ ମୁଖ ଗହ୍ୱର ଚିକିତ୍ସା ଶିବିର ଆୟୋଜନ କରାଯାଇଥିଲା । ଏହି ଅବସରରେ ବରିଷ୍ଠ ଡାକ୍ତର ମାନଙ୍କୁ ନେଇ ଚିକିତ୍ସା ଶିବିର କରାଯାଇଥିବା ବେଳେ, ଡାକ୍ତର ମୋନାଲିସା ବେହେରା ସହଯୋଗୀ ସୁଶାନ୍ତ କୁମାର ତରାଇ, ସୁଶ୍ମୀତା ଖୁଣ୍ଟିଆ, ଶୁଭଦ୍ରା ସେଠୀ ପ୍ରମୁଖ ସାହାଯ୍ୟ ଓ ସହଯୋଗ କରିଥିଲେ । ଏହି ଚିକିତ୍ସା ଶିବିର ପରିଶରରେ ଅବସର ପ୍ରାପ୍ତ କର୍ମଚାରୀ ସଂଘର ସଭାପତି ହରିବଂଧୁ ଗିରିଙ୍କ ସଭାପତିତ୍ୱରେ କରାଯାଇଥିବା ବେଳେ, ସଂପାଦକ ବିଶ୍ୱନାଥ ପଣ୍ଡା, ସମାଜ ସେବୀ ନିମାଇଁ ଚରଣ ଦାସ, ସଭ୍ୟ ଆନନ୍ଦ ନାୟକ, ଚୈତନ୍ୟ ନାୟକ, ମହମ୍ମଦ ଇବ୍ରାହିମ ଇଉନ ଖାଁ, ବିଷ୍ଣୁ ଚରଣ ସାହୁ, ସହିଦଅଲ୍ଲି, ବିଶିଷ୍ଟ ବ୍ୟବସାୟୀ କାଶିନାଥ ବେହେରା, ବିଜୁ ଜନତା ଦଳର ଜିଲ୍ଲା ସଂପାଦକ ପ୍ରଦ୍ୱିପ ଦାସ, ନୃସିଂହ ବାରିକ ଏହି ଶିବିରରେ ସାହାଯ୍ୟ ସହଯୋଗ କରିଥିଲେ ।

Related Posts

About The Author

Add Comment