ଦନ୍ତାହାତୀ ଉପଦ୍ରବକୁ ନେଇ ଚିନ୍ତାରେ ଗ୍ରାମବାସୀ : ଜଣେ ମୃତ, ଜଣେ ଗୁରୁତର

Spread the love

ସୋର  ୨୦/୧୨/୨୫ (ସନ୍ଧାନ ନ୍ୟୁଜ) : ଦିନକୁ ଦିନ ବଢି ଚାଲିଛି ହାତୀଙ୍କ ଦୌରାମ୍ୟ। କେତେବେଳେ ଗାଁରେ ପଶି ଚାଷ ଜମି ନଷ୍ଟ କରୁଛନ୍ତି ତ କେତେବେଳେ ନିରୀହ ଲୋକଙ୍କୁ ନିଜର ଶିକାର କରୁଛନ୍ତି। ସେହିଭଳି ଖଇରା ଅଞ୍ଚଳରେ ଦୁଇଦିନ ଧରି ଦନ୍ତାହାତୀର  ଉତ୍ପାତ ଦେଖିବାକୁ ମିଳିଛି। ଯାହାଫଳରେ ଭୟଭୀତ ଅବସ୍ଥାରେ ଅଛନ୍ତି ଗ୍ରାମବାସୀ। ଖବର ପାଇ ବନବିଭାଗ ଅଧିକାରୀ ଦନ୍ତାହାତୀଟିର ଗତିବିଧି ଉପରେ ନଜର ରଖିଛନ୍ତି।   ସୂଚନା ଅନୁସାରେ, ଶୁକ୍ରବାର ବିଳମ୍ବିତ ରାତିରେ ଜଙ୍ଗଲୀ ଦନ୍ତାହାତୀଟି ଖଇରା ବ୍ଳକର ବାଉଁଶ ଗଡ଼ିଆ, ବଗେଇପୁର,କୋଚିଆକୋଇଲି,ନଟାପଡା, ବଟେଶ୍ଵରରୁ ବାହାରି ପୂର୍ବପଡାରେ ଜଣଙ୍କ ଚାଷ ଜମିରେ ପଶିଥିଲେ। ଚାଷ ଜମିର ମାଲିକ ହାତୀକୁ ଦେଖି ଘୋଡାଇବା ପାଇଁ ଆସିବାରୁ ହାତୀ ତାଙ୍କୁ ଟେକି ଫୋପାଡ଼ିବା ସହିତ ତାଙ୍କୁ ଦଳିଦେଇଥିଲା। ଯାହାଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ଏପରିକି ଗାଁ ମୁଁହା ହୋଇ ହାତୀଟି ଆଉ ଜଣେ   ଯୁବକଙ୍କୁ ଆକ୍ରମଣ କରି ଗୁରୁତର କରିଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରି ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।  ତେବେ ଦନ୍ତାହାତୀଟି ପେୟା ପଞ୍ଚାୟତର ଧଉଳି ଦେଇ ଚରମ୍ପା କେଶପୁର ଦେଇ ଚରମ୍ପା ଅଞ୍ଚଳକୁ ଯାଉଥିବାର ବନବିଭାଗର ସୂଚନା ଦେଇଥିଲା। ଏପରିକି ବନବିଭାଗ ଏବଂ ବିଦ୍ୟୁତ୍ ବିଭାଗ ହାତିର ଗତିପଥ ଅନୁକରଣ କରି ବିଦ୍ୟୁତ କାଟ କରୁଥିବାର ଦେଖିବାକୁ ମିଳିଥିଲା। ଏହାସହିତ ଜଙ୍ଗଲ ତଥା ଚାଷ ଜମିକୁ ଜନସାଧାରଣ ବର୍ତ୍ତମାନ ଜାଆନ୍ତୁ ନାହିଁ ସତର୍କତା ସୁଚନା ଜାରି କରିଛି।

Related Posts

About The Author

Add Comment