ଦକ୍ଷ ରାଜନୀତିଜ୍ଞ ତଥା ସମାଜ ସେବୀ ଅନିରୁଦ୍ଧ ସାହୁଙ୍କ ଅକାଳ ବିୟୋଗ,,

Spread the love

ଜେନାପୁର/୨୨/୧୨/ସନ୍ଧାନ ନିଉଜ୍/ପ୍ରଶାନ୍ତ ସାମଲ/ଜେନାପୁର/ଧର୍ମଶାଳା ବ୍ଲକ ଅନ୍ତର୍ଗତ ଏଣ୍ଡଳବା ପଞ୍ଚାୟତ ଅଧିନ କଲାଣ୍ଡ ଗ୍ରାମର ଦକ୍ଷ ରାଜନୀତିଜ୍ଞ ତଥା ସମାଜ ସେବୀ ଅନିରୁଦ୍ଧ ସାହୁଙ୍କ ହୁଦୁଘାତରେ ପରଲୋକ । ସୂଚନାରୁ ପ୍ରକାଶ ଶ୍ରୀ ସାହୁ କିଛିଦିନ ହେବ ଶାରିରୀକ ଅସୁସ୍ଥ ଅନୁଭବ କରୁଥିଲେ ,ପୂର୍ବ ସପ୍ତାହରେ ଶରୀର ଅଧିକ ଅସୁସ୍ଥ ହେବାରୁ ତାଙ୍କୁ କଟକ ବଡ଼ ମେଡ଼ିକାଲ କୁ ନେଇଯାଇଥିଲେ । ସେଠାରେ ଡାକ୍ତର ତାଙ୍କୁ କିଛି ଦିନ ଚିକିତ୍ସା କରିବା ପରେ କିଛି ବି ସୁଫଳ ମିଳି ନଥିଲା ଶେଷରେ ଶ୍ରୀ ସାହୁ ହୁଦୁଘାତରେ ଆଖି ବୁଜିଥିଲେ ମୃତ୍ୟୁ ବେଳକୁ ତାଙ୍କୁ ୬୬ ବୟସ ହୋଇଥିଲା । ତାଙ୍କର ଏପରି ଅକାଳ ବିୟୋଗ କୁ ନେଇ ସାରା ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ଶ୍ରୀ ସାହୁ ଥିଲେ ଜଣେ ପରଉପକାରୀ ସ୍ନେହୀ ଦୟାକୁ ଓ ସମାଜ ସେବୀ, କୌଣସି ଗ୍ରାମ କୁହ ଅଥବା କୌଣସି ପରିବାର ନ୍ୟାୟ ନିଶାବ ହେବା ମାତ୍ରେ ଯଦିଓ ସାହୁ ନାହାନ୍ତି ତେବେ ନ୍ୟାୟ ନିଶାବ ବନ୍ଦ ସେ ଥିଲେ ଆଖ ପାଖ ଅଞ୍ଚଳର ଜଣେ ଜଣାଶୁଣା ନିଶାବି ସେ ଯଦିଓ କୌଣସି ନିଶାବ କରନ୍ତି ତେବେ ଏକା ଥରକେ ନିଶାବ ତୁଟିଥାଏ । ସେ ଥିଲେ ଏକା ଧାରାରେ ଜଣେ ଦକ୍ଷ ରାଜନୀତିଜ୍ଞ ସମାଜ ସେବୀ ପରଉପକାରୀ ଦୟାଳୁ, ସେ ଥିଲେ  ବିଜୁ ଜନତା ଦଳର ପୂର୍ବତନ ସଭାପତି, ମାଳହାଟ ମେଲଣ କମିଟିର ପୂର୍ବତନ ସଭାପତି, ସମବାୟ ସମିତି ଲି8 ପ୍ରତିଷ୍ଠାତା ତଥା ସଭାପତି, କଲାଣ୍ଡ ଗ୍ରାମରେ ଦୀର୍ଘ ଦିନ ଧରି ଥିଲେ ସଭାପତି ଏମିତି ଅନେକ ଜାଗାରେ ପଦ ପଦବୀରେ ରହି ଆସୁଥିଲେ ।ତାଙ୍କର ଏପରି ଅକାଳ ବିୟୋଗରେ ନିଜ ଗ୍ରାମ ସହ ଆଖ ପାଖ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ,ତାଙ୍କର ମର ଶରୀରକୁ ସାତମୌଜା ସଂସ୍କୃତିକ ପରିଷଦ ମେଲଣ କମିଟିର ସମସ୍ତ ସଭ୍ୟ ମାନେ ଉପସ୍ଥିତ ରହିବା ସହିତ ଅଞ୍ଚଳର ବହୁ ରାଜନୀତିଜ୍ଞ ଓ ସମାଜ ସେବୀ ,ବୁଦ୍ଧିଯିବିମାନେ ବହୁ ସଂଖ୍ୟାରେ ରୁଣ୍ଡିଭୁତ ହୋଇ ଶ୍ରୀ ସାହୁଙ୍କ ଶେଷ ଦର୍ଶନ କରିବା ସହିତ ଏଣ୍ଡଳବା ପଞ୍ଚାୟତର ସମସ୍ତ ଗ୍ରାମରେ ଶ୍ରୀ ସାହୁଙ୍କ ମର ଶରୀରକୁ ଶୋଭା ଯାତ୍ରା ସହ ନିଜ ଗ୍ରାମ କଲାଣ୍ଡ ରେ ପହଞ୍ଚାଇଥିଲେ ,ପରେ ଗ୍ରାମରେ ଶୋଭା ଯାତ୍ରା କରି ନିଜ ଗ୍ରାମରେ ଶ୍ରୀ ସାହୁଙ୍କ ଅନ୍ତିମ ସଂସ୍କାର କରିଥିଲେ, ପୁତ୍ର ତାପସ ସାହୁ ମୁଖାଖିନି ଦେଇଥିଲେ।।

Related Posts

About The Author

Add Comment