ଦକ୍ଷିଣ ରାଉରକେଲା ଜୁଆଡ଼ିଙ୍କ ଭୂସ୍ୱର୍ଗ!

Spread the love

ରାଉରକେଲା , ୧୩/୧୦/୨୦ (ସନ୍ଧାନ ନିଉଜ) : ଆଗକୁ ଆସୁଛି ପାର୍ବଣ ରୁତୁ । ବିଶେଷ କରି ଲକ୍ଷ୍ମୀ ପୂଜା ବହୁଦିନ  ପୂର୍ବରୁ ଜୁଆ ଖେଳ ରାଉରକେଲା ସମତେ ଦକ୍ଷିଣ ରାଉରକେଲା ଅଂଚଳରେ ବୃଦ୍ଧି ପାଇଥାଏ । ମାତ୍ର ବିଗତ କିଛି ମାସ ହେଲା ସାରନଗରୀ ସମେତ ଜଲଦା, ଉପର ବାଲିଯୋଡ଼ି, ଟାଙ୍ଗରପାଲୀର କିଛି ବସ୍ତି, ଲାଠିକଟାର   ଅଂଚଳର କିଛି ଗ୍ରାମାଂଚଳ ଓ ସହରତଳିବସ୍ତି ଜୁଆଡ଼ି ମାନଙ୍କ ଭୂସ୍ୱର୍ଗରେ ପରିଣତ ହୋଇଛି । ସଂଧ୍ୟା ସମୟରେ ସାରନଗରୀର ବୋଇତ ବନ୍ଦାଣ ପଡ଼ିଆ ଅନ୍ଧାରର ରାଜୁତି ହେବା ପରେ ସେଠାରେ ମୋବାଇଲ ଟର୍ଚ୍ଚ ମାଧ୍ୟମରେ ଜୁଆ ଖେଳ ଚାଲୁଥିବା ଅଭିଯୋଗ ହୋଇଛି । ସେହିପରି ସ୍ଥାନୀୟ ଅଂଚଳରେ ତାସ ଖେଳକୁ ଆଳ ଦେଖାଇ ଆଢୁଆଳରେ ଜୁଆଖେଳ ଚାଲୁଥିବା ସ୍ଥାନୀୟ ବାସିନ୍ଦାଙ୍କ ପକ୍ଷରୁ ଅଭିଯୋଗ ହୋଇଛି । ଏହି ଜୁଆଖେଳର ପ୍ରଭାବ କୋମଳମତି ବାଳକ ମାନଙ୍କ ଉପରେ ପଡ଼ୁଥିବାରୁ ସେମାନେ କୁପଥଗାମୀ ହେଉଛନ୍ତି । ଅନୂରୂପ ଭାବେ ମଧ୍ୟାହ୍ନ ସମୟରେ ଦୀର୍ଘ ଦିନରୁ ବନ୍ଦ ପଡ଼ିଥିବା ଓଡ଼ିଆ ମାଧ୍ୟମ ଇସ୍ପାତ ବିଦ୍ୟାଳୟର ପରିତ୍ୟକ୍ତ କୋଠରୀ ଗୁଡ଼ିକରେ ଜୁଆଖେଳରେ ସ୍ଥାନୀୟ ଅଂଚଳର କିଛି ଯୁବକ ମଗ୍ନ ରହୁଥିବା ଅଭିଯୋଗ ହୋଇଛି । ଏହା ଛଡ଼ା ଅଂଚଳର କିଛି ନିଛାଟିଆ ସ୍ଥାନ ଗୁଡ଼ିକରେ ପୁଲିସକୁ ଚକମା ଦେଇ ଜୁଆଖେଳ ବୃଦ୍ଧି ପାଇଛି । ଜୁଆ ଖେଳରେ ଅନେକ ବାଜି ଲଗାଇ ହାରିବା ପରେ ସ୍ୱର୍ବଶ ହରାଉଛନ୍ତି । ଏହାକୁ ନେଇ ସମୟ ସମୟରେ ପରିବାର ମଧ୍ୟରେ କଳି ଝଗଡ଼ାର ସୂତ୍ରପାତ ମଧ୍ୟ ହେଉଥିବା ଦେଖିବାକୁ ମିଳିଛି । ସ୍ଥାନୀୟ ପୁଲିସ ଏଥିପ୍ରତି ଦୃଷ୍ଟିଦେଇ ଜୁଆ ଖେଳ ଉପରେ ଲଗାମ କଷିବାକୁ ସାଧାରଣରେ ଦାବି ହୋଇଛି ।

Related Posts

About The Author

Add Comment