ଦକ୍ଷିଣ ରାଉରକେଲାରେ କରୋନା ଗୁଜବ! ସଚେତନ କଲା ଶ୍ରୀ ଜଗନ୍ନାଥ ସଂସ୍କୃତି ଜାଗରଣ ମଂଚ

Spread the love

ଋାଉରକେଲା, ୧୭/୦୩ (ସନ୍ଧାନ ନିୟୁଜ/ସୁବୋଧ ନାୟକ) : ଜନ ସାଧାରଣ ଆଦୌ ଆତଙ୍କିତ ହୁଅନ୍ତୁ ନାହଁ ।  ଗୁଜବ ଖବରରେ ଆତଙ୍କିତ ନହୋଇ କରୋନା ପାଇଁ ସର୍ତକତା ଅବଲମ୍ବନ କରନ୍ତୁ । ଓଡ଼ିଶାରେ ପ୍ରଥମ କରୋନା ରୋଗୀ ଚିହ୍ନଟ ହେବା ପରେ ଏହାକୁ ନେଇ ରାଉରକେଲାରେ ବିଭିନ୍ନ ଗୁଜବ ଉଡୁଛି । ଆଜି ମଙ୍ଗଳବାର ଦକ୍ଷିଣ ରାଉରକେଲା ନବକୃଷ୍ଣନଗର ଅଂଚଳରେ ଜଣେ ବ୍ୟକ୍ତିଙ୍କୁ କରୋନା ହେବା ଖବର ପ୍ରଚାରିତ ହେବା ପରେ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳି ଯାଇଥିଲା । ଏହି ଖବର କେବଳ ଦକ୍ଷିଣ ରାଉରକେଲା ନୁହେଁ ବରଂ ରାଉରକେଲାର ବିଭିନ୍ନ ଅଂଚଳକୁ ବ୍ୟାପିଥିଲା । ଅପରପକ୍ଷରେ କରେନା ଭାଇରସରୁ କିପରି  ନିଜେ ଓ ନିଜ ପରିବାରକୁ ରକ୍ଷା କରି ପାରିବେ ଏହାକୁ ଦେଇ ଦକ୍ଷିଣ ରାଉରକେଲାର ଶ୍ରୀ ଜଗ୍ନନାଥ ସଂସ୍କୃତି ଜାଗରଣ ମଂଚ ପକ୍ଷରୁ ଡାକବାଜି ଯନ୍ତ୍ର ମାଧ୍ୟମରେ ସଚେତନ  କରାଯାଇ ସାରନଗରୀ ଅଂଚଳ ପରିକ୍ରମା କରାଯାଇଥିଲା । କରେନା ଭାଇରସରୁ ବର୍ତିବା ଲାଗି ଲୋକେ ସାନିଟାଇଜର ଓ ମାସ୍କ ବ୍ୟବହାର କରୁଥିବା ଜଣାପଡ଼ିଛି । ମାତ୍ର କିଛି ଜାଗାରେ ମାସ୍କ କଳାବଜାରୀ ହେଉଥିବା ଜଣାପଡ଼ିଛି । ଏବେ ଯାଏ  ଦକ୍ଷିଣ ରାଉରକେଲାରେ କରୋନା ପଜିଟିଭ ନେଇ କୌଣସି ଖବର ହସ୍ତଗତ ହୋଇନାହଁ ।

Related Posts

About The Author

Add Comment