ଭୁବନେଶ୍ୱର, ୧୫/୦୧/୨୦ (ସନ୍ଧାନ ନିଉଜ) : ଆଜି ପବିତ୍ର ମକର ସଂକ୍ରାନ୍ତି । ଘରେ ଘରେ ହେଉଛି ମକର ଚାଉଳ । ଲୋକେ ସକାଳୁ ସକାଳୁ ଯାଇ ଠାକୁରଙ୍କୁ ଦର୍ଶନ କରୁଛନ୍ତି ଭକ୍ତ । ଏହା ସହ ଗୁଡ଼ି ଉଡ଼ାକୁ ନେଇ ଲୋକଙ୍କ ମନରେ ଦେଖାଦେଇଛି ପ୍ରବଳ ଉତ୍ସାହ । ଓଡିଆ ସଂସ୍କୃତିରେ ବାରମାସରେ ତେରପର୍ବ ପାଳନ ହେଉଥିବାବେଳେ ଆଜିର ଦିନଟି ପ୍ରତି ଓଡିଆଙ୍କ ପାଇଁ ବିଶେଷ ଅଟେ । ଆଜିଠାରୁ ସୂର୍ଯ୍ୟଙ୍କର ଉତରାୟଣ ଗତି ଆରମ୍ଭ ହେବା ସହ ମକର ରାଶିରେ ସୂର୍ଯ୍ୟ ପ୍ରବେଶ କରିଥାନ୍ତି । ମକର ସଂକ୍ରାନ୍ତି ପାଇଁ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତି ଅନୁଷ୍ଠିତ ହୋଇଛି । ଦକ୍ଷିଣ ଭାରତରେ ଆଜିଠାରୁ ନବବର୍ଷ ଆରମ୍ଭ ହେଉଛି । ଆନ୍ଧ୍ରପ୍ରଦେଶରେ ତିନି ଦିନ ଧରି ଏହାକୁ ପୋଙ୍ଗଲ ପାଳନ କରିଥାନ୍ତି ।
ଦକ୍ଷିଣ ଭାରତରେ ଆଜିଠାରୁ ନବବର୍ଷ
|
January 15, 2020 |