ଦକ୍ଷିଣ ପ୍ରଶାନ୍ତ ଦ୍ୱୀପରେ ୭.୭ ତୀବ୍ରତାର ଭୂମିକମ୍ପ : ନ୍ୟୁଜିଲ୍ୟାଣ୍ଡ ସମେତ କେତେକ ଦେଶକୁ ସୁନାମି ଚେତାବନୀ

Spread the love

ନୂଆ ଦିଲ୍ଲୀ ୧୦-୨ (ସନ୍ଧାନ ନିଉଜ ବୁଧବାର ସନ୍ଧ୍ୟାରେ ନ୍ୟୁଜିଲ୍ୟାଣ୍ଡର ଦକ୍ଷିଣରେ ଶକ୍ତିଶାଳୀ ଭୂକମ୍ପ ପରେ ସେହି ଅଞ୍ଚଳରେ ସୁନାମି ହେବାର ଆଶଙ୍କା ରହିଛି। ଆମେରିକାର ଭୂବିଜ୍ଞାନ ଏଜେନ୍ସି କହିଛି ଯେ ଏହି ଭୂକମ୍ପର ତାବ୍ରତା ରିକ୍ଟର ସ୍କେଲରେ ୭.୭ ଥିଲା ଏଥିରେ ଦର୍ଶାଯାଇଛି ଯେ, ଏହା ଲୟାଲିଟି ଦ୍ୱୀପପୁଞ୍ଜର ଦକ୍ଷିଣ-ପୂର୍ବଠାରୁ ୬ ମାଇଲ୍‌ ଗଭୀରତାରେ ଏହାର କେନ୍ଦ୍ରସ୍ଥଳ ଥିଲା।

ଅବଶ୍ୟ ଏପର୍ଯ୍ୟନ୍ତ କୌଣସି ପ୍ରକାରର ସମ୍ପତ୍ତି ନଷ୍ଟ ହୋଇଥିବା ଖବର ଆସିନାହିଁ। ଆମେରିକାର ସୁନାମି ୱାର୍ଣ୍ଣିଂ ସେଣ୍ଟର, ନ୍ୟୁଜିଲ୍ୟାଣ୍ଡ, ୱାନୁଆତୁ ଏବଂ ପ୍ରଶାନ୍ତ ମହାସାଗରୀୟ ଦ୍ୱୀପପୁଞ୍ଜ ପାଇଁ ଚେତାବନୀ ଦେଇଛି।

ଏହି ଅଞ୍ଚଳରେ ଭୂକମ୍ପ ହେବାର ସମ୍ଭାବନା ରହିଛି କାରଣ ଏହା ସମୁଦ୍ରର ଚତୁର୍ଦ୍ଦିଗରେ ଏକ ଘୋଡ଼ା ନାଲ ଆକୃତିର “ରିଙ୍ଗ ଅଫ୍ ଫାୟାର” ସହିତ ଅବସ୍ଥିତ।

Related Posts

About The Author

Add Comment