ଦଇବ ସାଧିଲା ଦାଉ ଯୁବ ବ୍ୟାଙ୍କ କର୍ମଚାରୀ ଙ୍କ ଅକାଳ ମୃତ୍ୟୁ। ପୁରୁଷ ଶୂନ୍ୟ ହେଲା ପରିବାର।

Spread the love

ଜେନାପୁର/,୧୬/୭ (ସନ୍ଧାନ ନିୟୁଜ):ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ଅନ୍ତର୍ଗତ ଜେନାପୁର ଥାନା ଏଣ୍ଡଳବା ଗ୍ରାମ ପଞ୍ଚାୟତ ଅଧୀନ ଏଣ୍ଡଳବା ଗ୍ରାମର ଜଣେ ଯୁବ ବ୍ୟାଙ୍କ କର୍ମଚାରୀ ଙ୍କ ଅକାଳ ବିୟୋଗ ରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ମୃତ ବ୍ୟାଙ୍କ କର୍ମଚାରୀ ଜଣଙ୍କ ହେଲେ ସ୍ବର୍ଗତ କୃଷ୍ଣ ଚନ୍ଦ୍ର ଦାସଙ୍କ ସାନ ପୁଅ ସନ୍ତୋଷ କୁମାର ଦାସ (୩୫) ବୋଲି ଜଣାପଡ଼ିଛି। ସନ୍ତୋଷ ଙ୍କ ମୃତ୍ୟୁ ପରେ ଉକ୍ତ ପରିବାର ପୁରୁଷ ଶୂନ୍ୟ ହୋଇ ଯାଇଛି।ପ୍ରାପ୍ତ ଖବର ଅନୁସାରେ ସନ୍ତୋଷ ଯାଜପୁର ଟାଉନର ଏକ ଘରୋଇ ବ୍ୟାଙ୍କ ରେ କାର୍ଯ୍ୟ କରୁଥିଲେ। ଗତ ରବିବାର ଦିନ ସନ୍ତୋଷ ସାଙ୍ଗ ମାନଙ୍କ ସହିତ ଭୋଜି କରି ଖାଇସାରିବା ପରେ ହଟାତ ତାଙ୍କ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ। ଚିକିତ୍ସା ପାଇଁ ତାଙ୍କୁ ସଙ୍ଗେ ସଙ୍ଗେ କଟକ ବଡ଼ ମେଡିକାଲ କୁ ନେଇଯାଇଥିଲା। ତିନିଦିନ ଚିକିତ୍ସା ହେବା ପରେ ସ୍ୱାସ୍ଥ୍ୟ ଅବସ୍ଥା ରେ କୌଣସି ଉନ୍ନତି ହୋଇ ନ ଥିଲା।,ଶେଷରେ ବୁଧବାର ସକାଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ସନ୍ତୋଷ ଙ୍କ ବାପା ପୂର୍ବରୁ କଲିକତା ଠାରେ ଏକ ସଡ଼କ ଦୁର୍ଘଟଣା ରେ ପ୍ରାଣ ହରାଇଥିଲେ ଏବଂ ତାଙ୍କ ଭାଈ ମଧ୍ୟ ପୂର୍ବରୁ ଚଣ୍ଡିଖୋଲ ଠାରେ ସଡ଼କ ଦୁର୍ଘଟଣା ରେ ମୃତ୍ୟୁ ବରଣ କରିଥିଲେ। ଯାହା ଫଳରେ ସନ୍ତୋଷ ଙ୍କ ପରିବାର ଏବେ ପୁରୁଷ ଶୂନ୍ୟ ହୋଇ ଯାଇଛି। ସନ୍ତୋଷ ଙ୍କ ମା ଏବଂ ସ୍ତ୍ରୀ ଏବେ ସମ୍ପୂର୍ଣ୍ଣ ଅସହାୟ ହୋଇ ପଡିଛନ୍ତି। ସନ୍ତୋଷ ଙ୍କ ମୃତ ଦେହକୁ ଏକ ଆମ୍ବୁଲାନ୍ସ ଯୋଗେ ତାଙ୍କ ତାଙ୍କ ବାସଭବନ କୁ ଆଣି ଏକ ବିରାଟ ଶୋଭା ଯାତ୍ରାରେ ଗ୍ରାମ ପରିକ୍ରମା କରାଯାଇ ବ୍ରାହ୍ମଣୀ ନଦୀ ପଠାରେ ଶେଷ କୃତ୍ୟ ସମ୍ପନ୍ନ କରାଯାଇଥିଲା। ସନ୍ତୋଷ ଙ୍କ ମୃତ୍ୟୁ ଖବର ଶୁଣି ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି

Related Posts

About The Author

Add Comment