ଜେନାପୁର (ସୁଶାନ୍ତ କୁମାର ଖଟୁଆ) ସମଗ୍ର ଅଞ୍ଚଳରେ ଅଖଣ୍ଡ ଶାନ୍ତି, ମୈତ୍ରୀ ଓ ସଂହତି ସ୍ଥାପନ କରିବା ନିମିତ୍ତ ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ଯାଜପୁର ଜିଲ୍ଲାର ଧର୍ମଶାଳା ବ୍ଲକ ଅନ୍ତର୍ଗତ ବୃନ୍ଦାଦେଈପୁର ପଞ୍ଚାୟତ ଅଧୀନ ଦଇପୁର ଗ୍ରାମରେ ପରମପୁରୁଷ ପୁରୁଷୋତ୍ତମଦେବ ଶ୍ରୀ ଶ୍ରୀ ଗୌରାଙ୍ଗ ମହାପ୍ରଭୁଙ୍କ ପ୍ରସିଦ୍ଧ ଚବିଶ ପ୍ରହର ନାମଯଜେ୍ଞାସôବ ଯଥାବିଧି ମହାଆଡମ୍ବର ସହକାରେ ଉଦ୍ୟାପିତ ହୋଇଯାଇଛି । ଗ୍ରାମବାସୀମାନଙ୍କ ପୂର୍ଣ୍ଣ ସହଯୋଗକ୍ରମେ ପବିତ୍ର ଅଗ୍ନୁ୍ୟସôବଠାରୁ ୧୨ ତାରିଖ ବୁଧବାର ପର୍ଯ୍ୟନ୍ତ ପଞ୍ଚଦିବସବ୍ୟାପୀ ଅନୁଷ୍ଠିତ ହୋଇଥିବା ଏହି ଉସôବର ଭିନ୍ନ ଭିନ୍ନ ଦିବସରେ କାର୍ଯ୍ୟନିର୍ଘଣ୍ଟ ଅନୁଯାୟୀ ଘଟ୍ଟୋତ୍ତଳନ, ଶୁଭାଧିବାସ, ଅହୋରାତ୍ର, ନାମ ସଂକୀର୍ତ୍ତନ ଏବଂ ଅନ୍ତିମ ଦିବସରେ ସକାଳେ ସମୂହ ଶ୍ରୀମଦ୍ ଭାଗବତ ଗୀତା ପାଠ, ନଗର ଭ୍ରମଣ, ଅପରାହ୍ଣରେ ଦଧିହାଣ୍ଡି ଭଗ୍ନ ଓ ପ୍ରସାଦସେବନ ଆଦି ଆଧ୍ୟାତ୍ମିକ କାର୍ଯ୍ୟକ୍ରମସବୁ ସୁ·ରୁ ରୂପେ ସଂପାଦିତ ହୋଇଥିଲା । ଏଥିରେ ପଣ୍ଡିତ ରମେଶ ଚନ୍ଦ୍ର ଶତପଥୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସମସ୍ତ ଉପାସନା କାର୍ଯ୍ୟ ସମାପନ କରାଯାଇଥିଲା । ଦଇପୁର ସଂକୀତ୍ତନ ମଣ୍ଡଳୀ ସମେତ ଆଖପାଖ ଅଞ୍ଚଳରୁ ଆମନ୍ତ୍ରିତ ହୋଇଥିବା ୧୦ରୁ ଉଦ୍ଧ୍ୱର୍ ସଂକୀର୍ତ୍ତନ ମଣ୍ଡଳୀ ଦ୍ୱାରା ପରିବେଷିତ ଭକ୍ତିରସାମୃତ ଶ୍ରୀ ହରିନାମରେ ପୀଠ ପରିସର ଉସôବମୁଖର ହୋଇ ଉଠିଥିଲା । ଏହାଛଡା ଗ୍ରାମର ପ୍ରବେଶଦ୍ୱାରାରେ ସୁଦୃଶ୍ୟ ତୋରଣ ଏବଂ ସୁସଜ୍ଜିତ ରଂଗୀନ୍ ଆଲୋକମାଳା ଓ ପୁଷ୍ପରାଜିର ଦୃଶ୍ୟ ଖୁବ୍ ଆକର୍ଷଣୀୟ ହେବା ସଂଗେ ସଂଗେ ଦର୍ଶକମାନଙ୍କୁ ବାନ୍ଧିପାରିଥିଲା । ପ୍ରଭୁଙ୍କର ଆଶିଷ ଭିକ୍ଷା କରିବା ସଂଗେ ସଂଗେ ଏହାକୁ ମନଭରି ଉପଭୋଗ କରିବା ନିମିତ୍ତ ପ୍ରତ୍ୟହ ଆଖପାଖ ଅଞ୍ଚଳରୁ ବହୁ ବିଶିଷ୍ଟ ବ୍ୟକ୍ତି, ଜନପ୍ରତିନିଧି ଓ ଶ୍ରଦ୍ଧାଳୁଙ୍କ ସମାଗମ ପରିଲକ୍ଷିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତ ଓ ସମ୍ମାନନୀୟ ଅତିଥିଭାବେ ଜେନାପୁର ଥାନାଧିକାରୀ ସୁଶାନ୍ତ କୁମାର ଦାସ ଯୋଗ ଦେଇ ମହାପ୍ରଭୁଙ୍କୁ ଦର୍ଶନ କରିବା ସହ ଗ୍ରାମବାସୀମାନଙ୍କୁ ଉସôାହିତ କରିଥିଲେ ।
ଦଇପୁରରେ ଚବିଶ ପ୍ରହର ନାମଯଂଜ୍ଞ ଉଦ୍ୟାପିତ
|
February 17, 2020 |
