ଥାନା ଅଧିକାରୀଙ୍କ ବିରୋଧରେ ଏସପି ଅଫିସ ଘେରୋଉ କଲେ

Spread the love

ଯାଜପୁର, ୦୯/୦୩/୨୦୨୨ (ସନ୍ଧାନ ନିଉଜ) : ଯାଜପୁର ଜିଲ୍ଲାର ସୁକିନ୍ଦା ଥାନା ଅଧିକାରୀ ଶିବ ଚରଣ ବେହେରାଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ନକରାଯିବା ଲାଗି ଯାଜପୁର ପାଣିକୋଇଲି ଏସପି ଅଫିସ ପରିଶରରେ ଆଇଆଇସିଙ୍କ ବିରୋଧରେ କାର୍ଯ୍ୟନୁଷ୍ଠା କରାଯିବା ପାଇଁ ରାହୁଲ ପିଆରଙ୍କ ଅଫିସ କାର୍ଯ୍ୟାଳୟରେ ଘେରୋଉ କରାଯିବା ସହିତ ଆଇଆଇସିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କରାଗଲେ ରାଜ ରାସ୍ତାକୁ ଓହ୍ଲାଇବେ ବୋଲି ଏସପିଙ୍କୁ ଚେତାବନି ଦେବା ସହିତ ମହିଳା ଏବଂ ଗ୍ରାମବାସୀମାନେ ଧାରଣାରେ ବସିଥିଲେ । ଏଠାରେ ସୂଚନା ଯୋଗ୍ୟ ଯେ, ସୁକିନ୍ଦା ଥାନା ଅଧିକାରୀଙ୍କ ବାପା ଥାନା ହାଜତରେ ପଶି ମୁଦାଲା ମାନଙ୍କୁ ମାଡ଼ ମାରିବା ଏଫଆଇଆର ଦରଜ ନକରିବା ଘଟଣାକୁ ନେଇ ଗ୍ରାମବାସୀ ମାନେ ଏକତ୍ରିତ ହୋଇ ଏସପି ରାହୁଲ ପିଆରଙ୍କୁ ଭେଟିବା ସହିତ ଡ୍ରାଇଭର ସୁକୁମାର ସ୍ୱାଇଁଙ୍କ ପତ୍ନୀ ନିବେଦିତା ସ୍ୱାଇଁ ସାତଦିନ ମଧ୍ୟରେ ଏସପି କାର୍ଯ୍ୟାନୁଷ୍ଠାନ ନକଲେ ଏସପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧଅରଣା ଦେବାକୁ ଲିଖିତ ଭାବେ ଦେଇ ଥିବା ସୂଚନା ମିଳିଚି । ଘଟଣାରୁ ପ୍ରକାଶ ଯେ, ସୁକୁମାର ସ୍ୱାଇଁ ଜିଲ୍ଲା ପୋଲିସ କାର୍ଯ୍ୟାଳୟର ଡ୍ରାଇଭର ଭାବେ ଗତ ମାର୍ଚ୍ଚ ୨ ତାରିଖରେ ସୁକୁମାର ସ୍ୱାଇଁଙ୍କୁ ସୁକିନ୍ଦା ଥାନାକୁ କାର୍ଯ୍ୟ କରିବାକୁ ପଠାଯାଇଥିଲା । ୩ ତାରିଖ ଦିନ ସୁକୁମାର ଅସୁସ୍ଥ ହେବା ଘଟଣାକୁ ନେଇ ଥାନା ଅଧିକାରୀ ଶିବ ଚରଣ ବେହେରାକୁ ଜଣାଇବା ସହିତ ଛୁଟି ପାଇଁ ଆବେଦନ କରିଥିଲେ । ସୁକୁମାର ଦେହ ଅସୁସ୍ଥ ହେବାରୁ ସୁକିନ୍ଦା ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିଲେ । ଅବସ୍ଥା ଗୁରୁତର ଥିବାରୁ ସୁକୁମାର ଆଡମିସନ ହେବା ସହିତ ସୁକୁମାରକୁ ସାଲାଇନ ଲଗାଯାଇଥିଲା । ସୁକୁମାର ପରିବା ଲୋକମାନେ ମା କିରଣ ସ୍ୱାଇଁ, ସାନଭାଈ ସର୍ବେଶ୍ୱର ସ୍ୱାଇଁ ଏବଂ ଧର୍ମେନ୍ଦ୍ର ସୁକୁମାରଙ୍କ ନିକଟରେ ମେଡିକାଲରେ ପହଁଞ୍ଚôଥିଲେ । ଥାନା ଅଧିକାରୀ ଶିବ ଚରଣ ବେହେରା ମେଡିକାଲରେ ପହଁଞ୍ଚô ସକୁମରକୁ ମାଡ଼ ମାରିଥିଲେ । ସାଲାଇନ ପାଇପକୁ ଛିଣ୍ଡାଇଦେବା ସହିତ ପିରବାର ସଦସ୍ୟଙ୍କୁ ଧକ୍କା ମାରିବା ସହିତ ଭାଈମାନଙ୍କ ମୋବାଇଲ ଏବଂ ଦୁଇଟି ବାଇକ ଥାନାକୁ ନେଇଯାଇଥିଲେ । ସମସ୍ଥଙ୍କୁ ଗିରଫ କରିଥିଲେ । ହାଜତ ମଧ୍ୟରେ ଥାନା ଅଧିକାରୀଙ୍କ ବାପା ପଂଚାନନ ବେହେରା ପଶି ସୁକୁମାରଙ୍କ ମୁଣ୍ଡ ଫଟାଇ ଦେଇଥିଲେ । ଥାନା ଅଧିକାରୀ ସେମାନଙ୍କୁ କୋର୍ଟ ଚାଲାଣ କରିଥିଲେ । ଥାନା ଅଧିକାରଙ୍କ ବିରୋଧରେ ଏତଲା ଦେବାକୁ ସୁକୁମାରଙ୍କ ପିରିବାର ଆସିଥିଲେ ମଧ୍ୟ ଏତଲା ରଖିନଥିଲେ । ଜଣେ କର୍ତ୍ତବ୍ୟନିଷ୍ଠ ଥାନା ଅଧିକାରୀ ଶ୍ରୀ ବେହେରା କିପରି ଆଇନକୁ ହାତକୁ ନେଲେ ଏନେଇ ସୁକୁମାରଙ୍କ ପତ୍ନୀ ନିବେଦିତା ସ୍ୱାଇଁ ଯାଜପୁର ଏସପିଙ୍କ ନିକଟରେ ଅଭିଯୋଗ କରିବା ସହିତ ଯାଜପୁର ଜିଲ୍ଲା ଚକ୍ରବର୍ତ୍ତୀ ସଂରାଠୋର, ପୋଲିସ ନିଦେ୍ର୍ଦଷକ, ଓଡ଼ିଶା ଗୃହସଚିବ, ଓଡ଼ିଶା ମୁଖ୍ୟ ଶାସନସଚିବଙ୍କୁ ଲିଖିତ ଭାବେ ଜଣାଇଛନ୍ତି ।

Related Posts

About The Author

Add Comment