ଥରୁଛି ରାଉରକେଲା, ପାରା ୧୧ ଡିଗ୍ରିକୁ ଖସିଲା

Spread the love

ରାଉରକେଲା, ୦୬/୧୨ (ସନ୍ଧାନ ନିୟୁଜ): କିଛିଦିନ ହେଲା ଓଡ଼ିଶାର ରାଉରକେଲାର  ତାପମାତ୍ରା କ୍ରମଶଃ ହ୍ରାସ ପାଉଛି । ଗତକାଲି ଏ ବର୍ଷର ସର୍ବନିମ୍ନ ତାପମାତ୍ରା 11 ଡିଗ୍ରି ସେଲସିୟସ୍‌କୁ ଖସିଛି । ଶୀତର ମଜା ନେବା ପାଇଁ ପର୍ଯ୍ୟଟକଙ୍କ ଭିଡ଼ ବଢ଼ିବାରେ ଲାଗିଛି । ବିଭିନ୍ନ ପର୍ଯ୍ୟଟନସ୍ଥଳୀ ନାଚଗୀତରେ କମ୍ପୁଥିବା ବେଳେ ଭୋଜିଭାତ ଆସର ଜମୁଛି । ସକାଳୁ  ସୂର୍ଯ୍ୟ ଉଦୟ ଏବଂ ସନ୍ଧ୍ୟାରେ ସୂର୍ଯ୍ୟାସ୍ତ ଦେଖିବାକୁ ପ୍ରବଳ ଭିଡ଼ ହେଉଛି ।ଆଭ୍ୟନ୍ତରୀଣ ଗ୍ରାମାଞ୍ଚଳରେ ତାପମାତ୍ରା ଆହୁରି ତଳକୁ ଖସିଥିବା କୁହାଯାଉଛି । ଗ୍ରାମାଞ୍ଚଳରେ ଶୀତର ପ୍ରକୋପ ବୃଦ୍ଧି ପାଇଥିବାରୁ ଶୀତରୁ ରକ୍ଷା ପାଇବା ପାଇଁ ଲୋକେ ବାହାରେ ନିଆଁ ଜାଳି ବସି ରହୁଥିବା ଦେଖିବାକୁ ମିଳିଛି । ଚଳିତ ବର୍ଷ ବିଳମ୍ବରେ ଶୀତ ଆସିଥିବାବେଳେ ଏହାକୁ ପର୍ଯ୍ୟଟକ ହାତଛଡ଼ା କାରିନାହାନ୍ତି । ସେପଟେ ରାଉରକେଲାରେ ଶୀତ ବସ୍ତ୍ରର ଚାହିଦା ମଧ୍ୟ ବଢ଼ିବାରେ ଲାଗିଛି ।

Related Posts

About The Author

Add Comment