ଥମୁନି କୁକୁର କାମୁଡା ଆତଙ୍କ,ସରକାରୀ ମେଡିକାଲରେ ମିଳୁନି ଔଷଧ!

Spread the love

ରାଉରକେଲା, ୯/୧୨ (ସନ୍ଧାନ ନିଉଜ) : ଦିନକୁ ଦିନ ସହରରେ ବଢିବାରେ ଲାଗିଛି କୁକୁର କାମୁଡା ଆତଙ୍କ। ହେଲେ ଦୁଃଖର କଥା କି ଏହାର ଚିକିତ୍ସା ପାଇଁ ସରକାରୀ ଡାକ୍ତରଖାନାରେ ନାହିଁ ଇଞ୍ଜେକ୍ସନ। ଏହାଛଡା ବାହାର ଔଷଧ ଦୋକାନରେ ମଧ୍ୟ ନାହିଁ କୁକୁର କାମୁଡା ଚିକିତ୍ସା ପାଇଁ ଆବଶ୍ୟକ ଔଷଧ। ଫଳରେ ବିନା ଚିକିତ୍ସାରେ ଡାକ୍ତରଖାନାରୁ ଫେରିଯାଉଛନ୍ତି ଲୋକେ। ସରକାରୀ ଡାକ୍ତରଖାନାର ଡାକ୍ତରଙ୍କ ଅନୁଯାୟୀ ଗତ କିଛି ଦିନ ହେଲା କୁକୁର କାମୁଡା ଚିକିତ୍ସା ପାଇଁ ଆବଶ୍ୟକ ଇଞ୍ଜେକ୍ସନ ଏଆରବି(ଆଣ୍ଟି ରାବିସ)ର ମହଜୁଦ ନାହିଁ। ହେଲେ ବାସ୍ତବରେ କଥା କିଛି ଅଲଗା । ଗତ 9 ମାସ ହେବ ଏହି ଇଞ୍ଜେକ୍ସନ ପଠାଇନାହାଁନ୍ତି ସରକାର। ପୂର୍ବରୁ 15 ଲକ୍ଷ ଟଙ୍କା ବ୍ୟୟରେ କିଣା ହୋଇଥିବା ଔଷଧ ସରିଯାଇଛି । ଯାହା ଡିସେମ୍ବର ମାସରେ ମଧ୍ୟ ଆସିବାର କୌଣସି ସମ୍ଭାବନା ନାହିଁ । ତେଣୁ ବିନା ଚିକିତ୍ସାରେ ନିରାଶ ହୋଇ ଫେରୁଛନ୍ତି ଲୋକେ।ଏନେଇ ବିଜେପିର ଏକ ଦଳ ନିହାର ରାୟଙ୍କ ନେତୃତ୍ବରେ ସରକାରୀ ହସ୍ପିଟାଲ ସିଏମଓଙ୍କୁ ଭେଟି ଶୀଘ୍ର ଏହି ଇଞ୍ଜେକ୍ସନ ଆଣି ଲୋକଙ୍କ ଚିକିତ୍ସା ବ୍ୟବସ୍ଥା କରିବାକୁ ଦାବି ଜଣାଇଛି ।

Related Posts

About The Author

Add Comment