ସୁନ୍ଦରଗଡ଼ ତା:୭/୧/୨୦୨୨( ସନ୍ଧାନ ନିଉଜ/ ରାଜୁ ପଟେଲ ) ଲେଫ୍ରିପଡା ବ୍ଲକ ଅନ୍ତର୍ଗତ ରାଜବାହାଲ ପଞ୍ଚାୟତର ରାଜସ୍ବ ଗ୍ରାମ ଜୁନିଆନିର ଅନେକ ସମସ୍ୟା କୁ କେନ୍ଦ୍ରକରି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଭୋଟ ବର୍ଜନ କରିବା ନେଇ ଘଟଣା ସାମ୍ନାକୁ ଆସିଛି ।
ଏହି ଗ୍ରାମର ଲୋକେ ଅନେକ ବର୍ଷ ରୁ ମୌଳିକ ଅଧିକାରରୁ ବଞ୍ଚିତ ହେବା ସହିତ କୌଣସି ସୁବିଧା ପାଉନାହାନ୍ତି । ଜୁନିଆନି ଗ୍ରାମର ଲୋକଙ୍କୁ ବିଗତ ଅନେକ ନିର୍ବାଚନ ସରିଥିଲେ ମଧ୍ୟ ଅନେକ ପ୍ରତିଶୃତି ଦେଇ କେବେ ପୁରା ନ କରିବା ଘଟଣା ଜନସଧାରଣଙ୍କୁ ତିକ୍ତତାର କାରଣ ପାଲଟିଛି । ଏହି ପରିପେକ୍ଷିରେ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ଅନେକ ସମୟରୁ ଦେବାପରେ ଆଜି ଲେଫ୍ରିପଡା ବ୍ଲକର ବିଡ଼ିଓଙ୍କୁ ଏକ ଲିଖିତ ଅଭିଯୋଗ ଦେବା ସହିତ ଏଦିଗରେ ଅବଗତ କରାଇଛନ୍ତି । ଲେଫ୍ରିପଡା ବିଡ଼ିଓ ଶ୍ରୀଯୁକ୍ତ ରମେଶ ସାଚଦାଙ୍କୁ ଗ୍ରାମର ମୌଳିକ ଅଧିକାରରୁ ବଞ୍ଚିତ ରହି ଅନେକ ଅସୁବିଧା ଭୋଗୁଥିବା ଜଣାଇଥିଲେ । ଗ୍ରାମରେ ଶିଶୁଙ୍କ ଉନ୍ନତି ପାଇଁ ସ୍ୱାଧୀନତାର ୭୫ବର୍ଷ ବିତିଗଲେ ମଧ୍ୟ ଆବେପାର୍ଯ୍ୟନ୍ତ ଏକ ଆଙ୍ଗନବାଡି କେନ୍ଦ୍ର ନାହିଁ ,ରାସ୍ତାର ଉନ୍ନତିକରଣ ନାହିଁ,ପାନୀୟ ଜଳର ସୁବିଧା ନାହିଁ,ଶିକ୍ଷାର ଦୂର ଦୂରକୁ ତାର ଉନ୍ନତିକରଣ ନାହିଁ, ସ୍ୱାସ୍ଥ୍ୟ ର କୌଣସି ସୁବିଧା ନାହିଁ , ବିଜୁଳିର ମଧ୍ୟ ସୁବିଧା ନଥିବା କାରଣରୁ ଆଜି ଦିନରେ ଲୋକେ ଅନ୍ଧାରରେ ରହୁଛନ୍ତି ।ଏହି ସବୁ କାରଣରୁ ଜୁନିଆନି ଗ୍ରାମର ଲୋକେ ଭୋଟ ବର୍ଜନ କରିବାର ନିଷ୍ପତି ନେଇଛନ୍ତି ।
ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପୂର୍ବରୁ ସମସ୍ୟା ସମାଧାନ ନ ହେଲେ ଭୋଟ ବର୍ଜନ କରିବେ ଗ୍ରାମବାସୀ
|
January 8, 2022 |



