ତ୍ରିରଙ୍ଗା ଆମ ଗର୍ବ ଓ ଗୈାରବର ପ୍ରତୀକ : ଭାରପ୍ରାପ୍ତ ଜିଲ୍ଲାପାଳ

Spread the love

ଯାଜପୁର, ୧୫ା୮, (ସନ୍ଧାନ ନିଉଜ) : ତ୍ରିରଙ୍ଗା ଆମ ଗର୍ବ ଓ ଗୈାରବର ପ୍ରତୀକ । ଶାନ୍ତି, ମୈତ୍ରୀ, ବିବିଧତା ମଧ୍ୟରେ ଏକତା, ଭାଇଚାରା, ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ଅଖଣ୍ଡ ଭାରତର ବାର୍ତ୍ତା ଦେଉଚ୍ଥି ତ୍ରିରଙ୍ଗା । ତେଣୁ ଏକ ସମୃଦ୍ଧ ଓ ବିକଶିତ ରାଷ୍ଟ୍ର ଗଠନରେ ପ୍ରତ୍ୟେକ ଭାଗିଦାରୀ ହେବାକୁ ପବିତ୍ର ସ୍ୱାଧୀନତା ଦିବସରେ ଆହ୍ୱାନ ଦେଇଚ୍ଥନ୍ତି ଭାରପ୍ରାପ୍ତ ଜିଲ୍ଳ୍‌ାପାଳ ଅକ୍ଷୟ କୁମାର ମଲ୍ଲିକ । ରବିବାର ୭୫ ତମ ଯାଜପୁର ଜିଲ୍ଳ୍‌ା ସ୍ତରୀୟ ସ୍ୱାଧୀନତା ଦିବସ ଜିଲ୍ଳ୍‌ା ସ୍କୁଲ ପଡିଆ ଠାରେ ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଭାରପ୍ରାପ୍ତ ଜିଲ୍ଳ୍‌ାପାଳ ଶ୍ରୀ ମଲ୍ଲିକ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ଦେଶକୁ ସ୍ୱାଧୀନତା ଆଣି ଦେଇଥିବା ବରେଣ୍ୟ ସ୍ୱାଧୀନତା ସଂଗ୍ରାମୀ ମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ସହ ସେମାନଙ୍କର ତ୍ୟାଗପୂତ ଜୀବନ ସଂପର୍କରେ ଆଲୋକପାତ କରିଥିଲେ । ଓଡିଶା ତଥା ଯାଜପୁରର ସ୍ୱାଧୀନତା ସଂଗ୍ରାମର ସ୍ମୃତି ଚାରଣ କରି ଜିଲ୍ଳ୍‌ାର ସଂଗ୍ରାମୀ ମାୟାଧର ଭୂୟାଁ , ସାନନ୍ଦ ସ୍ୱାଇଁ, ସାଉଁଟି ମଲ୍ଲିକ ଓ ହାଡିବନ୍ଧୁ ପଣ୍ଡାଙ୍କ ବୀରତ୍ୱକୁ ସ୍ମରଣ କରିଥିଲେ । ଦେଶ ସ୍ୱାଧୀନତା ଲାଭ କରିବା ପରେ ଅନେକ ବିକାଶ ରାଜ୍ୟ ଓ ଦେଶରେ ଘଟିଚ୍ଥି । ସରକାର ମଧ୍ୟ ଅନେକ ଜନ କଲ୍ୟାଣ ଯୋଜନା କରିଚ୍ଥନ୍ତି । ସରକାରୀ କାର୍ଯ୍ୟରେ ସ୍ୱଚ୍ଚ୍ଥତା, ସମନ୍ୱୟ, ସମୟାନୁବର୍ତ୍ତିିତା, ବୈଷୟିକ ଜ୍ଞାନର ଉପଯୋଗ, ରୂପାନ୍ତକରଣ ପାଇଁ ୫ଟି ଓ ଓ.ଆର୍‌.ଟି.ପି.ଏସ୍‌. ବ୍ୟବସ୍ଥାକୁ ପ୍ରଣୟନ କରାଯାଇଚ୍ଥି । ସ୍ୱାସ୍ଥ୍ୟ ସେବାକୁ ଅଧିକ କ୍ରିୟାଶୀଳ କରିବାକୁ ସରକାର ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ସ୍ମାର୍ଟ କାର୍ଡର ଶୁଭାରମ୍ଭ କରିଚ୍ଥନ୍ତି ବୋଲି କହିବା ସହ ଯାଜପୁରକୁ ଏକ ବିକଶିତ ଜିଲ୍ଳ୍‌ା ଭାବେ ପରିଗଣିତ କରିବା ପାଇଁ ସମସ୍ତେ ସହଯୋଗ କରିବାକୁ ଶ୍ରୀ ମଲ୍ଳ୍‌ିକ ଅନୁରୋଧ କରିଥିଲେ । ସରକାର ଧାର୍ଯ୍ୟ କରିଥିବା କୋଭିଡ ମାର୍ଗଦର୍ଶିକା ଆଧାରରେ ସ୍ୱାଧୀନତା ଦିବସ ଆୟୋଜିତ ହୋଇଥିଲା । ଆରକ୍ଷୀ ବିଭାଗର ଗୋଟିଏ ପ୍ଳାଟୁନ ଯୋଗ ଦେଇଥିବା ବେଳେ ପୋଲିସ ବ୍ୟାଣ୍ଡ ଦ୍ୱାରା ରାଷ୍ଟ୍ରୀୟ ସଂଗୀତ ପରିବେଷଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ୨୦ ଜଣ କୋଭିଡ ଯୋଦ୍ଧା ଉପସ୍ଥିତ ଥିଲେ । ପୂର୍ବରୁ ମୁଖ୍ୟ ଅତିଥି ଗାନ୍ଧୀ ଚ୍ଥକ ସ୍ଥିତ ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ଓ ସଂସ୍କୃତି ଭବନ ଠାରେ ଥିବା ବରପୁତ୍ର ମାନଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ । ସେହିପରି ଜିଲ୍ଳ୍‌ା କାର୍ଯ୍ୟାଳୟ ଠାରେ ଭାରପ୍ରାପ୍ତ ଜିଲ୍ଳ୍‌ାପାଳ ଶ୍ରୀ ମଲ୍ଲିକଙ୍କ ସହ ଅନ୍ୟାନ୍ୟ ଅଧିକାରୀଙ୍କ ଉପସ୍ଥିତିରେ ପତାକା ଉତ୍ତୋଳନ କରାଯାଇଥିଲା । ଊତ୍କଳ ବାଳାଶ୍ରମ ପରିସରରେ ଅତିରିକ୍ତ ଜିଲ୍ଳ୍‌ାପାଳ ମିହିର ପ୍ରସାଦ ମହାନ୍ତି ଜାତୀୟ ପତାକା ଊତ୍ତୋଳନ କରିଥିଲେ । ଜିଲ୍ଳ୍‌ାପାଳଙ୍କ ଆବାସିକ କାର୍ଯ୍ୟାଳୟ ଠାରେ ଡେପୁଟୀ କଲେକ୍ଟର କୁଳମଣି ନାୟକ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ପ୍ରତ୍ୟୁଷରୁ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଡାକବାଜି ଯନ୍ତ୍ର ଦ୍ୱାରା ସହର ମଧ୍ୟରେ ରାମଧୂନ ପରିବେଷଣ କରାଯାଇଥିଲା । ଜିଲ୍ଳ୍‌ା ପରିଷଦ ସଭାପତି ନରେଶ ଚନ୍ଦ୍ର ମହାନ୍ତି, ଜିଲ୍ଳ୍‌ା ଆରକ୍ଷୀ ଅଧିକ୍ଷକ ରାହୁଲ ପି.ଆର୍‌, ଅତିରିକ୍ତ ଜିଲ୍ଳ୍‌ାପାଳ ମିହିର ପ୍ରସାଦ ମହାନ୍ତି, ପ୍ରକଳ୍ପ ନିର୍ଦ୍ଦେଶକ ଅଶୋକ କୁମାର ବେଉରିଆ, ଅନ୍ୟାନ୍ୟ ଜିଲ୍ଳ୍‌ା ସ୍ତରୀୟ ଅଧିକାରୀ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । ବାଳାଶ୍ରମ ଓ ଜେଲର ଅନ୍ତେବାସୀ ମାନଙ୍କୁ ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା । ଜିଲ୍ଳ୍‌ା ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ କାର୍ଯ୍ୟକ୍ରମ ସଂପାଦନ କରାଯାଇଥିଲା । ସଂସ୍କୃତି ଭବନ , ବିଭିନ୍ନ ବରପୁତ୍ର ମାନଙ୍କ ପ୍ରତିମୂର୍ତ୍ତି ସ୍ଥଳ. ଜିଲ୍ଳ୍‌ା କାର୍ଯ୍ୟାଳୟ ଓ ଅନ୍ୟାନ୍ୟ କାର୍ଯ୍ୟାଳୟକୁ ରଙ୍ଗୀନ ଆଲୋକ ମାଳାରେ ସଜ୍ଜିତ କରାଯାଇଥିଲା ।

 

Related Posts

About The Author

Add Comment