ତୈଳଦର ବୃଦ୍ଧିକୁ ନେଇ ବାମପନ୍ଥୀ ଦଳର ମିଳିତ ବିକ୍ଷୋଭ ପ୍ରଦର୍ଶନ

Spread the love
ରାଉରକେଲା, ୦୧/୦୭/୨୦ (ସନ୍ଧାନ ନିଉଜ) : ପେଟ୍ରୋଲ ଡିଜେଲର ଦର ବୃଦ୍ଧିକୁ ନେଇ ଦେଶବ୍ୟାପୀ ପ୍ରତିବାଦ କରିଛି ବାମପନ୍ଥୀ ଦଳ ।  ରାଉରକେଲାର ଛେଣ୍ଡ ପେଟ୍ରୋଲ ପମ୍ପ ନିକଟରେ ସିପିଆଇ, ସିପିଆଇଏମ ଓ ସିପିଆଇଏମଏଲ ତରଫରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଦେଶରେ ମହାମାରୀ ତଥା ଲୋକଡାଉନ ସମୟରେ ଗରିବ ତଥା ଖଟିଖିଆଙ୍କ ଆର୍ଥିକ ମେରୁଦଣ୍ଡ ଭାଙ୍ଗି ଯାଇଛି । ଅନ୍ତରାଷ୍ଟ୍ରୀୟ ବଜାରରେ ତୈଳ ଦର ହ୍ରାସ ପାଇଥିବା ସମୟରେ ଆମ ଦେଶରେ ତୈଳ ଦର ବୃଦ୍ଧି ଚିନ୍ତାର କାରଣ ହୋଇଛି । ପ୍ରତ୍ୟକ ଦିନ ଭାରତରେ ସାଧାରଣତଃ ଗରିବ ଶ୍ରେଣୀର ଲୋକ ରହିଛନ୍ତି । ସରକାର ପୁଞ୍ଜିପତି ଓ କମ୍ପାନୀ ପ୍ରତି ଦରଦ ଦେଖାଉଛି ବୋଲି କହିଛନ୍ତି । ପ୍ରତିବାଦ ସଭାରେ କେନ୍ଦ୍ର ସରକାର ବିରୋଧରେ କର୍ମକର୍ତ୍ତା ମାନେ ପ୍ଲାକାର୍ଡ ଧରି ସ୍ଲୋଗାନ ଦେଇଥିଲେ ।

Related Posts

About The Author

Add Comment